ପ୍ରବଳ ବର୍ଷା ଯୋଗୁଁ ସୋନପୁର ଓ ବୌଦ୍ଧ ମଧ୍ୟରେ ଯୋଗାଯୋଗ ବିଛିନ୍ନ
ସୁବର୍ଣ୍ଣପୁର.ରେ ଦୁଇଦିନ ଧରି ପ୍ରବଳ ବର୍ଷା ଯୋଗୁଁ ଖୋର୍ଦ୍ଧା. ବଲାଙ୍ଗୀର 57 ନମ୍ବର ଜାତୀୟ ରାଜପଥ ଉପରେ ବର୍ଷାଜଳ ପ୍ରବାହିତ ଯୋଗୁଁ ସୋନପୁର ବୌଦ୍ଧ ଯୋଗାଯୋଗ ବିଛିନ୍ନ ହୋଇଛି l ମିଳିଥିବା ସୂଚନା ଅନୁଯାୟୀ ଜାତୀୟ ରାଜପଥ ନମ୍ବର 57 ର ବୌଦ୍ଧ ଥାନା ତେଲିବନ୍ଧ ଗ୍ରାମର ମା ପନ୍ଥେଇ ଦୁର୍ଗାଙ୍କ ପୀଠ ନିକଟରେ ଜାତୀୟ ରାଜପଥ ଉପରେ ଦୁଇ ଫୁଟ ରୁ ଅଧିକ ଉଚ୍ଚରେ ବର୍ଷା ଜଳ ପ୍ରବାହିତ ହେଉଛି l କିଛି ହାଲୁକା ଯାନବାହାନ ପାଣି ଭିତରେ ପଶି ବିପଦ ଜନକ ଅବସ୍ଥାରେ ପାର ହେଉଥିବା ଦେଖିବାକୁ ମିଳିଛି l
ସୁବର୍ଣ୍ଣପୁର ଜିଲା ଇପିଏ ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ନ ପ୍ରେସ ଏଜେନ୍ସି )