ଫୁଲଚରାକୁ ହରାଇ ବାଗବର ଚାମ୍ପିୟନ

ସୁବର୍ଣ୍ଣପୁର : ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ଉପକଣ୍ଠ ହିଲୁଙ୍ଗ ପଞ୍ଚାୟତ ର ଅମୁଲ୍ୟମଣି ରାଣୀପୁର ଗ୍ରାମରେ ଅନୁଷ୍ଠିତ ପ୍ରଥମ ସିଦ୍ଧଗୁରୁ ଏକଦିବସୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ର ଫାଇନାଲ ରେ ଫୁଲଚରା କୁ ୧-୦ଗୋଲ ରେ ହରେଇ ଚାମ୍ପିୟନ ହୋଇଛି। ଟୁର୍ଣ୍ଣାମେଣ୍ଟର ଉଦ୍ଘାଟନି ଉତ୍ସବରେ କ୍ରିଡାବିତ ସୁରୁନାରାୟଣ ମହାକୁର, ପଦାର୍ଥ ଜଗଦଲା ଓ ଶିକ୍ଷାବିତ ମନୋରଞ୍ଜନ ଦାଶ ପ୍ରମୁଖ ଅତିଥି ଭାବେ ଯୋଗଦେଇ ଉଦ୍ଘାଟନ କରିଥିଲେ।ଉଦ୍ଘାଟନି ମ୍ୟାଚ ରେ ଲାତୁରପେଟ ଦଳ କୁ ବାଗବର ଟ୍ରାଇବ୍ରେକରେ ୧-୦ଗୋଲ ରେ ହରେଇ ଥିଲା।ଦ୍ବିତୀୟ ମ୍ୟାଚ ରେ ଫୁଲଚରା ଦଳ ଝାରକୁମୁଣ୍ଡା କୁ ୧-୦ରେ ପରାସ୍ତ କରିଥିଲା।ତୃତୀୟ ମ୍ୟାଚରେ ବିଶିପଡା ଦଳ କାନପୁର କୁ ୧-୦ ଗୋଲରେ ପରାସ୍ତ କରିଥିଲା।ଚତୁର୍ଥ ମ୍ୟାଚରେ ମରାଲୋଏ ଦଳ କୁ ଆୟୋଜକ ଅମୁଲ୍ୟମଣି ରାଣିପୁର ଦଳ ଟ୍ରାଇବ୍ରେକରେ ୧-୦ଗୋଲରେ ପରାସ୍ତ କରିଥିଲା।ପ୍ରଥମ ସେମିଫାଇନାଲ ବାଗବର ଓ ବିଶିପଡା ମଧ୍ୟରେ ହୋଇଥିଲା।ଏଥିରେ ବାଗବର ଦଳ ୧-୦ଗୋଲରେ ବିଜୟୀ ହୋଇ ପ୍ରଥମ ଦଳ ଭାବେ ଫାଇନାଲରେ ପ୍ରବେଶ କରିଥିଲା।ଦ୍ବିତୀୟ ସେମିଫାଇନାଲରେ ଫୁଲଚରା ଦଳ ଅମୁଲ୍ୟମଣୀ ରାଣିପୁର କୁ ୧-୦ଗୋଲରେ ହରେଇ ଫାଇନାଲରେ ପ୍ରବେଶ କରିଥିଲା।ସେମିଫାଇନାଲ ମ୍ୟଚ ରେ ଲୁତୁରପଙ୍କ ସମିତିସଭ୍ୟ ଲବ କୁମାର ସାହୁ ଓ ପୂର୍ବତନ ଜିଲ୍ଲା ପରିଷଦ ସଦସ୍ୟ ରାଜଗୋପାଳ ପାଣିଗ୍ରାହୀ ଅତିଥି ଭାବେ ଯୋଗଦେଇ ଖେଲାଳି ଙ୍କୁ ଉତ୍ସାହିତ କରିଥିଲେ। ଫାଇନାଲରେ ବାଗବର ଦଳ ଫୁଲଚରା କୁ ୧-୦ଗୋଲରେ ହରେଇ ଚାମ୍ପିୟନ ହୋଇଥିଲା।ଆୟୋଜକ କମିଟିର ରବୀନ୍ଦ୍ର ହୋତାଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ପୁରସ୍କାର ବିତରଣୀ ଉତ୍ସବରେ ବୀରମହାରାଜପୁର ର ପୂର୍ବତନ ବ୍ଲକ ଅଧ୍ୟକ୍ଷ ରଞ୍ଜିତ ରଥ ମୁଖ୍ୟ ଅତିଥି ଏବଂ ପୂର୍ବତନ ସରପଞ୍ଚ ତଥା ବ୍ଲକ ବିଜେଡି ଯୁବ ସଭାପତି ନାରାୟଣ ଲୁହା,ବହଳପଦର ସମିତି ସଭ୍ୟ ପୀତାମ୍ବର ସାହୁ,ଶିକ୍ଷାବିତ ମନରଞ୍ଜନ ଦାଶ ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇ ଥିଲେ।ଫୁଲଚରା ର ଦିପକ ଙ୍କୁ ଟୁର୍ଣ୍ଣାମେଣ୍ଟ ର ଶ୍ରେଷ୍ଠ ଖେଲାଳି,ବାଗବର ର କିରନ ଙ୍କୁ ଶ୍ରେଷ୍ଠ ଡିଫେନ୍ସ ଓ ଗରିବ ଙ୍କୁ ଶ୍ରେଷ୍ଠ ଗୋଲକିପର ଭାବେ ପୁରସ୍କୃତ କରିବା ସହିତ ଚାମ୍ପିୟନ ବାଗବର ଦଳ କୁ ଟ୍ରଫି ସହିତ ନଗଦ ୪ହଜାର ୫୦୦ଟଙ୍କା ଏବଂ ରନର୍ସଅଫ ଫୁଲଚରା ଦଳକୁ ଟ୍ରଫି ସହିତ ନଗଦ ୩ହଜାର ୫୦୦ଟଙ୍କା ପ୍ରଦାନ କରାଯାଇ ଥିଲା। ମ୍ୟାଚ ଗୁଡିକରେ ନରସିଂହ ସେଠି, ସଞ୍ଜୟ ସାହୁ, ଆନନ୍ଦ ବଢେଇ ଓ ଆଶିସ ପଣ୍ଡା ରେଫରି ଭାବେ ଖେଳ ପରିଚାଳନା କରିଥିଲେ । ସତ୍ୟବ୍ରତ ପ୍ରଧାନ ସ୍କୋରିଙ୍ଗ ଏବଂ ଅଭିମନ୍ୟୁ ବଗର୍ତ୍ତି ଧାରାବିବରଣୀ ପ୍ରଦାନ କରିଥିଲେ । ଟୁର୍ଣ୍ଣାମେଣ୍ଟରେ ସୁଧିର ପଧାନ, ସତ୍ୟମୋହନ ପଧାନ, ସତ୍ୟନାରାୟଣ ବାଘ ପ୍ରମୁଖଙ୍କ ସହ ସମସ୍ତ ସଦସ୍ୟ ସହଯୋଗ କରିଥିଲେ ।
ସୁବର୍ଣ୍ଣପୁର ଇପିଏ ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )