ଫର ୟୁ ପକ୍ଷରୁ ଲାଇବ୍ରେରୀ ଉଦ୍ଘାଟିତ

0 5

ଭୁବନେଶ୍ୱର : ଅଗ୍ରଣୀ ସାମାଜିକ ଅନୁଷ୍ଠାନ “ଫର ୟୁ” ପକ୍ଷରୁ ପୁସ୍ତକ ପଠନର ସୁବିଧା ତଥା ପାଠକୀୟ ଶ୍ରଦ୍ଧାକୁ ସମ୍ମାନ ପ୍ରଦାନ ନିମନ୍ତେ ସ୍ଥାନୀୟ ନୂଆପଲ୍ଲୀ ବେହେରା ସାହି ଠାରେ ଏକ ପାଠାଗାରର ଶୁଭ ଉଦ୍‌ଘାଟନ ହୋଇଯାଇଛି । ଉକ୍ତ ପାଠାଗାରକୁ ଭୂବନେଶ୍ୱର ମଧ୍ୟ ବିଧାୟକ ଅନନ୍ତନାରାୟଣ ଜେନା ମୁଖ୍ୟଅତିଥି ଭାବେ ଯୋଗଦେଇ ଆନୁଷ୍ଠାନିକଭାବେ ଉଦଘାଟନ କରିବା ସହ ପାଠାଗାରର ଉପଯୋଗୀତା ଉପରେ ନିଜସ୍ଵ ମନ୍ତବ୍ୟ ଦେଇଥିଲେ। “ଫର ୟୁ” ସଭାପତି ସତ୍ୟ ଦାଶ ପାଠାଗାର ପ୍ରତିଷ୍ଠା ସମ୍ପର୍କରେ ତଥ୍ୟ ପ୍ରଦାନ କରିବା ସହ ଧନ୍ୟବାଦ ଅର୍ପଣ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଅକ୍ଷୟ ବିକାଶ ମହାରଣା, ପବିତ୍ର କୁମାର, ସୀମା ପାଢ଼ୀ, ପ୍ରିୟଦର୍ଶିନୀ ସ୍ୱାଇଁ ପ୍ରମୁଖ କାର୍ଯ୍ୟକ୍ରମର ସୁପରିଚାଳନା ନିମନ୍ତେ ସହଯୋଗ କରିଥିଲେ।

ଭୁବନେଶ୍ୱର ଇପିଏ ରୁ ନିରଞ୍ଜନ ସାହୁ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.