ବାଂଲାଦେଶରେ ହିନ୍ଦୁମାନଙ୍କ ଉପରେ ଚାଲିଥିବା ବର୍ବରୋଚିତ ଅତ୍ୟାଚାରକୁ ବନ୍ଦ ଦାବିରେ ରାଷ୍ଟ୍ରପତି’ଙ୍କ ଉଦ୍ଧେଶ୍ୟରେ ସ୍ମାରକ ପତ୍ର

0 7

ବାଙ୍ଗଲା ଦେଶରେ ହିନ୍ଦୁ’ଙ୍କ ଉପରେ ଆକ୍ରମଣ ଏବଂ ମନ୍ଦିର ଭଙ୍ଗାରୁଜା ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବିରେ ରାଷ୍ଟ୍ରପତି’ଙ୍କ ଉଦ୍ଧେଶ୍ୟରେ ସ୍ମାରକ ପତ୍ର। ପୋଡଶୀ ବାଂଲାଦେଶରେ ହିନ୍ଦୁମାନଙ୍କ ଉପରେ ଚାଲିଥିବା ବର୍ବରୋଚିତ ଅତ୍ୟାଚାରକୁ ବନ୍ଦ କରି ସେମାନଙ୍କୁ ସୁରକ୍ଷା, ନ୍ୟାୟ ଓ କ୍ଷତି ପୂରଣ ପ୍ରଦାନ ସହିତ ବାଙ୍ଗଲା ସରକାରଙ୍କ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ଦାବି ଜଣାଇବା ସହ କଡା ଆଭିମୁଖ୍ୟ ଗ୍ରହଣ କରାଯାଇ ବାଙ୍ଗଲାଦେଶ ସରକାର ଉପରେ ଭାରତ ସରକାରଙ୍କ ପକ୍ଷରୁ ଚାପ ପକାଇବା ଉପରେ ଦୃଷ୍ଟି ଦେବାକୁ ନେଇ ଏକ ସ୍ମାରକ ପତ୍ର ରାଷ୍ଟ୍ରପତି’ଙ୍କ ଉଦ୍ଧେଶ୍ୟରେ ବିଶ୍ବହିନ୍ଦୁ ପରିଷଦ ପଶ୍ଚିମ ମୟୁରଭଞ୍ଜ ଶାଖା ପକ୍ଷରୁ ରାଇରଙ୍ଗପୁର ଉପଜିଲ୍ଲାପାଳ’ଙ୍କ ଜରିଆରେ ପ୍ରଦାନ କରା ଯାଇଛି।
ପଡ଼ୋଶୀ ଦେଶ ପାକିସ୍ତାନ, ଆଫଗାନିସ୍ଥାନ ଓ ବାଂଲାଦେଶରେ ବାସ କରୁଥିବା ଅବଶିଷ୍ଟ ଅଳ୍ପ ସଂଖ୍ୟକ ହିନ୍ଦୁ – ଶିଖଙ୍କ ବିରୁଦ୍ଧରେ ଜଘନ୍ୟ ଅତ୍ୟାଚର ନିରନ୍ତର ଚାଲିଛି। ଗତ ଏକ ସପ୍ତାହ ମଧ୍ୟରେ ବାଂଲାଦେଶରେ ଏହା ସୀମା ଅତିକ୍ରମ କରିଥିବାବେଳେ ସେଠାରେ ନା ହିନ୍ଦୁମାନଙ୍କର ଧନ ଜୀବନ ରକ୍ଷା କରାଯାଇପାରିଛି ନା ଝିଅ, ବୋହୁମାନଙ୍କର ଅସ୍ମିତା ରକ୍ଷା କରାଯାଇପାରୁଛି। ମା’ ଦୁର୍ଗାଙ୍କର ପୂଜା ମଣ୍ଡପ ଏବଂ ହିନ୍ଦୁ ଧର୍ମାଲମ୍ବି ମାନଙ୍କ ମନ୍ଦିର ମଧ୍ୟ ସୁରକ୍ଷିତ ରହି ପାରିନାହିଁ । ମନ୍ଦିରରେ ବଳ ପୂର୍ବକ ପ୍ରବେଶ କରି ଭଗବାନଙ୍କର ମୂର୍ତ୍ତି ଖଣ୍ଡିତ କରିବା, ଛୋଟ ଛୋଟ ବାଳିକାଙ୍କୁ ବଳାତ୍କାର କରିବା, ହତ୍ୟା, ଲୁଟ ତରାଜ, ଅଗ୍ନିକାଣ୍ଡ ପରି ଜଘନ୍ୟ କାଣ୍ଡ ଇସଲାମ ଜେହାଦୀ ମାନଙ୍କ ଦ୍ବାରା କରାଯାଉଛି । ଏନେଇ ବିଶ୍ବହିନ୍ଦୁ ପରିଷଦ ପକ୍ଷରୁ ଉଦବେଗ ପ୍ରକାଶ ପାଇଛି। ଯେଉଁ ଦିନଠାରୁ ଆଫଗାନିସ୍ତାନ ଉପରେ ବର୍ବର ତାଲିବାନୀମାନଙ୍କର ଶାସନ ହେଲା ଅନ୍ୟ ପଡ଼ୋଶୀ ଦେଶମାନଙ୍କରେ ମଧ୍ୟ ଜେହାଦୀ ଆତଙ୍କବାଦୀମାନଙ୍କର ନିରନ୍ତର ଭାବେ ବୃଦ୍ଧି ପାଇଛି ।
କେବଳ ଦୁର୍ଗାପୂଜା ସମୟରେ ହିଁ ବାଂଲାଦେଶରେ ୨୨’ଟି ଜିଲ୍ଲାରେ ହିଂସାର ଘଟଣାମାନ ଘଟିଛି । ହିନ୍ଦୁମାନଙ୍କର ୧୫୦’ରୁ ଅଧିକ ଦୁର୍ଗାପୂଜା ମଣ୍ଡପକୁ ଅପବିତ୍ର କରାଯାଇ ନଷ୍ଟଭ୍ରଷ୍ଟ କରାଯାଇଛି । ନୂଆଖଲିର ଇସ୍କନ ମନ୍ଦିର, ଢ଼ାକାର ଢ଼ାକେଶ୍ଵର ମନ୍ଦିର, ବନ୍ଦରବନର ଲାମାହରୀ ମନ୍ଦିର, ଚାନ୍ଦପୁରର ଶ୍ରୀରାମକୃଷ୍ଣ ମିଶନ ଆଶ୍ରମ, ଚୌକ ବଜାରର କରୁଣାମୟୀ କାଳୀ ମନ୍ଦିର ଏବଂ କୁତ୍ତରୀ ଗ୍ରାମର ଅନ୍ୟାନ୍ୟ ସାତଟି ମନ୍ଦିରଗୁଡ଼ିକ ଧ୍ୱସ୍ତ ବିଧ୍ୱସ୍ତ କରାଯାଇଛି। ଏହା ସହିତ କେତେ ଯେ ଘର, ଦୋକାନ ଏବଂ ଧର୍ମାନୁଷ୍ଠାନମାନଙ୍କରେ ହିଂସା ଜଳାପୋଡ଼ା, ଲୁଟ ତରାଜର ତାଣ୍ଡବ ଲୀଳା ଘଟିଛି, ତାହା ବର୍ଣ୍ଣନାତିତ । ଘଟଣାରେ ୧୦ – ୧୧ ଜଣ ହିନ୍ଦୁଙ୍କର ପ୍ରାଣ ହାନି ଘଟିଥିବାବେଳେ ଦେବା ଦେବୀ ମାନଙ୍କର ମୂର୍ତ୍ତି ଖଣ୍ଡିତ କରାଯାଇଛି, ହିନ୍ଦୁମାନଙ୍କ ଉପରେ ଆକ୍ରମଣ, ମା ଭଣୀମାନଙ୍କର ଅସ୍ମିତା ଲୁଣ୍ଠନ ପରି ଘଟଣା ଘଟିଗଲା ପରେ ମଧ୍ୟ ବାଂଲାଦେଶ ସରକାର ଆଖବୁଜି ବସିଛନ୍ତି ।
ଯାହାକୁ ନେଇ ବିଶ୍ବ ହିନ୍ଦୁ ପରିଷଦ ବାଂଲାଦେଶ ସରକାରଙ୍କ ନିକଟରେ ଦାବି ଜଣାଇଛି ଯେ ହିନ୍ଦୁମାନଙ୍କ ଉପରେ ହେଉଥିବା ଅତ୍ୟାଚାର ଓ ଆକ୍ରମଣକୁ ବନ୍ଦ କରିବା ପାଇଁ କଠୋର ପଦକ୍ଷେପ ଗ୍ରହଣ କରନ୍ତୁ। ଏହା ସହିତ ବିଶ୍ବହିନ୍ଦୁ ପରିଷଦ ପକ୍ଷରୁ ଭାରତ ସରକାରଙ୍କର ଠାରେ ନିବେଦନ କରାଯାଇଛି ଯେ ସରକାର ଉକ୍ତ ଘଟଣାଗୁଡ଼ିକୁ ବନ୍ଦ କରିବା ପାଇଁ ବାଂଲାଦେଶ ସରକାରଙ୍କ ଉପରେ ଚାପ ପ୍ରୟୋଗ କରନ୍ତୁ ।ଯେପରି ସେଠାରେ ବସବାସ କରୁଥିବା ଅବଶିଷ୍ଟ ହିନ୍ଦୁମାନଙ୍କର ମାନବାଧିକାର ରକ୍ଷା ଏବଂ ନିର୍ଭୟ ପୂର୍ବକ ବଞ୍ଚିବାର ଅଧିକାର ମିଳୁ |
ବିଶ୍ବହିନ୍ଦୁ ପରିଷଦ ପଶ୍ଚିମ ମୟୁରଭଞ୍ଜ(ରାଇରଙ୍ଗପୁର) ଜିଲ୍ଲା ସଭାପତି ମଧୁସୂଦନ ଦାସ, ବିଏମଏସ ରାଜ୍ୟ ସଂପାଦକ ତଥା ଜେଏମ୍ଏଫ ରାଜ୍ୟ ଉପସଭାପତି ନିଗମାନନ୍ଦ ପଟ୍ଟନାୟକ, ଜିଲ୍ଲା କାର୍ଯ୍ୟକାରୀ ସଭାପତି ମଙ୍ଗଳୁରାମ ମହାନ୍ତ, ବରିଷ୍ଠ ସାମ୍ବାଦିକ ଶରତ ଦାସ, ଆଇନଜୀବି ବରୁଣ କୁମାର ଦେ, ବିଶ୍ବହିନ୍ଦୁ ପରିଷଦ ଜିଲ୍ଲା ସଂପାଦକ ବିକାଶ ଦାସ, ବଜରଙ୍ଗ ଦଳ ସଂଯୋଜକ ମୃତ୍ୟୁଞ୍ଜୟ ପାଲ ଏବଂ ,ପୃଥ୍ବୀରାଜ ମହାନ୍ତ’ଙ୍କ ଏକ ପ୍ରତିନିଧି ଦଳ ଉପ ଜିଲ୍ଲାପାଳ’ଙ୍କ ଅନୁପସ୍ଥିତିରେ ସହକାରୀ ଜିଲ୍ଲାପାଳ ଶକୁନ୍ତଳା ହାଁସଦାଃ’ଙ୍କୁ ସ୍ମାରକ ପତ୍ର ପ୍ରଦାନ କରିଥିବାବେଳେ ବିଭିନ୍ନ ରାଷ୍ଟ୍ରବାଦୀ ସଂଗଠନର ଶତାଧିକ କାର୍ଯ୍ୟକର୍ତ୍ତା ଉପସ୍ଥିତ ରହିଥିଲେ।

ରାଇରଙ୍ଗପୁର ଇପିଏରୁ ନିଗମାନନ୍ଦ ପଟ୍ଟନାୟକ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.