ପୋଲିସ୍ ମାଜିଷ୍ଟ୍ରେଟ ସମନ୍ୱୟ ବୈଠକ

0 7
  ଖୋର୍ଦ୍ଧା: ପୋଲିସ୍ ମାଜିଷ୍ଟ୍ରେଟ ସମନ୍ୱୟ ବୈଠକ ଜିଲ୍ଲାପାଳ, ଖୋର୍ଦ୍ଧା ଶ୍ରୀ ସଂଗ୍ରାମ କେଶରୀ ମହାପାତ୍ର ଙ୍କ ଅଧ୍ୟକ୍ଷତାରେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ  ଅନୁଷ୍ଠିତ ହୋଇଛି।ପୋଲିସ ଓ ମାଜିଷ୍ଟ୍ରେଟ ଙ୍କ ମଧ୍ୟରେ ସମନ୍ୱୟ ରଖି ଅପରାଧ ନିୟନ୍ତ୍ରଣ କରିବା ଏବଂ ଶାନ୍ତି ଶୃଙ୍ଖଳା ରକ୍ଷା ପାଇଁ ଜିଲ୍ଲାପାଳ ଗୁରୁତ୍ବ ଦେଇଥିଲେ।ଏନ୍ଫୋର୍ସ୍ମେଣ୍ଟ୍ କଡାକଡି କରିବାକୁ ଜିଲ୍ଲାପାଳ କହିଥିଲେ।
      ବୈଠକରେ କ୍ରିମିନାଲ କେଶ୍ ଏବଂ ଏଥିପାଇଁ ଅପରାଧ ଦଣ୍ଡବିଧି ନିୟମ ଧାରା କାର୍ଯ୍ୟକାରିତା ସମ୍ପର୍କରେ ଆଲୋଚନା ହୋଇଥିଲା।କୌଣସି ବିଶୃଙ୍ଖଳା ପରିସ୍ଥିତି ଓ ଦୁର୍ଘଟଣା ପାଇଁ ପ୍ରଥମେ ପୋଲିସ୍ ଙ୍କୁ ଜଣାଇଲେ କାର୍ଯ୍ୟାନୁଷ୍ଠାନ ହେବ। ଚୋରା ମଦ କାରବାର ,ବେଆଇନ ମାଦକ ଦ୍ରବ୍ୟ କାରବାର ରୋକିବାକୁ ପଦକ୍ଷେପ ନିଆଯାଇଛି ବୋଲି ଆରକ୍ଷୀ ଅଧିକ୍ଷକ,ଖୋର୍ଦ୍ଧା ଶ୍ରୀ ରାଜକିଶୋର ଦୋରା କହିଥିଲେ। ପୋଲିସ୍ ଓ ଅବକାରୀ ବିଭାଗ ମିଳିତ ଭାବେ ଧରପଗଡ଼ ଓ ଚଢ଼ଉ କରି ଚୋରା ମଦ ଓ ନିଶା କାରବାର କରୁଥିବା ଲୋକଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ।ବେଆଇନ ମଦ କାରବାର ଓ ଗଞ୍ଜେଇ ନିଶାଦ୍ରବ୍ୟ କାରବାର କରୁଥିବା ବ୍ୟକ୍ତି ଙ୍କ ବିରୁଦ୍ଧରେ କେଶ୍ ରୁଜୁ କରାଯାଇଛି ଏବଂ ବେଆଇନ ସାମଗ୍ରୀ ଜବତ୍ କରାଯାଇଛି।ଅବକାରୀ ବିଭାଗ ତରଫରୁ ମଧ୍ୟ ଚଢାଉ କରାଯାଇ ବେଆଇନ ମଦ ସାମଗ୍ରୀ ଜବତ କରାଯାଇଛି।ଅଧିକ ସଂଖ୍ୟାରେ ଏନଡିପିଏସ୍ କେଶ୍ ରୁଜୁ କରିବା ପାଇଁ ବୈଠକରେ ଆଲୋଚନା ହୋଇଥିଲା।ବେଆଇନ ଭାବେ ଖଣି ଓ ପଥର ଖୋଦାନ କରୁଥିବା ଓ ଚାଲାଣ କରୁଥିବା ବ୍ୟକ୍ତି ଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ କରାଯାଇଛି ଏବଂ ଫାଇନ ଆଦାୟ କରାଯାଇଛି।ସଂପୃକ୍ତ ବ୍ୟକ୍ତିଙ୍କ ବିରୁଦ୍ଧରେ ଏଫ.ଆଇ.ଆର ଦେଇ କାର୍ଯ୍ୟାନୁଷ୍ଠାନ ପାଇଁ ଆଲୋଚନା ହୋଇଥିଲା।ଆଟ୍ରୋସିଟି କେଶ୍ ,ଜାତିଗତ ପ୍ରମାଣପତ୍ର ସମ୍ପର୍କରେ ଯାଞ୍ଚ୍ ଏବଂ ଯୁଭେନାଇଲ ଜଷ୍ଟିସ ବୋର୍ଡ଼ ସମ୍ପର୍କିତ କାର୍ଯ୍ୟକ୍ରମ ବିଷୟରେ ଆଲୋଚନା ହୋଇଥିଲା।
     କୋଭିଡ୍ ସ୍ଥିତ ଯୋଗୁଁ ପୋଲିସ୍ ମାଜିଷ୍ଟ୍ରେଟ ସମନ୍ୱୟ କମିଟି ଦୀର୍ଘ ମାସ ଧରି ହୋଇ ପରି ନଥିଲା।ପୋଲିସ ମାଜିଷ୍ଟ୍ରେଟ ସମନ୍ୱୟ ବୈଠକ ନିୟମିତ ଭାବେ କରି ବିଭିନ୍ନ  ସମସ୍ୟା ସମାଧାନ କରିବାକୁ ଜିଲ୍ଲାପାଳ କହିଥିଲେ।ଏହି ବୈଠକରେ ଅତିରିକ୍ତ ଜିଲ୍ଲାପାଳ, ଖୋର୍ଦ୍ଧା ଶ୍ରୀ ମନୋଜ କୁମାର ପାଢ଼ୀ,ଉପଜିଲ୍ଲାପାଳ ଖୋର୍ଦ୍ଧା ଶ୍ରୀ ଆଇ. ଗୌରବ ଶିବାଜି, ଉପଜିଲ୍ଲାପାଳ, ଭୁବନେଶ୍ୱର ଶ୍ରୀ ଦେବବ୍ରତ ସାହୁ ଯୋଗଦେଇ ଆଲୋଚନା କରିଥିଲେ।ବୈଠକରେ ତହସିଲଦାର ,ମାଜିଷ୍ଟ୍ରେଟ ଦାୟିତ୍ବରେ ଥିବା ଅଧିକାରୀ, ପୋଲିସ୍ ଅଧିକାରୀ ,ଅବକାରୀ ଅଧିକ୍ଷକ ଏବଂ ବିଭିନ୍ନ ବିଭାଗର ଅଧିକାରୀ ପ୍ରମୁଖ ଯୋଗ ଦେଇଥିଲେ।

ଖୋର୍ଦ୍ଧା ଇପିଏ ରୁ ମନୋଜ କୁମାର ସାହୁ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.