ବଡବିଲରେ ଶିଶୁ ଶ୍ରମିକ ଓ ବାଲ୍ୟ ବିବାହ ନିରୋଧ ସଚେତନତା କାର୍ଯ୍ୟକ୍ରମ

0 17

ଆଜିର ଶିଶୁ, କାଲିର ନାଗରିକ। ସେଥିପାଇଁ ୬ ରୁ ୧୪ ବର୍ଷୀୟ ଶିଶୁ ମାନଙ୍କ ପାଇଁ ସରକାର ବାଧ୍ୟତାମୂଳକ ଭାବେ ଶିକ୍ଷା ଅଧିକାର ଆଇନ୍ ପ୍ରଣୟନ କରିଛନ୍ତି ଏବଂ ୧୪ ରୁ କମ୍ ବୟସର ଶିଶୁଙ୍କୁ ଶ୍ରମିକ ଭାବେ ଓ ୧୮ ରୁ କମ୍ ବୟସ୍କ ପିଲାଙ୍କୁ ବିପଦ ପୂର୍ଣ୍ଣ କାମରେ ଲଗାଇବା ମଧ୍ୟ ଅପରାଧରେ ଅନ୍ତର୍ଭୁ୍କ୍ତ। ଠିକ୍ ସେହିପରି ୧୮ ବର୍ଷରୁ କମ୍ ଝିଅ ଓ ୨୧ ବର୍ଷରୁ କମ୍ ବୟସ୍କ ପୁଅର ବିବାହ ବାଲ୍ୟ ବିବାହ କୁହାଯାଇଥାଏ। କିନ୍ତୁ ସଚେତନତା ଅଭାବରୁ ହେଉ ବା ବାଧ୍ୟତା ବଶତ ହେଉ ଏବେ ବି ଅନେକ ଶିଶୁ ଶିକ୍ଷା ପରି ତାଙ୍କ ମୌଳିକ ଅଧିକାରରୁ ବଞ୍ଚିତ ହୋଇ ଶିଶୁ ଶ୍ରମିକ ପାଲଟୁଛନ୍ତି ତ ବାଲ୍ୟ ବିବାହର ବନ୍ଧନରେ ମଧ୍ୟ ବାନ୍ଧି ହେଉଛନ୍ତି।
ସେହି କ୍ରମରେ ଆଜି କେନ୍ଦୁଝର ଜିଲ୍ଲା ବଡ଼ବିଲ ପୌରପାଳିକା ଅନ୍ତର୍ଗତ ପୁରୁଣା ବସ୍ ଷ୍ଟାଣ୍ଡରେ ତିନୋଟି ସ୍ୱେଚ୍ଛାସେବୀ ଅନୁଷ୍ଠାନ ଯଥା ଆସ୍ପେୟାର, କେ.ଆଇ.ବି. ଓ ସି.ଆର୍.ପି.ଏଫ୍. ଦ୍ଵାରା ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା। ଏଥିରେ ଆସ୍ପେୟାରର ଯୋଡା ବ୍ଲକ୍ କୋ-ଅଡିନେଟର ରାଜେଶ୍ ଲାଗୁରୀ, ବରିଷ୍ଠ ଶିକ୍ଷକ କ୍ଷେତ୍ର ମୋହନ ସେନାପତିଙ୍କ ସମେତ ସଂସ୍ଥାର ସ୍ବେଛାସେବୀ ମାନେ ଉପସ୍ଥିତ ରହି ଏହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ। ଏଥିରେ ସମସ୍ତ ସଦସ୍ୟ ନିଜ ଅଞ୍ଚଳରେ ହେଉଥିବା ଶିଶୁ ଶ୍ରମିକ ଓ ବାଲ୍ୟ ବିବାହକୁ ବିରୋଧ କରିବା ସହ ନିଜ ନିଜ ଅଞ୍ଚଳରେ ଉକ୍ତ ବିଷୟରେ ଲୋକଙ୍କୁ ସଚେତନ କରିବା ପାଇଁ ଶପଥ ପାଠ କରୁଥିବା ଦେଖିବାକୁ ମିଳିଥିଲା।

ବଡ଼ବିଲ ଇପିଏ ରୁ ସିତାରାମ ଦିକ୍ଷୀତ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ନ ପ୍ରେସ ଏଜେନ୍ସି )

Leave A Reply

Your email address will not be published.