ବାମନଘାଟି ମିଳିତ ମଞ୍ଚ ର ବୈଠକ

0 4

ବ୍ଲକ ଗ୍ରାଣ୍ଟ ଅଧ୍ଯାପକ ,ଶିକ୍ଷକ, କର୍ମଚାରୀଙ୍କ ମିଳିତ ମଞ୍ଚ ଶାଖା ବାମନଘାଟି ତରଫ ଚାକିରି ଶର୍ତାବଳି ଉପରେ ଏକ ସଭା ଅନୁଷ୍ଠିତ ହୋଇଯାଇଛି। ଅଧ୍ଯାପକ ବିଜୟ କୁମାର ରାମ ଙ୍କ ଆବାହକତ୍ବ ରେ ରାଇରଙ୍ଗପୁର ଶିକ୍ଷକ ଭବନ ଠାରେ ଆୟୋଜିତ ଏହି ସଭାରେ ଅଧାପକ ବିଭୁତିଭୁଷଣ ପାଣିଗ୍ରାହୀ ସଭାପତିତ୍ବ କରି ସ୍ବାଗତ ସଂଭାଷଣ ସହିତ ସମସ୍ତ ସଦସ୍ଯ ମାନଙ୍କୁ ସଚେତନତା ନିମନ୍ତେ ଆହ୍ବାନ ଦେଇ ଥିଲେ। ଶିକ୍ଷକ ଦୁର୍ଯ୍ୟୋଧନ ବେହେରା ଚାକିରିର ସମସ୍ତ ଶର୍ତାବଳି ସହିତ ପେନସନ ଯୋଜନା ,ଆର ଏ ,ସପ୍ତମ ବେତନ ଇତ୍ୟାଦିର ପୁଙ୍ଖାନୁପୁଙ୍ଖ ଆଲୋଚନା କରିଥିଲେ। ଶିକ୍ଷକ ଗ୍ୟାନରନ୍ଜନ ପାଣିଗ୍ରାହୀ ତାଙ୍କ ବକ୍ତବ୍ଯ ରେ ସଂଗଠନର ଆବଶ୍ୟକତା ଉପରେ ଆଲୋକପାତ କରିଥିଲେ। ଅନ୍ୟ ମାନଙ୍କ ମଧରେ ମାନସ ପରିଡା,ରାମଚନ୍ଦ୍ର ମହାନ୍ତ, ଗୁରୁଚରଣ ଢୁଙ୍ଗିଆ, ରାଜକୁମାର ବେହେରା,ଖଗେଶ୍ବର ମଣ୍ଡଳ, ସୁବଳ ଦାସମହାପାତ୍ର, ଅଜୟ ଗିରି ଓ ଅନ୍ଯାନ୍ଯ କର୍ମଚାରୀମାନେ ଉପସ୍ଥିତ ରହି ଚର୍ଚ୍ଚା ରେ ଭାଗ ନେଇଥିଲେ। ସବାଶେଷରେ ଅଧ୍ଯାପକ ବିଜୟ ରାମ ତାଙ୍କର ବକ୍ତବ୍ଯ ରଖି ଧନ୍ୟବାଦ ଅର୍ପଣ କରିଥିଲେ।

ରାଇରଙ୍ଗପୁର ଇପିଏ ରୁ ନିଗମାନନ୍ଦ ପଟ୍ଟନାୟକ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.