ପ୍ରତିଭା ଆବାସିକ ମହାବିଦ୍ୟାଳୟ ରେ ଗୁରୁ ଦିବସ ପାଳିତ
ଛତ୍ରପୁର ର ଅଗ୍ରଣୀ ପ୍ରତିଭା ଆବାସିକ ମହାବିଦ୍ୟାଳୟ ପକ୍ଷରୁ ପବିତ୍ର ଗୁରୁ ଦିବସ-୨୦୨୧ ପାଳିତ ହୋଇଯାଇଛି l ଗୁରୁ ପୂଜନ, ମାର୍ଗଦର୍ଶନ ଓ ସର୍ବପଲ୍ଲୀ ରାଧାକ୍ରିଷ୍ଣାନଙ୍କ ସ୍ମୃତିଚାରଣସଭା ଅନୁଷ୍ଠିତ ହୋଇଥିଲା l ଛାତ୍ର ଛାତ୍ରୀ ମାନଙ୍କୁ ଅଧୂନିକ ଶୃଙ୍ଖଳିତ ଭାରତ ନିର୍ମାଣ ଓ ଆଧ୍ୟାତ୍ମିକ ଜାଗରଣ ଉପରେ ଆଲୋକପାତ କରାଯାଇ ବହୁ ଉପଦେଶ ମୂଳକବାଣୀ ସମ୍ପର୍କରେ ଉପଦେଶ ପ୍ରଦାନ କରାଯାଇଥିଲା । ମହାବିଦ୍ୟାଳୟ ର ଅଧ୍ୟକ୍ଷ ଚିନ୍ମୟ ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ସଭାରେ ଅଖିଳ ବିଶ୍ୱ ଗାୟତ୍ରୀ ପରିବାରର କାର୍ଯ୍ୟକର୍ତ୍ତା ତଥା ଅବସରପ୍ରାପ୍ତ ଶିକ୍ଷକ ଗୋକୁଳ ଚନ୍ଦ୍ର ନାହାକ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଛାତ୍ର ଛାତ୍ରୀ ମାନଙ୍କୁ ମାର୍ଗ ଦର୍ଶନ କରିଥିଲେ l ଅନ୍ୟତମ ସମ୍ମାନୀତ ଅତିଥି ସାମାଜିକ କର୍ମୀ ଅରୁଣ ଶତପଥି ଓ ଅଧ୍ୟାପକ ଲିଙ୍ଗରାଜ ସ୍ବାଇଁ, ଲିପସା ପ୍ରିୟଦର୍ଶନୀ ଶେଷାନନ୍ଦ ଷଡ଼ଙ୍ଗୀ, ମନ୍ମୟ ଦାଶ ପ୍ରମୁଖ ଯୋଗଦେଇ ଥିଲେ l ପଣ୍ଡିତ ପ୍ରଦୀପ ଆଚାର୍ଯ୍ୟ ଧନ୍ୟବାଦ ଅର୍ପଣ କରିଥିଲେ l
ଗଂଜାମ ଜିଲ୍ଲା ଛତ୍ରପୁର ଇପିଏରୁ କେ. ସତ୍ୟନାରାୟଣ ରେଡ୍ଡୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ନ ପ୍ରେସ ଏଜେନ୍ସି )

