ବଳରାମ ଯୋଜନାର ୩୪୩ ଟି ଗୋଷ୍ଠୀ କୁ ୩ କୋଟି ୭୯ ହଜାର ଟଙ୍କାର ଚେକ୍ ବଣ୍ଟନ

0 11

କେନ୍ଦ୍ରପଡା ଜିଲ୍ଲାର ରାଜନଗର ବ୍ଳକ ସଭାଗୃହରେ ମୁଖ୍ୟ ଅତିଥି ଗରିବ ଚାଷୀ ମୂଲିଆ ଙ୍କ ସାଥି ଶ୍ରୀ ଯୁକ୍ତ ଧୃବ ସାହୁ ଯୋଗଦେଇ କହିଥିଲେ ଗରିଵ ନାମ ମାତ୍ର ଚାଷୀଙ୍କ ଉନ୍ନତି ପାଇଁ ବଳରାମ ଯୋଜନାକୁ ମାନ୍ୟବର ମୁଖ୍ୟମନ୍ତ୍ରୀ ଓଡିଶାରେ ଉଦ୍ଘାଟନ କରି ଦେଶରେ ପ୍ରଥମ ଉଦାହରଣ ସୃଷ୍ଟି କରିଛନ୍ତି। ମୋ ଅଞ୍ଚଳର ଗରିବ ଭୂମିହୀନ ନାମ ମାତ୍ର ଚାଷିଙ୍କର ଵିକାଶ ଧାରାକୁ ଲକ୍ଷ ରଖି ମୁଖ୍ୟମନ୍ତ୍ରୀଙ୍କ ସହ ଯୋଗାଯୋଗ କରି ଆମ ଅଞ୍ଚଳ ପାଇଁ ଉକ୍ତ ଟଙ୍କା ମୁଖ୍ୟମନ୍ତ୍ରୀଙ୍କ ଦୟାରୁ ମୁଁ ମୋର ଚାଷିଭାଇଙ୍କ ପାଇଁ ଆଣିପାରିବାରେ ସଫଳ ହୋଇଛି। ବିନା ସୁଧରେ ହିତାଧିକାରୀ ଏହି ଟଙ୍କାକୁ ପରିଶୋଧ କରିଵେ ବୋଲି ଵିଧାୟକ ଶ୍ରୀ ସାହୁ ପ୍ରକାଶ କରିଛନ୍ତି। ସମ୍ମାନୀତ ଅତିଥିଭାବେ ବ୍ଲକ ଅଧ୍ୟକ୍ଷ ଜୟରାମ ସେଠୀ, ବିଡିଓ ରଵିନ୍ଦ୍ର କୁମାର ପ୍ରଧାନ, ତହସିଲଦାର ଭୋଳାନାଥ ସେଠୀ ,କେନ୍ଦ୍ରସମବାୟ ବ୍ୟାଙ୍କ ମ୍ୟାନେଜର ଶ୍ରୀ କ୍ଷେତ୍ରମୋହନ ଲେଙ୍କା, ସହକାରୀ କୃଷି ଅଧିକାରୀ ଲିପ୍ସା ପ୍ରିୟଦର୍ଶନୀ, ବିଜେଡ଼ି ଵ୍ଲକ ସଭାପତି ଶ୍ରୀ ଅଶୋକ ପଢିହାରୀ ଯୋଗ ଦେଇଥିଲେ। ଏହାପରେ ବିଧାୟକ ଜୟଗୁରୁ ମଠନିକଟରେ ମିଶନ ଶକ୍ତି ତରଫରୁ ହୋଇଥିବା କେଫ୍ ଷ୍ଟଲକୁ ଉଦ୍ଘାଟନ କରିଥିଲେ।

କେନ୍ଦ୍ରପଡା ଜିଲ୍ଲା ଇପିଏ ରୁ ସୁକାନ୍ତ କୁମାର ରାଉତଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.