ପ୍ରଦୂଷଣମୁକ୍ତ ସଚେତନତା ବାର୍ତ୍ତା ନେଇ ସାରା ଭାରତ ସାଇକେଲ ଯାତ୍ରା

0 3

ସୁବର୍ଣ୍ଣପୁର : ସାମ୍ପ୍ରତିକ ପରିସ୍ଥିତିରେ ସମଗ୍ର ବିଶ୍ୱ ପ୍ରଦୂଷଣର ବିଷ ବଳୟ ମଧ୍ୟରେ ପୂରି ରହିଛି l ପ୍ରଦୂଷଣମୁକ୍ତ ନିମନ୍ତେ ପଶ୍ଚିମବଙ୍ଗ ରାଜ୍ୟର ପ୍ରାଥମିକ ଶିକ୍ଷକ ରାମ ପ୍ରସାଦ ନସ୍କର ସାଇକେଲରେ ସାରା ଭାରତ ଭ୍ରମଣ କରି ଓଡିଶାର ନୂଆପଡା, ସହେଲା, ତେଲିବନ୍ଧ ପରେ ବିରନରସିଂହପୁର ନର୍ସରୀ ଠାରେ ପଂହଁଚିଥିଲେ l ଏଠାରେ ତାଙ୍କୁ ଭବ୍ୟ ସମ୍ବର୍ଦ୍ଧନା କରାଯାଇଥିଲେ l ବୌଦ୍ଧ ବିଧାୟକ ପ୍ରଦୀପ କୁମାର ଅମାତ ପୁଷ୍ପଗୁଚ୍ଛ, ଉପଢୌକନ ଦେଇ ସମ୍ବର୍ଦ୍ଧିତ କରିଥିଲେ l ଏଥିରେ ମାହେଶ୍ୱରୀ ଗୋଶାଳାର ଅଧକ୍ଷ ନିର୍ଗୁଣ ମହାକୁଡ଼, ସମ୍ପାଦକ କୃତ୍ତିବାସ ପଲିଆ, କୋଷାଧକ୍ଷ ଉଦ୍ଧବ କଳତା,ସୁବୋଧ ପ୍ରଧାନ, ଅଶୋଜ ସାହୁ, ସୌଭାଗ୍ୟ ରଞ୍ଜନ ନାଏକ, ନିତ୍ୟାନନ୍ଦ ଭୋଇ ପ୍ରମୁଖ ଉପସ୍ଥିତ ଥିଲେ l ଅପରାହ୍ନରେ ମାହେଶ୍ୱରୀ ଗୋଶାଳା ଦନ୍ତlପାଳି ପରିସରରେ ବୃକ୍ଷରୋପଣ କାର୍ଯ୍ୟକ୍ରମ କଲାପରେ ସମ୍ବର୍ଦ୍ଧନା କରାଯାଇଥିଲା l ଏଥିରେ ଗୋଶାଳା ତତ୍ୱାବଧାରକ ଭାଗ୍ୟଧର ମହାକୁଡ଼, ପ୍ରଭାତଚନ୍ଦ୍ର ପ୍ରଧାନ, ନିର୍ଗୁଣ ମହାକୁଡ଼, କୃତ୍ତିବାସ ପଲିଆ, ରୋହିତ ଭୋଇ, ମହେନ୍ଦ୍ର ପ୍ରଧାନ ଓ ଜ୍ୟୋତିରଞ୍ଜନ ପ୍ରଧାନ ପ୍ରମୁଖ ସହଯୋଗ କରିଥିଲେ l

ସୁବର୍ଣ୍ଣପୁର ଇପିଏ ରୁ ଉଗ୍ରସେନ କର୍ମୀଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.