ପ୍ଲାଷ୍ଟିକ ଓ ପଲିଥିନ ମୁକ୍ତ ପାଇଁ ସଚେତନତା

0 4

ସୁବର୍ଣ୍ଣପୁର:ସୁବର୍ଣ୍ଣପୁର ସଦର ପୌର ପରିଷଦ ପକ୍ଷରୁ ପଲିଥିନ ଓ ପ୍ଲାଷ୍ଟିକ ମୁକ୍ତ ସହର ଭାବେ ପରିଣତ କରିବା ପାଇଁ ସହରବାସୀଙ୍କ ଭିତରେ ସଚେତନତା ସୃଷ୍ଟି କରାଯାଇଛି ।ସଦର ପୌର ପରିଷଦ କାର୍ଯ୍ୟାଳୟରୁ ପୌର ପରିଷଦ କର୍ମଚାରୀ , ସ୍ବେଛାସେବୀ ମାନଙ୍କ ଏକ ସଚେତନତା ଶୋଭାଯାତ୍ରା ସହର ପରିକ୍ରମା କରିଛି ।ଶୋଭାଯାତ୍ରାରେ ପୌର ପରିଷଦ କର୍ମଚାରୀମାନେ ପ୍ଲାଷ୍ଟିକ ବର୍ଜନ କରିବା ପାଇଁ ସହରବାସୀଙ୍କୁ ଆହ୍ବାନ ଦେଇଛନ୍ତି ।ପୌର ପରିଷଦ ପକ୍ଷରୁ ବର୍ଷର ବିଭିନ୍ନ ସମୟରେ ପୋଲିସ ସହାୟତାରେ ପ୍ଲାଷ୍ଟିକ ବ୍ୟବସାୟ ଉପରେ ଚଢାଉ କରାଯାଉଛି ।ପ୍ଲାଷ୍ଟିକ ଓ ପଲିଥିନ ହୋଲସେଲର ,ଡିଲର ତଥା ବିଭିନ୍ନ ବ୍ୟବସାୟ ପ୍ରତିଷ୍ଠାନ ଗୁଡିକରେ ବି ଚଢାଉ କରାଯାଇ ଫାଇନ ଆଦାୟ କରାଯାଉଛି ।ସହରର କାନ୍ଥବାଡରେ ପ୍ଲାଷ୍ଟିକ ଓ ପଲିଥିନ ବର୍ଜନ ପାଇଁ ଚିତ୍ର ସହିତ ବିଭିନ୍ନ ସ୍ଲୋଗାନ ଗୁଡିକ ଲେଖା ଯାଇଛି ।ତଥାପି ସହରରୁ ପ୍ରତ୍ୟେକ ଦିନ ପ୍ଲାଷ୍ଟିକ ଓ ପଲିଥିନ ଆବର୍ଜନ ବାହାରୁଛି ।ଯାହା ଫଳରେ ସହରକୁ ପରିଷ୍କାର ପରିଛନ୍ନ ରଖିବା ପାଇଁ ପୌର ପରିଷଦର ସବୁ ଚେଷ୍ଟା ବିଫଳ ହେଉଛି ।ତେବେ ଉଭୟ ସଚେତନତା କାର୍ଯ୍ୟକ୍ରମ ଓ ପ୍ଲାଷ୍ଟିକ ,ପଲିଥିନ ଉପରେ ଆଇନଗତ କାର୍ଯ୍ୟାନୁଷ୍ଠାନ କଡାକଡି କରିବା ପାଇଁ ପୌର ପରିଷଦ ନିଷ୍ପତ୍ତି ନେଇ ସ୍ବଛତା ଅଭିଯାନ ଆରମ୍ଭ କରିଛି ।

ସୁବର୍ଣ୍ଣପୁର କର୍ମୀ ଇପିଏ ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.