ପୋଲିସ ମାଡ଼ରେ ୨୫ ବର୍ଷୀୟ ରମେଶ ର ମୃତ୍ୟୁ ଅଭିଯୋଗ

0 25

ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନା ଦେୱାନ ପାଟଣା ଗ୍ରାମର ପିତାମ୍ବର ପରିଡା ଙ୍କ ୨୫ ବର୍ଷୀୟ ପୁଅ ରମେଶ ମାଡ ର ଶିକାର ହୋଇ ପ୍ରାଣ ହରାଇଛନ୍ତି l ସୂଚନା ଅନୁସାରେ ୨୩ ତାରିଖ ବିଳମ୍ବିତ ରାତିରେ ରଙ୍ଗସ କାଲିପଡ଼ିଆ ଠାରେ ବିଳମ୍ବିତ ରାତ୍ରିରେ ରମେଶ ନିଜର କିଛି ସହଯୋଗୀ ମାନଙ୍କ ସହ ଚୋରୀ ର ଉଦ୍ୟମ ଚଳାଇଥିଲା, ଯାହାକୁ ସ୍ଥାନୀୟ ଲୋକ ମାନେ ସନ୍ଦେହ କରି କାବୁ କରିବାକୁ ଚେଷ୍ଟା କରିଥିଲେ l ଏହି ସମୟ ରେ ରମେଶ ର ଅନ୍ୟସହଯୋଗୀ ମାନେ ଖସିଯାଇଥିଲେ ମଧ୍ୟ ରମେଶ ଧରାପଡ଼ିଥିଲେ l ଅଂଚଳ ବାସୀ ଉକ୍ତ ରମେଶକୁ ନିସ୍ତୁକ ମାଡ଼ ମାରିଥିଲେ, ମଙ୍ଗଳପୁର ଥାନା ପକ୍ଷରୁ ଘଟଣା ସ୍ଥଳ ରେ ପହଂଚି ଉକ୍ତ ଯୁବକ କୁ ଉଦ୍ଧାର କରି ଥାନାକୁ ଆଣି ଅଟକ ରଖିବା ସହ ପର ଦିନ ତାକୁ କୋର୍ଟ ଚାଲାଣ କରିଥିଲେ l ଘଟଣା ଦିନରୁ ହି ଯୁବକ ବାନ୍ତି କରିବା ସହ ଚାଲିବୁଲି ପାରୁନଥିଲେ l ତେଣୁ କୋର୍ଟ ନିର୍ଦେଶ କ୍ରମେ ପ୍ରଥମେ ଯାଜପୁର ଜିଲ୍ଲା ମୁଖ ଚିକିତ୍ସା ଳୟ ଏବଂ ପରେ କଟକ ବଡ଼ ଡାକ୍ତରଖାନା କୁ ସ୍ଥାନାନ୍ତର କରାଯାଇଥିଲା ତେବେ ଶେଷରେ ଗତ କାଲି ଭୋର ସମୟରେ ରମେଶ ର ମୃତ୍ୟୁ ଘଟିଥିବା ଖବର ମିଳିଛି l ଗୁରୁବାର ଦିନ ଭୋରୁ ରମେଶ ର ମର ଶରୀର କୁ ଗାଁ କୁ ଆଣି ଶେଷ କୃତ୍ୟ ସମ୍ପନ କରାଯାଇଥିବା ବେଳେ ଏହି ଘଟଣା କୁ ନେଇ ରମେଶ ର ମୃତ୍ୟୁ ଲାଗି ପୋଲିସ କୁ ଦାୟୀ କରିଛନ୍ତି ମୃତ ରମେଶ ର ମା ତଥା ପରିବାର ଲୋକେ l

ଯାଜପୁର ଜିଲ୍ଲା ମଙ୍ଗଳପୁର ଇପିଏ ରୁ ସୀତାଂଶୁ ଶେଖର ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.