ପୋଲିସ ହେପାଜତରେ ଗୋବିନ୍ଦଙ୍କ ମୃତ୍ୟୁ ଘଟଣା

0 14

ବିଜେପି ପକ୍ଷରୁ ଏସ୍ପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଓ ବିକ୍ଷୋଭ ପ୍ରଦର୍ଶନ

ବରଗଡ଼ ତୋରା ଗାଁର ଯୁବକ ଗୋବିନ୍ଦ କୁମ୍ଭାରଙ୍କ ସନ୍ଦେହଜନକ ମୃତ୍ୟୁ ସମଗ୍ର ଜିଲ୍ଲାରେ ଆଲୋଡନ ସୃଷ୍ଟି କରିଥିବା ବେଳେ ଅନ୍ୟପଟେ ବରଗଡ଼ ଜିଲ୍ଲା ପୋଲିସ ଆରକ୍ଷୀ ଅଧିକ୍ଷକ ଚୁପ ବସିଥିବା ଘଟଣା ଜନସାଧାରଣରେ ଅସନ୍ତୋଷ ଦେଖାଦେଇଛି । ପୋଲିସ ପିଟିପିଟି ମାରିଦେଇଥିବା ପରିବାର ଲୋକେ ଅଭିଯୋଗ କରିବା ପରେ ମଧ୍ୟ ପୋଲିସ ହାତ ବାନ୍ଧି ବସିଥିବା ଯୋଗୁଁ ପୋଲିସର କାର୍ଯ୍ୟାନୁଷ୍ଠାନ ସନ୍ଦେହ ଘେରରେ ରହିଛି ।ପରିବାରର ଏକ ମାତ୍ର ରୋଜଗାରକ୍ଷମ ଯୁବକଙ୍କ ମୃତ୍ୟୁ ପରେ ବେସାହାରା ପରିବାରକୁ ନ୍ୟାୟ ପ୍ରଦାନ ଦାବିରେ ବିଜେପି ପକ୍ଷରୁ ଆଜି ବରଗଡ଼ ଏସପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେବାସହ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି । ବିଭିନ୍ନ ଦାବିନେଇ ବିଜେପି ଜିଲ୍ଲା ସଭାପତି ଅଶ୍ୱିନୀ ଷଡ଼ଙ୍ଗୀଙ୍କ ନେତୃତ୍ୱରେ ବିଜେପିର ସମସ୍ତ କର୍ମକର୍ତ୍ତା ଏସପିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା ଦେଇ ଜିଲ୍ଲା ପୋଲିସ ପ୍ରଶାସନକୁ ପ୍ରଶ୍ନ କରିବା ସହ ବରଗଡ଼ ଏସପି ଏଭଳି ଘଟଣାରେ ଚୁପ ବସିବାକୁ ବିଜେପି ନିନ୍ଦା କରିଛି ।ଗୋବିନ୍ଦଙ୍କ ମୃତ୍ୟୁ ପୋଲିସ ହେପାଯତରେ ହୋଇଥିବାରୁ ରାଜ୍ୟ ସରକାର ତୁରନ୍ତୁ ହାଜତ ମୃତ୍ୟୁ ଘୋଷଣା କରନ୍ତୁ ,ମୃତ ଯୁବକଙ୍କ ପରିବାରର ପୋଷଣ ପାଇଁ ତାଙ୍କ ବିଧବା ସ୍ତ୍ରୀକୁ ସରକାରୀ ସ୍ଥାୟୀ ନିଯୁକ୍ତି ପ୍ରଦାନ ,ଅଭିଯୁକ୍ତ ପୋଲିସ ଅଧିକାରୀଙ୍କ ବିରୁଦ୍ଧରେ ଦୃଷ୍ଟାନ୍ତମୂଳକ କାର୍ଯ୍ୟାନୁଷ୍ଠାନ ,ଜିଲ୍ଲାର ପୁରୁଣା ପୋଲିସ ଅଧିକାରୀଙ୍କ ବଦଳି ସହ ବିଭିନ୍ନ ଦାବି କରିଛି ବିଜେପି । ଦାବି ପୂରଣ ନହେଲେ ଆଗାମୀ ଦିନରେ ଡିଆଇଜି ଅଫିସ ସମ୍ମୁଖରେ ଆନ୍ଦୋଳନ କରିବ ବୋଲି କଡା ଚେତାବନୀ ଦେଇଛି ବିଜେପି ।

ବରଗଡ଼ ଇପିଏ ରୁ ସୁବାଷ ଦୋରା ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.