ପ୍ରଶାସନିକ ସ୍ତରରେ ଅଦଳି ବଦଳି ସହିତ ଅଧିକାରୀ ଙ୍କୁ ମିଳିଲା ପଦୋନ୍ନତି

0 37

ଶାସନର ବ୍ୟବସ୍ଥାକୁ ସୁପରିଚାଳନା ନିମନ୍ତେ ରାଜ୍ୟ ସରକାର ୪ ଜଣ IPS ଅଫିସର୍ ଙ୍କୁ ଅଦଳବଦଳ କରିଛନ୍ତି। ଜଗତସିଂହପୁର ଜିଲ୍ଲାରେ କାର୍ଯ୍ୟରତ ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ରଙ୍କୁ ଖୋର୍ଦ୍ଧା ଜିଲ୍ଲାପାଳ ଭାବେ ଦାୟିତ୍ଵ ଅର୍ପଣ କରାଯାଇଥିବା ସ୍ଥଳେ ଜଗତସିଂହପୁର ଜିଲ୍ଲାପାଳ ଭାବେ ଦାୟିତ୍ଵ ଗ୍ରହଣ କରିଛନ୍ତି ପାରୁଲ୍ ପଟ୍ଟୱାରୀ ଓ ପୂର୍ବତନ ଖୋର୍ଦ୍ଧା ଜିଲ୍ଲାପାଳ ସନତ୍ କୁମାର ମହାନ୍ତି ଙ୍କୁ SC IRT ର ନିର୍ଦେଶକ ଭାବେ ଦାୟିତ୍ଵ ଅର୍ପଣ କରାଯାଇଥିବା ସ୍ଥଳେ ପୂର୍ବତନ SCIRT ନିର୍ଦ୍ଦେଶକ ଗଗଧର ସାହୁଙ୍କୁ ସାଧାରଣ ଅଭିଯୋଗ ବିଭାଗର ନିର୍ଦ୍ଦେଶକ ଭାବେ ନିଯୁକ୍ତି ପ୍ରଦାନ କରାଯାଇଛି।

ଖୋର୍ଦ୍ଧା ଜିଲ୍ଲା ଇପିଏରୁ ମନୋଜ କୁମାର ସାହୁ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.