ବରିଷ୍ଠ ନାଗରିକ ଙ୍କ ପ୍ରତି ସମସ୍ତେ ଆନ୍ତରିକତା ଓ ସହ ସହଯୋଗ ରହିବା ଉଚିତ

0 30

ସଂପ୍ରତି ସମାଜରେ ସନ୍ତାନ ମାନଙ୍କ ଅବହେଳା ଯୋଗୁଁ ପିତା ମାତା ଙ୍କ ଶେସ ଜୀବନ ଅତି ଯନ୍ତ୍ରଣା ମୟ ହୋଇପଡିଛି। ନିଜ ଭବିଷ୍ୟତ ମଙ୍ଗଳମୟ ନିମନ୍ତେ ଭଗବାନ ଙ୍କୁ ପୂଜା ଅର୍ଚ୍ଚନା ଅପେକ୍ଷା ନିଜ ଚଳନ୍ତି ଦେବତା ସଦୃଶ୍ୟ ପିତା ମାତାଙ୍କ ସେବା କଲେ ଅଧିକ ଅଶ୍ରିବାଦ ପ୍ରାପ୍ତି ହେବ। ସେହିପରି ସମାଜର ମଧ୍ୟ ବରିଷ୍ଠ ନାଗରିକ ଙ୍କ ପ୍ରତି ଅଧିକ ଗୁରୁ ଦାୟିତ୍ଵ ରହିଛି, ଆସନ୍ତୁ ସମସ୍ତେ ମିଳିମିଶି ଆନ୍ତରିକତା ର ସହ ନିଜ ଅଞ୍ଚଳରେ ଥିବା ଅସହାୟ ବରିଷ୍ଠ ନାଗରିକ ମାନକୁ ସହଯୋଗ କରିବା ନିମନ୍ତେ ଆଗେଇ ଆସିବା ଉଚିତ ବୋଲି ମହାନ୍ ସଂଘ ମହିଳା ବିଭାଗ ପକ୍ଷରୁ ଗୁଡ଼ଶେଡ ରୋଡ଼ ସ୍ଥିତ ବିଶ୍ବ ନିକେତନ ଜରା ନିୱାସ , ବ୍ରହମପୁର ଶାଖା ପରିସରରେ “ବରିଷ୍ଠ ନାଗରିକ ଙ୍କ ପ୍ରତି ସମାଜର କର୍ତ୍ତବ୍ୟ” ଶୀର୍ଷକ ଆଲୋଚନାଚକ୍ର ରେ ମୁଖ୍ୟ ଅତିଥି ଭାବେ ଯୋଗଦେଇ ମହାନ୍ ସଂଘ ସଭାପତି ସମାଜସେବୀ ଶ୍ରୀ ସୁଶାନ୍ତ କୁମାର ସାବତ ଆହ୍ଵାନ ଦେଇଥିଲେ।

ମହିଳା ବିଭାଗ ଅଧ୍ୟକ୍ଷା ଶ୍ରୀମତୀ ଦେବୀପ୍ରଭା ରଥ ଙ୍କ ଅଧ୍ୟକ୍ଷତା ରେ ଅନୁଷ୍ଠିତ ଆଲୋଚନା ଚକ୍ର ରେ ଚଳିତ ମାସରେ ବିଶ୍ଵ ନିକେତନ ରାମଚନ୍ଦ୍ରପୁର ଆଶ୍ରମ ରେ ଆଉ ୧୦ ଜଣ ବୃଦ୍ଧ ଓ ବ୍ରହମପୂର୍ ଶାଖାରେ ୧୦ ଜଣ ବୃଦ୍ଧା ଙ୍କୁ ଆଶ୍ରୟ ଦେବା ନିମନ୍ତେ ନିଷ୍ପତି ହୋଇଥିବା ସମ୍ପାଦକ ସୂଚନା ଦେଇଥିଲେ । ତତ୍ ସଙ୍ଗେ ଅତି ଶୀଘ୍ର ଏକ ଉଚ୍ଚ କୋଟୀର ଜରା ନିବାସ ନିର୍ମାଣ କରାଯିବ ବୋଲି ନିଷ୍ପତି ହୋଇଥିଲା। ପ୍ରକାଶ ଥାଉକି ମହାନ୍ ସଂଘ ପକ୍ଷରୁ ଗୋପାଳପୁର ରୋଡ ସ୍ଥିତ ରାମଚନ୍ଦ୍ରପୁର ଠାରେ ନିଜସ୍ଵ ପ୍ରଚେଷ୍ଟାରେ ଦୀର୍ଘ ୧୧ ବର୍ଷ ଧରି ଜରା ନିବାସ ନିର୍ମାଣ କରି ବହୁ ବୃଦ୍ଧ ବୃଦ୍ଧା ଙ୍କୁ ଆଶ୍ରୟ ଦେବା ସହ ଆପୋଷ ବୁଝାମଣା ମାଧ୍ୟମ ରେ ପିତା ମାତା ଙ୍କ ସହ ପୁଅ ଝିଅ ଙ୍କ ମିଳନ କରିଆସୁଛନ୍ତି । ବ୍ରହମପୁରଠାରେ କେବଲ ବୃଦ୍ଧା ଙ୍କ ଆଶ୍ରୟ ନିମନ୍ତେ ବିଶ୍ବ ନିକେତନ ଶାଖ ଆରମ୍ଭ କରାଯାଇଥିବା ରୁ ବିଭିନ୍ନ ମହଲରୁ ପ୍ରସଂଶା କରାଯାଇଛି। ଆଜିର ଆଲୋଚନା ଚକ୍ର ରେ ସାଧାରଣ ସମ୍ପାଦକ ପ୍ରସାନ୍ତ ପାତ୍ର, ବିଶ୍ଵ ନିକେତନ ସମ୍ପାଦକ ଶ୍ରୀ ରୂପକାନ୍ତ ସାମନ୍ତରା, ବ୍ରହମପୁର ଶାଖା ସମ୍ପାଦିକା ଶ୍ରୀମତୀ ଲିଲି ସାବତ, ଶ୍ରୀ ହରିପ୍ରସାଦ ମାଲାନା, ଶ୍ରୀ ଗୋଦାବରୀ ଦାଶ, ପ୍ରକାଶ ପାତ୍ର, ପ୍ରକାଶ ବାଜନି, ଭାରତୀ ପାତ୍ର, ଗୀତା ପଣ୍ଡା, ନମିତା ରାଣୀ ରାଉତ, ଇ. ପ୍ରଫୁଲ୍ଲ ପାତ୍ର, ପ୍ରଦୀପ ପଣ୍ଡା, ଶ୍ରୀମତୀ ନଳିନୀ ସାହୁ, ଶ୍ରୀ ସଞ୍ଜୟ ମାଝୀ, ଶ୍ରୀ ଅନନ୍ତ ପ୍ରଧାନ, ଟି ବଳରାମ ଓ ପି ରାମ ଚନ୍ଦ୍ର ସୁବୁଦ୍ଧି ପ୍ରମୁଖ ଆଲୋଚନା ରେ ଅଂଶ ଗ୍ରହଣ କରି ନିଜର ସୁଚିନ୍ତିତ ମତାମତ ପ୍ରଦାନ୍ କରିଥିଲେ।

ଗଂଜାମ ଜିଲ୍ଲା ଇପିଏ ରୁ ନରସିଂହ ଡାକୁଆ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.