ବରଗଡ଼ରେ ଧରା ପଡ଼ିଲେ ATM ଲୁଟେରା ଗେଙ୍ଗ

ମାଷ୍ଟର ମାଇଣ୍ଡକୁ କାବୁ କଲା ପୋଲିସ । ଲୁଟେରା ଗେଙ୍ଗକୁ ଧରିବାରେ ସଫଳ ହେଲା ବରଗଡ଼ ପୋଲିସ ।ବରଗଡ଼ ଏସ.ପି ଙ୍କ ନିର୍ଦେଶ କ୍ରମେ ଦୁଇଟି ଟିମ ଗଠନ କରାଯାଇ ଏହି ଲୁଟେରା ଗେଙ୍ଗର 2 ଜଣକୁ କାବୁ କରିବାରେ ବରଗଡ଼ ପୋଲିସ ସଫଳ ହୋଇଥିବା ବେଳେ 2 ଜଣ ଫେରାର ହୋଇଥିବା ବରଗଡ଼ ଆରକ୍ଷୀ ଅଧିକ୍ଷକ ରାହୁଲ ଜେନ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ।ତେବେ ଏହି ଗେଙ୍ଗ ରାଜ୍ୟର ବିଭିନ୍ନ ଜ଼ୀଲ୍ଲାର ଭିନ୍ନ ଭିନ୍ନ ATMକୁ ଟାର୍ଗେଟ କରି ଲୁଟିନେଉଥିଲେ ।ତେବେ ଏନେଇ ଏକ ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ବରଗଡ଼ ସଦର ବ୍ଲକ ଅନ୍ତର୍ଗତ ଛତାପଥର ଛକ ନିକଟରେ ଏମାନଙ୍କୁ ପୋଲିସ କାବୁ କଲା ।ଏମାନଙ୍କ ଠାରୁ ୟୁ.ପି ନମ୍ବର ଥିବା ଏକ ଧଳା ରଙ୍ଗର ଭେରନା କାର ଗାଡ଼ି ,ନଗଦ ଏକ ଲକ୍ଷ କୋଡ଼ିଏ ହଜାର ଟଙ୍କା ,3ଟି ମୋବାଇଲ ,ଗୋଟିଏ ଭୁଜାଲି,ଗୋଟିଏ ଛୁରୀ ସହ ATM ଭାଙ୍ଗି ଚୋରି କରିବାର ବିଭିନ୍ନ ସାମଗ୍ରୀ ପୋଲିସ ଦ୍ଵାରା ଜବତ କରାଯାଇଛି ।ତେବେ ବରଗଡ଼ ଜିଲ୍ଲା ବରପାଲି ଥାନାରେ ଏମାନଙ୍କ ନାଁରେ ଏକ ମାମଲା ଥିବା ବେଳେ ଏହି ଲୁଟେରା ଗେଙ୍ଗର ମାଷ୍ଟର ମାଇଣ୍ଡ ଧରାପଡ଼ିଥିବା ସହ ଆହୁରି ଏହାର ଚେର କେତେ ଦୂର ଲମ୍ବିଛି ସେନେଇ ପୋଲିସ ପକ୍ଷରୁ ଅଧିକ ତଦନ୍ତ ଜାରି ରହିଛି ।
ବରଗଡ଼ ଜିଲ୍ଲା ଇପିଏରୁ ସୁବାଷ ଦୋରା ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )