ବରଗଡ ଜିଲ୍ଲା ବରପାଲି ଥାନା ଅନ୍ତର୍ଗତ ରେମତା ଗ୍ରାମରୁ ବ୍ରଜ୍ରକାପ୍ତା ଉଦ୍ଧାର
ପୁଣି ଉଦ୍ଧାର ହେଲା ବ୍ରଜ୍ରକାପ୍ତା l ବରପାଲି ଥାନା ଅନ୍ତର୍ଗତ ରେମେତା ଗାଁ ମୁଣ୍ଡରେ ଜଣେ ସ୍ଥାନୀୟ ଯୁବକ ଏହାର ଶବ୍ଦ ଶୁଣିଥିଲେ l ଏବଂ ସଙ୍ଗେ ସଙ୍ଗେ ଅନ୍ୟ ମାନଙ୍କୁ ଫୋନ୍ ଯୋଗେ ଅବଗତ କରାଇଥିଲେ l ଖବର ପ୍ରସାରଣ ହେବା ପରେ ରେମେତା ଗାଁ ମୁଣ୍ଡରେ ଲୋକଙ୍କ ଭିଡ଼ ଦେଖିବାକୁ ମିଳିଥିଲା l ପରେ ସ୍ଥାନୀୟ ପୋଲିସ କୁ ଖବର ଦେବା ପରେ ବରପାଲି ପୋଲିସ ଘଟଣସ୍ଥଳ କୁ ଆସି ବ୍ରଜ୍ରକାପ୍ତା କୁ ଗାଁ ର କ୍ଲବ ଘରେ ସୁରକ୍ଷିତ ରଖିବା ସହ ବରଗଡ଼ ବନ ବିଭାଗକୁ ଖବର ଦେଇଥିଲେ l ଖବର ପାଇ ବରଗଡ଼ ରେଞ୍ଜ୍ ବନ ବିଭାଗର ଅଧିକାରୀମାନେ ଘଟଣସ୍ଥଳକୁ ପାଂହଚି ବ୍ରଜ୍ର କାପ୍ତା କୁ ଉଦ୍ଧାର କରିଥିଲେ l ତେବେ ଗାଁ ଲୋକ ବଜ୍ର କାପ୍ରା କୁ ଉଦ୍ଧାର କରି ବନ ବିଭାଗକୁ ହସ୍ତାନ୍ତର କରିଥିବାରୁ ବନବିଭାଗ ପକ୍ଷରୁ ସ୍ଥାନୟ ଯୁବକ ମାନଙ୍କୁ ତଥା ଅଞ୍ଚଳ ବାସୀଙ୍କୁ ପ୍ରଶଂସା କରିବା ସହିତ ଧନ୍ୟବାଦ୍ ଦେଇଛନ୍ତି l
ବରଗଡ ଜିଲା ଇପିଏ ରୁ ସୁବାଷ ଦୋରା ଓ ନିରଞ୍ଜନ ତ୍ରିପାଠୀଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )