ଫି ଆଦାୟ କୁ ନେଇ ବିବାଦ

0 9

MPC ଅଟୋନୋମୋସ କଲେଜ ର ଛାତ୍ର ଛାତ୍ରୀ ମାନେ ରି ଆଡ଼ମିଶନ ଫି କୁ ନେଇ କଲେଜ ର ମୁଖ୍ୟ ଫାଟକ ଆଗରେ ଆନ୍ଦୋଳନ କରିଥିଲେ। ଛାତ୍ର ଛାତ୍ରୀ ମାନଙ୍କର ଆନ୍ଦୋଳନ କରିବାର କାରଣ ଏହି ମହାମାରୀ କୋରୋନା ସମୟରେ ପିଲାମାନଙ୍କର ଆଡ଼ମିଶନ ଫି କୁ ହ୍ରାସ ନ କରି ପୁରା ମାତ୍ରାରେ ଦେବାକୁ ଛାତ୍ର ଛାତ୍ରୀ ମାନଙ୍କୁ କଲେଜ କର୍ତ୍ତୃପକ୍ଷ କହିଛନ୍ତି ,ତେଣୁ ଏହାର ବିରୋଧ କରି ଧାରଣାରେ ବସିଥିଲେ ସେମାନଙ୍କର ଦାବୀ ଥିଲା ଯେ ରି ଆଡ଼ମିଶନ ଫିକୁ ୬୦ପ୍ରତିଶତ କମାଇବାକୁ ଏବଂ କଲେଜ ର ଅନେକ ଗୁଡ଼ିଏ ଅସୁବିଧା ଦର୍ଶାଇ ସମାଧାନ କରିବାକୁ ଦାବି କରିଥିଲେ, ଛାତ୍ର ଛାତ୍ରୀ ମାନଙ୍କର କହିବା କଥା ସେମାନେ କଲେଜ କର୍ତ୍ତୃପକ୍ଷ ଙ୍କୁ ଆଗରୁ ଅବଗତ କରାଇଥିଲେ କିନ୍ତୁ କଲେଜ କର୍ତ୍ତୃପକ୍ଷ କହିଥିଲେ ଯେ ଆମେ ଉଚ୍ଚ ପ୍ରାଧିକାରୀ ଙ୍କୁ ଜଣାଇ ଏହାର ସମାଧାନ କରିବୁ କିନ୍ତୁ ଏ ପର୍ଯ୍ୟନ୍ତ ଏହାର କିଛି ସମାଧାନ ହୋଇପାରିନାହିଁ। ତେଣୁ ଯଦି ଏହାର ସମାଧାନ ଅତି ଶୀଘ୍ର ନ ହୁଏ ତାହାଲେ ଆନ୍ଦୋଳନ ଜୋରଦାର ହେବ ବୋଲି ଛାତ୍ର ଛାତ୍ରୀ ମାନେ ଚେତାବନୀ ଦେଇଛନ୍ତି।

ମୟୁରଭଂଜ ଜିଲ୍ଲା ଇପିଏ ରୁ ମାନଗୋବିନ୍ଦ ପାଣିଗ୍ରାହୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.