ବହିରା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନଶିକ୍ଷକ ଙ୍କୁ ଅବସରକାଳୀନ ବିଦାୟ ସ୍ୱମ୍ୱର୍ଦ୍ଧନା

0 2

ସୁବର୍ଣ୍ଣପୁର:ବୌଦ୍ଧ ବ୍ଲକ ଅନ୍ତର୍ଗତ ବହିରା ସରକାରୀ ଉଚ୍ଚପ୍ରାଥମିକ ବିଦ୍ୟାଳୟ ର ପ୍ରଧାନଶିକ୍ଷକ ସୁଦାମ ଶେଖର ପୁରୋହିତ ତାଙ୍କ ଚାକିରୀ ରୁ ଅବସର ଗ୍ରହଣ କରିଛନ୍ତି l ଏହି ଅବସରରେ ବହିରା ଆଞ୍ଚଳିକ ସାଧନକେନ୍ଦ୍ର ତରଫରୁ ଜୁରାମୁଣ୍ଡା ସରକାରୀ ଉଚ୍ଚପ୍ରାଥମିକ ପରିସରରେ ଏକ ବିଦାୟସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଅଛି l ଜୁରାମୁଣ୍ଡା ସରକାରୀ ଉ ପ୍ରା ବିଦ୍ୟାଳୟ ର ପ୍ରଧାନଶିକ୍ଷକ ପ୍ରବୀର କୁମାର ରଥ ଙ୍କ ସଭାପତିତ୍ୱ ରେ ଅନୁଷ୍ଠିତ ଏହି ସଭାରେ ବହିରା ହାଇସ୍କୁଲ ଶିକ୍ଷକ ଦେଶବନ୍ଧୁ ମହାକୁଳ, ସିଆରସିସି ତୋଷଣ କୁମାର ମହାକୁଳ, ବିଦାୟୀ ହେବାକୁ ଥିବା ପ୍ରଧାନଶିକ୍ଷକ ସୁଦାମ ଶେଖର ପୁରୋହିତ ମଞ୍ଚାସିନ ରହି ଅତିଥିଭାବେ ଯୋଗଦେଇଥିଲେ l ଅନ୍ୟମାନଙ୍କ ମଧ୍ୟରେ ଶିକ୍ଷକ ଶିରୀଶ କୁମାର ଗାଈଗୋରୀଆ, ଗଣ୍ଡାରାମ ସାହୁ, ହାଡିବନ୍ଧୁ ସାହୁ, ଶାନ୍ତନୁ କୁମାର ଭୁକ୍ତା, ରଘୁନାଥ ମେହେର, ହିମାଂଶୁ ଶେଖର ବିଶି, ଶଙ୍କର୍ଷଣ ହାତୀ ଓ ବହିରା ଉଚ୍ଚପ୍ରାଥମିକ ବିଦ୍ୟାଳୟ ର ବରିଷ୍ଠ ଶିକ୍ଷୟିତ୍ରୀ ବିଜ୍ଜୟିନୀ ପାତ୍ର ବିଦାୟୀ ଶିକ୍ଷକ ଙ୍କ ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ, ଶିକ୍ଷକ ବିଶ୍ଵମୋହନ ନାୟକ ଅତିଥିପରିଚୟ ପ୍ରଦାନ ପ୍ରଦାନ କରିଥିବାବେଳେ ଲୋହିତ କୁମାର ସେଠୀ ଧନ୍ୟବାଦ ଅର୍ପଣ କରିଥିଲେ l ବିଦାୟୀ ପ୍ରଧାନଶିକ୍ଷକ ଶ୍ରୀଯୁକ୍ତ ପୁରୋହିତ ଙ୍କୁ ମାନପତ୍ର, ଉପଢୌକନ ଓ ବିଭିନ୍ନ ସୌଖିନ ଉପକରଣ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା l ବହିରା କ୍ଲଷ୍ଟର ର ପାଖାପାଖି 40(ଚାଳିଶ )ଜଣ ଶିକ୍ଷକ ଶିକ୍ଷୟିତ୍ରୀ ଏହିସଭାରେ ଉପସ୍ଥିତ ଥିଲେ l

ସୁବର୍ଣ୍ଣପୁର ଇପିଏ ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.