ବଡ଼ବିଲ ନଗର ବିଜୁ ଜନତା ଦଳ ପକ୍ଷରୁ ଫାଣ୍ଡି ପରିସରରେ ବୃକ୍ଷ ରୋପଣ

0 7

ବଡ଼ବିଲ ନଗର ବିଜୁ ଜନତା ଦଳ ପକ୍ଷରୁ ବିର୍ସା ମୁଣ୍ଡା ଛକ ସ୍ଥିତ ବଡ଼ବିଲ ଟାଉନ୍ ଫାଣ୍ଡି ନଂ-୨ ପରିସର ପରିଷ୍କାର କରାଯିବା ସହ ବୃକ୍ଷ ରୋପଣ କାର୍ଯକ୍ରମ ଅନୁଷ୍ଠିତ କରାଯାଇ ଥିଲା। ମାନ୍ୟବର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ କ୍ରମେ ଗାନ୍ଧୀ ଜୟନ୍ତୀରୁ ଆରମ୍ଭ ହୋଇଥିବା ସାମାଜିକ ସେବା କାର୍ଯ୍ୟକ୍ରମରେ ବଡ଼ବିଲ ଥାନା ଭାରପ୍ରାପ୍ତ ଅଧିକାରୀ ସୁଶାନ୍ତ କୁମାର ଦାଶ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଏକ ଚାରା ବୃକ୍ଷ ରୋପଣ କରି ଏହି କାର୍ଯ୍ୟକ୍ରମର ଶୁଭାରମ୍ଭ କରିଥିଲେ। ଏଥିରେ ଉକ୍ତ ଫାଣ୍ଡିର ହାବିଲଦାର୍ ଧନେଶ୍ଵର ମହାନ୍ତ, କନେଷ୍ଟବଳ କିଶୋର ଚନ୍ଦ୍ର ସାହୁ ସମେତ ବି.ଜେ.ଡି. ଜିଲ୍ଲା କାର୍ଯ୍ୟକାରିଣୀ ସଦସ୍ୟ ଦେବରଞ୍ଜନ ନାୟକ, ବିଜୁ ଯୁବ ଜନତା ଦଳର ବଡ଼ବିଲ ସଭାପତି ପ୍ରଭୁଦତ୍ତ ପ୍ରଧାନ, କେଦାର ନାଥ ବେହେରା, ମନିନ୍ଦର୍ ସିଂ ଏବଂ ଅନ୍ୟାନ୍ୟ କର୍ମୀମାନେ ଉପସ୍ଥିତ ରହି ଫାଣ୍ଡି ପରିସରରେ ଚାରା ରୋପଣ କରିଥିଲେ। ଏହି ବୃକ୍ଷରୋପଣ କାର୍ଯ୍ୟକ୍ରମରେ ଆମ୍ବ, ନଡ଼ିଆ, ପିଜୁଳି, ଡାଳିମ୍ବ, ପଣସ ଭିନ୍ନ ଭିନ୍ନ ପ୍ରକାରର ପ୍ରାୟ ୬୦ଟି ଚାରା ରୋପଣ କରାଯାଇଥିଲା।

ବଡ଼ବିଲ ଇପିଏ ରୁ ସିତାରାମ ଦିକ୍ଷୀତ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.