ପ୍ରେମ ସମ୍ପର୍କ, ଶାରୀରିକ ସମ୍ପର୍କ ପରେ ଗର୍ଭ ନଷ୍ଟ ଉଦ୍ୟମ

ମୟୁରଭଂଜ ଜିଲ୍ଲା ସାରସକଣା ବ୍ଲକ୍ ଅନ୍ତର୍ଗତ ପଞ୍ଚମତଳିଆ ଗ୍ରାମରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ପ୍ରକାଶ ଥାଉକି ପଞ୍ଚମତଳିଆ ଗ୍ରାମ ର ଶ୍ରୀ ଜଗତପତି ବାସ୍କେ (33) ଓ ସେହି ଗ୍ରାମର ଏକ ଯୁବତୀ (23) ଙ୍କ ସହିତ ପ୍ରେମ ସମ୍ପର୍କ କରି ବିବାହ କରିବାର ସ୍ବପ୍ନ ଦେଖାଇ ଶାରୀରିକ ସମ୍ପର୍କ ରଖି ଗର୍ଭବତୀ କରିଥିଲେ ଓ ପରେ ଉକ୍ତ ଗର୍ଭ କୁ ନଷ୍ଟ କରିବାକୁ ପ୍ରୟାସ କରି ଜଣଙ୍କ ଔଷଧ ଦୋକାନରୁ ଔଷଧ ନେଇ ଯୁବତୀଙ୍କୁ ଖାଇବାକୁ ଦେଇଥିଲେ, ଯୁବତୀ ଜଣକ ସେ ଔଷଧ ଖାଇ ତାଂକ ଅବସ୍ଥା ଅତ୍ୟନ୍ତ ଗୁରୁତର ହେବାରୁ ତାଙ୍କୁ ବାରିପଦା ସ୍ଥିତ ପଣ୍ଡିତ ରଘୁନାଥ ମୁର୍ମୁ ସରକାରୀ ଡାକ୍ତରଖାନା କୁ ଚିକିତ୍ସା ପାଇଁ ନେଇ ଥିଲେ |
ଖବର ପାଇ ସଖୀ ୱାନ ସ୍ଟୋପ ଉକ୍ତ ଘଟଣା ବିଷୟରେ ପୋଲିସ ଷ୍ଟେସନ ରେ ଲିଖିତ ଅଭିଯୋଗ କରିଥିଲେ, ଲିଖିତ ଅଭିଯୋଗ ଅନୁସାରେ ଝାଡ଼ପୋଖରିଆ ପୋଲିସ 2 ଜଣ ଅଭିଯୁକ୍ତ ଜଗତପତି ବାସ୍କେ ଓ ସମ୍ପୃକ୍ତ ଔଷଧ ଦୋକାନୀ କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି |
ମୟୁରଭଂଜ ଜିଲ୍ଲା ଇପିଏ ରୁ ମାନଗୋବିନ୍ଦ ପାଣିଗ୍ରାହୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )