ବରିଷ୍ଠ ସାମ୍ବାଦିକ ଙ୍କୁ ପେନସନ ପ୍ରଦାନ

0 59

୫୬ ତମ ଜାତୀୟ ପ୍ରେସ ଦିବସ ଅବସରରେ ଓଡିଶା ସାମ୍ବାଦିକ ସଂଘ ( ଓ ଜେ ୟୁ ) ସୁବର୍ଣ୍ଣପୁର ଜିଲ୍ଲା ଶାଖା ତରଫରୁ ବରିଷ୍ଠ ସାମ୍ବାଦିକ ବିନୟ ରଂଜନ ପ୍ରଧାନ ଙ୍କୁ ମାସିକ ପେନସନ ପ୍ରଦାନ କରାଗଲା l ଏହି ଅବସରରେ ମୁଖ୍ୟ ଅତିଥି ଭାବରେ ସୁବର୍ଣ୍ଣପୁର ଅତିରିକ୍ତ ଜିଲ୍ଲାପାଳ ଶ୍ରୀମତୀ ନିଶିପୁନମ ମିଞ୍ଜ,ଅନ୍ୟତମ ଅତିଥି ଭାବରେ ସୋନପୁର ମହାବିଦ୍ୟାଳୟ ର ଅଧ୍ୟକ୍ଷ ପ୍ରଫେସର ରାଜୀବ ଲୋଚନ ଆଚାର୍ଯ୍ୟ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଅଶ୍ୱିନୀ କୁମାର ଭୋଇ, ଅଧ୍ୟାପକ ଉମାକାନ୍ତ ନାଗ, ମୁଖ୍ୟ ବକ୍ତା ଭାବରେ ଡ଼. ଜ୍ୟୋତିରଞ୍ଜନ ବହିଦାର,ଏନ ସି ସିର ଲେଫ୍ଟନାଣ୍ଟ କର୍ଣ୍ଣେଲ ତଥା ସୂଚନା ପ୍ରଯୁକ୍ତି ବିଦ୍ୟା ବିଭାଗ ର ମୁଖ୍ୟ ଆଶିଷ କୁମାର ଅଗ୍ରୱାଲ,ଓଡିଶା ସାମ୍ବାଦିକ ସଂଘ ସୁବର୍ଣ୍ଣପୁର ଜିଲ୍ଲା ଶାଖା ର ମନୋରଞ୍ଜନ ତ୍ରିପାଠୀ, ଦିଲୀପ ପାତ୍ର, ଜାତୀୟ କାର୍ଯ୍ୟକାରିଣୀ ସଦସ୍ୟ ନୀଳକମଳ ମିଶ୍ର, ଜିଲ୍ଲା ସମ୍ପାଦକ ମହାଦେବ ମଲ୍ଲିକ ଙ୍କ ସମେତ ସାମ୍ବାଦିକ ବିବେକା ନନ୍ଦ ମିଶ୍ର, ରାଜକିଶୋର ତ୍ରିପାଠୀ, ଆର୍ତ୍ତତ୍ରାଣ ପାଣିଗ୍ରାହୀ, ଉଗ୍ରସେନ କର୍ମୀ, ତରଣୀ କୁମାର ମେହେର, ମୁରଲୀ ଧର ସାହୁ, ଧ୍ରୁବ ମିଶ୍ର ଚାନ୍ଦ ବାବୁ, ସୁଶାନ୍ତ ପଣ୍ଡା ଯୋଗ ଦେଇଥିଲେ l ମହାବିଦ୍ୟାଳୟ ର ଏନ ସି ସି ଛାତ୍ର ଛାତ୍ରୀ ମାନେ ମଧ୍ୟ ଯୋଗ ଦେଇଥିଲେ l

ସୁବର୍ଣ୍ଣପୁର ଇପିଏ ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.