ବଜ୍ରକପ୍ତା କାତି ଉଦ୍ଧାର ସହ ଦୁଇଭାଇ ଗିରଫ

0 11

ଖୋର୍ଦ୍ଧା : ଫତେଗଡ ଥାନା ଅନ୍ତର୍ଗତ ଧଳାପଥର ଅଞ୍ଚଳରେ ବଜ୍ରକାପ୍ତା କାତି କୁ ନେଇ ଡ଼ିଲ କରୁଥିବା ସମୟରେ ଦୁଇ ଭାଇଙ୍କୁ ମାଡି ବସିଥିଲା ଖୋର୍ଦ୍ଧା ବନବିଭାଗ । କାତିର ଓଜନ ପ୍ରାୟ ୩କେଜିରୁଉର୍ଦ୍ଧ ହେବବୋଲି ବନବିଭାଗ ରୁ ସୂଚନା ମିଳିଛି । ଜାହାରଆନୁମାନିକ ମୂଲ୍ୟ ୩ଲକ୍ଷ ରୁ ଅଧିକ ବୋଲି ଅନୁମାନ କରାଯାଉଛି। ଗିରଫ ଦୁଇ ଭାଇ ହେଲେ ନୟାଗଡ଼ ଫତେଗଡ଼ ଥାନା ଶାଳବଣି ନିଳକଣ୍ଠପୁର ଗ୍ରାମର ରାଜକିଶୋର ଖୁଣ୍ଟିଆ ଓ ଗୁଣ୍ଡିଚା ଖୁଣ୍ଟିଆ । ସୂଚନା ମୁତାବକ ଗତକାଲି ରାତିରେ ଅଭିଯୁକ୍ତ ଦୁଇଭାଇ କୁ ନୟାଗଡ଼ ଭାପୁର ଜଙ୍ଗଲରୁ ଏକ ଜୀବିତ ବଜ୍ରକାପ୍ତାକୁ ଧରିବା ପରେ ତାକୁ ବିକ୍ରି ପାଇଁ ଖୋର୍ଦ୍ଧା ବେଗୁନିଆ ଅଞ୍ଚଳର ଜଣଙ୍କ ସହିତ ଡିଲ କରାଯାଇଥିବା ବେଳେ ଯୋଜନା ମୁତାବକ ଗତକାଲି ବିକ୍ରି କରିବା ପୂର୍ବରୁ ବଜ୍ରକାପ୍ତାର ମୃତ୍ୟୁ ହୋଇଥିବାରୁ ତାର କାତିକୁ ଏକ ବସ୍ତାରେ ପୁରାଇ ଧଳାପଥର ବଜାର ନିକଟରେ ଆସାମୀ ଦୁଇଜଣ ଠିଆ ହୋଇଥିବା ବେଳେ ବିଶେଷ ସୂତ୍ରରୁ ଖବର ପାଇ ବନ ବିଭାଗ ଚଢ଼ାଉ କରି ଉଭୟଙ୍କୁ ଗିରଫ କରିଛି । ଏମାନଙ୍କୁ ଅଧିକ ଜେରା କରିବା ସହିତ ବନ ବିଭାଗ ପକ୍ଷରୁ କୋର୍ଟ ଚାଲାଣ କରାଯାଇଛି । ଏନେଇଁ ସୂଚନା ଦେଇଛନ୍ତି ଖୋର୍ଦ୍ଧା ବନଖଣ୍ଡ ଏସ.ସି.ଏଫ ଅସିତ ମିଶ୍ର ।

ଖୋର୍ଦ୍ଧା ଇପିଏ ରୁ ମନୋଜ କୁମାର ସାହୁଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.