ବଲିଉଡ଼ ସୁପରଷ୍ଟାର ଅଭିନେତା ଅମିତାଭ ବଚ୍ଚନଙ୍କ ଜନ୍ମ ଦିବସ

0 3

୭୯ ବର୍ଷରେ ପଦାର୍ପଣ , ତାଙ୍କର ଏହି ଜନ୍ମ ଦିବସ ଅବସରରେ ଫ୍ୟାନ, ଫଲୋର ଙ୍କ ଠୁ ଆରମ୍ଭ କରି ବିଭିର୍ନ ମହଲରୁ ଜନ୍ମ ଦିନ ଅଭିନନ୍ଦନର ସୁଅ ଛୁଟୁଛି | ତେବେ ଏହି ଅବସରରେ ଆନ୍ତର୍ଜାତୀୟ ବାଲୁକା ଶିଳ୍ପୀ ପଦ୍ମଶ୍ରୀ ସୁଦର୍ଶନ ପଟ୍ଟନାୟକ ପୁରୀର ସ୍ୱର୍ଣ୍ଣାଭ ବେଳାଭୂମି ରେ ବିଗ ବି ଙ୍କ ଏକ ସୁନ୍ଦର କଳା କୃତି ନିର୍ମାଣ କରିବା ସହ ଜନ୍ମ ଦିନର ଅଭିନନ୍ଦନ ଜ୍ଞାପନ କରିଛନ୍ତି | ପ୍ରତ୍ୟେକ ବର୍ଷ ସୁଦର୍ଶନ ବିଗ ବି ଙ୍କୁ ଜନ୍ମ ଦିନର ଶୁଭେଚ୍ଛା ଦେଉଥିବା ବେଳେ ଚଳିତ ବର୍ଷ ମଧ୍ୟ ୭ ଟନ ବାଲି ସାହାର୍ଯ୍ୟରେ ପ୍ରାୟ ୧୨ ଫୁଟ ଲମ୍ବ ଓ ୫ ଫୁଟ ଉଚ୍ଚତା ବିଶିଷ୍ଠ ଏହି କଳାକୃତି ନିର୍ମାଣ କରି ଅଭିନନ୍ଦନ ଜଣାଇଛନ୍ତି |

ପୁରୀ ଇପିଏ ରୁ ସୌଭାଗ୍ୟ ପଟନାୟକ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.