ବାଇମୁଣ୍ଡି ସାହିତ୍ୟ ସଂସ୍କୃତି ସୁରକ୍ଷା ପରିଷଦର ବାର୍ଷିକୋତ୍ସବ, ପୁସ୍ତକ ଉନ୍ମୋଚନ ଓ ସମ୍ବର୍ଦ୍ଧନା ସଭା

0 6

ସୁବର୍ଣ୍ଣପୁର : ବାଇମୁଣ୍ଡି ସାହିତ୍ୟ ସଂସ୍କୃତି ସୁରକ୍ଷା ପରିଷଦ ର ବାର୍ଷିକ ଉତ୍ସବ କଟକ ଶତାବ୍ଦୀବିହାର ନଳିନୀ ମଣ୍ଡପ ରେ ଅନୁଷ୍ଠିତ ହୋଇଯାଇଛି l ଏହି ସଭାରେ ଅନୁଷ୍ଠାନ ର ସମ୍ପାଦକ ଦୀନବନ୍ଧୁ ସାହୁ ସ୍ୱାଗତ ଭାଷଣ ଦେଇଥିଲେ l ରାଜୀବ କୁମାର ଷଡ଼ଙ୍ଗୀ ଅତିଥି ପରିଚୟ ପ୍ରଦାନ ପରେ ସଭା କାର୍ଯ୍ୟ ଆରମ୍ଭ ହୋଇଥିଲା l ଏହି ଅଧିବେଶନରେ ବ୍ୟଙ୍ଗ କବୟିତ୍ରୀ କୁନ୍ତଳା ବେହେରାଙ୍କ ଦ୍ୱାରା ଲିଖିତ ପଦ୍ମତୋଳା ଓ ଅନ୍ୟାନ୍ୟ କବିତା ପୁସ୍ତକ ଉନ୍ମୋଚନ କରାଯିବା ସହ ବିଭିନ୍ନ କ୍ଷେତ୍ରରେ ସଫଳତା ଅର୍ଜନ କରିଥିବା ବିଶିଷ୍ଟ ବ୍ୟକ୍ତିଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା l ସଭାପତିତଥା ସମାଜସେବୀ ବରିଷ୍ଠ ଆଇନଜୀବୀ ସୁରେନ୍ଦ୍ର କୁମାର ସାହୁ ଙ୍କ ସଭାପତିତ୍ବ ରେ ଅନୁଷ୍ଠିତ ଏହି ସଭାରେ ମୁଖ୍ୟ ଅତିଥି ଭାବରେ ପ୍ରଫେସର ବୈଷ୍ଣବ ଚରଣ ସାମଲ, ମୁଖ୍ୟ ବକ୍ତା ଡାକ୍ତର ଶୈଲେଶ୍ୱର ନନ୍ଦ, ବିଜୟାନନ୍ଦ ସିଂହ ଏବଂ ଓଡିଶା ସାହିତ୍ୟ କଳା ପରିଷଦ ର ସମ୍ପାଦକ ସଂଜିତ କୁମାର ପଟ୍ଟନାୟକ ଉପସ୍ଥିତ ଥିଲେ l ସଭାର ପ୍ରାରମ୍ଭରୁ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଥିଲା l କବିତାପାଠୋତ୍ସବ ରେ କେନ୍ଦ୍ରାପଡ଼ା ର ବିଶିଷ୍ଟ କବି ସୁଦର୍ଶନ ମହାପାତ୍ର ସଭାପତିତ୍ବ ଏବଂ କବି ବିଜୟ ନାଥ, ଶରତ ଚନ୍ଦ୍ର ମହାନ୍ତି କବିତା ଗୁଡିକୁ ସଂଯୋଜନା କରିଥିଲେ l ଓଡ଼ିଶାର ବିଭିନ୍ନ ଜିଲ୍ଲା ରୁ କବି ଓ କବୟିତ୍ରୀମାନେ ଉପସ୍ଥିତ ରହି ସ୍ୱରଚିତ କବିତା ଆବୃତ୍ତି କରିଥିଲେ l ଶେଷରେ ସଭାପତି ଅଭିଭାଷଣ ପରେ ସଭାକାର୍ଯ୍ୟ ସମାପନ କରାଯାଇଥିଲା l

ସୁବର୍ଣ୍ଣପୁର ଇପିଏ ରୁ ଉଗ୍ରସେନ କର୍ମୀଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.