ବରିଷ୍ଠ ନାଗରିକ ହେଲପ ଲାଇନ ନମ୍ବର ଉଦଘାଟିତ

0 10

ରାୟଗଡା ଜିଲ୍ଲା ଆଦିବାସୀ ଅଧୁଷିତ ଅଞ୍ଚଳରେ ବରିଷ୍ଟ ନାଗରିକମାନଙ୍କ ସୁବିଧା ନିମନ୍ତେ ହେଲପ ଲାଇନ ନମ୍ବରକୁ ରାୟଗଡା ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଧର୍ମାନନ୍ଦ ବେହେରାଙ୍କ ଦ୍ଵାରା ଉଦଘାଟିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲା ସାମାଜିକ ସଶକ୍ତିକରଣ ଅଧିକାରୀ ଶ୍ରୀମତୀ ଭିକ୍ଟୋରିଆ କୁଳ୍ଲୁ, ବରିଷ୍ଠ ନାଗରିକ ଏଫଆରଓ ରାୟଗଡା ଗଜପତି ଜିଲ୍ଲାର ଶ୍ରୀ ବାଳ ମୁକୁନ୍ଦ ପାଳ ଉଦଘାଟନ କାର୍ଯ୍ୟକ୍ରମରେ ଯୋଗ ଦେଇ ବରିଷ୍ଠ ନାଗରିକ ହେଲପ ଲାଇନ୍ ନମ୍ବର ୧୪୫୬୭ ରାୟଗଡା ଜିଲ୍ଲା ପୁରପଲ୍ଲୀରେ କିପରି ଏହି ନମ୍ବର ପହଞ୍ଚିବା ଏବଂ ବରିଷ୍ଠ ନାଗରିକମାନେ ସେବା ଗୁଡିକ କିପରି ସଫଳ ପାଇପାରିବେ ସେ ସମ୍ବନ୍ଧରେ ବୁଝାଇଥିଲେ । ଏହାଦ୍ୱାରା ବହୁ ହିତାଧିକାରୀ ଉପକୃତ ହେବେ l ଏହି କାର୍ଯ୍ୟକ୍ରମରେ ଜିଲ୍ଲା ସୂଚନା ଓ ଲୋକ ସଂମ୍ପକ ଅଧିକାରିଙ୍କ ସମେତ,ପ୍ରସାଦ ରାଓ,ବସନ୍ତ ପଲାଇ ଏବଂ ସୋମନାଥ ମହାରଣା ଯୋଗ ଦେଇଥିଲେ । ଶ୍ରୀ ବାଳମୁକୁନ୍ଦ ପାଳ ଶେଷରେ ଧନ୍ୟବାଦ ଜଣାଇଥିଲେ।

ରାୟଗଡା ରୁ :ତିରୁମାଲା ପ୍ରସାଦ ପଟ୍ଟନାୟକ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.