ବଜ୍ରାଘାତରେ ନାବାଳିକାର ମୃତ

0 4

ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା ବସୋଇ ଗାଁରେ ବଜ୍ରାଘାତ ଘଟି ଜଣେ ନାବାଳିକାର ମୃତ୍ୟୁ ହୋଇଛି। ମୃତକ ଜଣଙ୍କ ଗାଁର ସୁରେଶ ମହାଳିକଙ୍କ ଝିଅ ସ୍ମିତା ମହାଳିକ । ସ୍ମିତା ଆଜି ମଧ୍ୟାହ୍ନରେ ଖାଇ ସାରିବା ପରେ ବାସନ ଗୁଡିକ ଘର ପାଖରେ ମାଜିବା ପାଇଁ ଯାଇଥିଲେ ।ସେ ବାସନ ଗୁଡିକୁ ମାଜିବା ସମୟରେ ବଜ୍ରାଘାତରଶିକାର ହୋଇଥିଲେ ।ତୁରନ୍ତ ପରିବାର ଲୋକେ ତାଙ୍କୁ କାମାକ୍ଷାନଗର ମେଡିକାଲରେ ଭର୍ତ୍ତି କରିଥିଲେ। ତେବେ ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଏ ନେଇ ଗାଁରେ ଶୋକାକୁଳ ପରିସ୍ଥିତି ସୃଷ୍ଟି ହୋଇଛି l

କାମାକ୍ଷାନଗର ଇପିଏ ରୁ ରାଜକିଶୋର ରାଉତ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ନ ପ୍ରେସ ଏଜେନ୍ସି )

Leave A Reply

Your email address will not be published.