ବାଇକ ଟ୍ରାକ୍ଟର ମୁହାଁମୁହିଁ, ବାଇକ ଚାଳକ ଗୁରୁତର

0 3

ସୁବର୍ଣ୍ଣପୁର: ସନ୍ଧ୍ୟା ସମୟରେ ବୌଦ୍ଧ ଜିଲ୍ଲା ମନମୁଣ୍ଡା.. ଶଗଡା ରାସ୍ତାର କୁରୁମୁଣ୍ଡା ନିକଟରେ ବାଇକ ସହ ଟ୍ରାକ୍ଟର ମୁହାଁମୁହିଁ ଧକ୍କା ହେବା ଫଳରେ ବାଇକ ଆରୋହୀ ଗୁରୁତର ହୋଇଥିବା ଜଣାପଡିଛି l ଖବର ନେବାରେ ଜଣାପଡିଛି ଯେ ସନ୍ଧ୍ୟା ସମୟରେ ବୌଦ୍ଧ ବ୍ଲକ ମନମୁଣ୍ଡା ଥାନା ଶଗଡା ଗ୍ରାମପଞ୍ଚାୟତ ର କୁରୁମୁଣ୍ଡା ଗ୍ରାମର ଗୋକୁଳ ମଲ୍ଲିକ ନିଜ ବାଇକ ଯୋଗେ ବରଗୋଚ୍ଛା ପଟରୁ ନିଜ ଗ୍ରାମ ଆଡକୁ ଯାଉଥିବା ବେଳେ କୁରୁମୁଣ୍ଡା ଗ୍ରାମ ନିକଟରେ ବିପରୀତ ଦିଗରୁ ଆସୁଥିବା ଏକ ଟ୍ରାକ୍ଟର ସହ ମୁହାଁମୁହିଁ ଧକ୍କା ହୋଇଥିଲା l ଏହି ଦୁର୍ଘଟଣା ରେ ଗୋକୁଳମଲ୍ଲିକ ର ଗୋଟିଏ ଗୋଡ଼ ଭାଙ୍ଗି ଯାଇଥିବା ବେଳେ ମୁଣ୍ଡରେ ଗଭୀର ଆଘାତ ଲାଗିଛି l ସ୍ଥାନୀୟ ଲୋକେ ଗୋକୁଳ ଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନସ ଯୋଗେ ସୋନପୁର ଡାକ୍ତରଖାନା ପଠାଇଥିବା ସୂଚନା ମିଳିଛି l ପ୍ରକାଶ ଥାଉକି ଦୁର୍ଘଟଣା ର ଶିକାର ହୋଇଥିବା ଗୋକୁଳ ମଲ୍ଲିକ ଏକ ହତ୍ୟା କାଣ୍ଡରେ ସମ୍ପୃକ୍ତ ଥାଇ କିଛି ଦିନ ଆଗରୁ ଜାମିନ ରେ ଆସିଥିବା ଜଣାଯାଏ l

ସୁବର୍ଣ୍ଣପୁର କର୍ମୀ ଇପିଏ ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.