ବାଉଁଶୁଣୀ ପୋଲିସ୍ 8 କେଜି 200 ଗ୍ରାମ୍ ଗଞ୍ଜେଇ ଜବତ୍

0 4

ବୌଦ୍ଧ ଜିଲ୍ଲା ବାଉଁଶୁଣୀ ଥାନା ଜାତୀୟ ରାଜପଥ ନମ୍ବର୍ 57 ର ବହିରl ହାଇସ୍କୁଲ ଛକ ନିକଟରୁ ବାଉଁଶୁଣୀ ପୋଲିସ୍ 8 କେଜି 200 ଗ୍ରାମ୍ ଗଞ୍ଜେଇ ଜବତ୍ କରିବା ସହିତ ଚାଲାଣରେ ସମ୍ପୃକ୍ତ ଦୁଇ ସ୍ବାମୀ ସ୍ତ୍ରୀଙ୍କୁ ଗିରଫ କରିଥିବା ଜଣା ପଡିଛି l ମିଳିଥିବା ସୂଚନା ଅନୁଯାୟୀ ନୂଆପଡ଼ା ଜିଲ୍ଲା ଖଡ଼ିଆଳ ଥାନା କଟୀପଦର ଗ୍ରାମର ଉପେନ୍ଦ୍ର ଶଗରିଆ ଓ ତାଙ୍କ ସ୍ତ୍ରୀ ସୁଷମା ଶଗରିଆ ଗୋଟିଏ ବସ୍ତାରେ ଗଞ୍ଜେଇ ଧରି ବସ୍ ଅପେକ୍ଷାରେ ବହିରl ହାଇସ୍କୁଲ ଛକ ନିକଟରେ ଗୁରୁବାର ବିଳମ୍ବିତ ରାତିରେ ବସିଥିଲେ l ଏ ସମ୍ପର୍କରେ ବାଉଁଶୁଣୀ ପୋଲିସ୍ ବିଶ୍ୱସ୍ତ ସୂତ୍ରରୁ ଖବର୍ ପାଇବା ପରେ ସେଠାରେ ଚଢାଉ କରି ଗଞ୍ଜେଇ ଜବତ୍ କରି ଦୁଇ ସ୍ବାମୀ ସ୍ତ୍ରୀଙ୍କୁ ଗିରଫ କରିଥିଲା l ସେମାନଙ୍କ ନାମରେ ବାଉଁଶୁଣୀ ଥାନାରେ 148/21 ରେ ଏକ ମାମଲା ରୁଜୁ କରି ଦୁଇ ଅଭିଯୁକ୍ତକୁ ଗତକାଲି କୋର୍ଟ ଚାଲାଣ କରା ଯାଇଥିବା ଜଣା ପଡିଛି l ବହିରl ଛକରୁ ନିୟମିତ ବାହାର ଜିଲ୍ଲାକୁ ଗଞ୍ଜେଇ ଚାଲାଣ ହେଉଥିବା ଖବର୍ ବିଭିନ୍ନ ଗଣ ମାଧ୍ୟମରେ ପ୍ରକାଶ ପାଇ ଆସୁଥିଲା l ବାଉଁଶୁଣୀ ପୋଲିସ୍ ଗଞ୍ଜେଇ କେଉଁ ଠାରୁ ଓ କାହା ପାଖରୁ ସେମାନେ ଆଣିଥିଲେ ସେ ସମ୍ପର୍କରେ ସବୁ ଜାଣି ମଧ୍ୟ ଅସଲ ଗଞ୍ଜେଇ ମାଫିଆକୁ ଘଣ୍ଟ ଘୋଡାଉ ଥିବା ଜନସାଧାରଣରେ ଆଲୋଚନା ହେଉଛି |

ସୁବର୍ଣ୍ଣପୁର ଇପିଏରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.