ଫିଲ୍ମ ଷ୍ଟାଇଲରେ କାଠ ବୋଝେଇ ପିକଅପ ଗାଡି ଓ କାରକୁ ଗୋଡେଇ ଧରିଲା ବନବିଭାଗ
ଫିଲ୍ମ ଷ୍ଟାଇଲରେ କାଠ ବୋଝେଇ ପିକ ଅପ ଗାଡି ଓ କାରକୁ ଜବତ କରିଛି ବନବିଭାଗ ।କାମାକ୍ଷାନଗର ପୂର୍ବାଞ୍ଚଳ ରେଞ୍ଜ ବାଟଗାଁର ଠେଙ୍ଗିଆମୁଣ୍ଡା ନିକଟରୁ ଏକ କେନ୍ଦୁକାଠ ବୋଝେଇ ପିକଅପ ଗାଡି ଏବଂ ଏକ ଦାମୀ କାର ସହ ଜଣେ ଅଭିଯୁକ୍ତ ଗିରଫ ହୋଇଛି । ଗିରଫ ଅଭିଯୁକ୍ତ କାମାକ୍ଷାନଗର ଥାନା ବାଉଁଶପାଳ ଗାଁର କୁଶଭଦ୍ର ବିଶ୍ୱାଳ । ବିଶେଷ ସୂତ୍ରରୁ ଖବର ପାଇ କାମାକ୍ଷାନଗର ପୂର୍ବାଞ୍ଚଳ ରେଞ୍ଜର ସତ୍ୟନାରାୟଣ ସାହୁ ଠେଙ୍ଗିଆମୁଣ୍ଡା ନିକଟରେ କାଠ ବୋଝେଇ ଗାଡିକୁ ପିଛା କରି ଧରିଥିଲେ । ତେବେ ଏକ ଦାମୀ କାରରେ କିଛି କାଠ ମାଫିଆ ପଳେଇ ଯାଉଥିବା ସମୟରେ ବନ ବିଭାଗ ଫିଲ୍ମ ଷ୍ଟାଇଲରେ କାରଟିକୁ ତଡିଥିଲା ।ଏବଂ ଠେଙ୍ଗିଆମୁଣ୍ଡା କାରଟି ଏକ ଗଛ ସହ ଧକ୍କା ହୋଇ ଦୁର୍ଘଟଣା ଘଟିଥିଲା ।
ମାତ୍ର କାର ଭିତରେ ଥିବା କାଠ ମାଫିଆ ମାନେ ଫେରାର ମାରିଥିଲେ । ବନ ବିଭାଗ ଉଭୟ କାଠ ବୋଝେଇ ପିକଅପ ଗାଡି ଓ କାରକୁ ଜବତ ରଖିଛି । ଜବତ କେନ୍ଦୁ କାଠର ଆନୁମାନିକ ମୂଲ୍ୟ ପ୍ରାୟ ଏକ ଲକ୍ଷ ଟଙ୍କାରୁ ଅଧିକ ହେବ । ଏହି କେନ୍ଦୁ କାଠ ଗୁଡିକ ବାହାର ରାଜ୍ୟକୁ ଚାଲାଣ ହେଉଥିବା ସୂଚନା ମିଳିଛି । ଖୁବଶୀଘ୍ର ଏହି କାଠ ମାଫିଆ ମାନଙ୍କର ପର୍ଦ୍ଦାଫାସ ହେବ ବୋଲି ବନ ବିଭାଗ ପକ୍ଷରୁ ଜଣାପଡିଛି।
କାମାକ୍ଷାନଗର ରୁ ରାଜକିଶୋର ରାଉତ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )