ବାରମ୍ବାର ଦୁର୍ଘଟଣା ଯୋଗୁ ସନ୍ଦେହ ଘେରରେ ରାସ୍ତା ନିର୍ମାଣ ବ୍ୟବସ୍ତା

0 9

ମୟୂରଭଞ୍ଜ ଜିଲ୍ଲା ମହୁଲଡିହା ଥାନା ଅନ୍ତର୍ଗତ ଠାକୁରମୁଣ୍ଡା-ଆନନ୍ଦପୁର ନଂ ୫୩ ରାଜ୍ୟ ରାଜପଥ ଗୋଡ଼ଭଙ୍ଗା ଘାଟିରେ ଶନିବାର ସଂଧ୍ୟା ପ୍ରାୟ ୫ଟା ସମୟରେ ଏକ ସିମେଣ୍ଟ ବୋଝେଇ ଟ୍ରକ ଓଲଟି ପଡିବାରୁ ଟ୍ରକ ର ଡ୍ରାଇଭର ଓ ହେଲପର ଆହତ ହୋଇଥିବାର ଜଣା ଯାଇଛି। ଦୁର୍ଘଟଣା ପରେ ସ୍ଥାନୀୟ ଲୋକେ ଉଭୟଙ୍କୁ ଉଦ୍ଧାର କରି ୧୦୮ ଆମ୍ବୁଲାନ୍ସ ଯୋଗେ ଚିକିତ୍ସା ପାଇଁ ଘଷିପୁରା ସ୍ୱାସ୍ଥ୍ୟ କେନ୍ଦ୍ର କୁ ପଠାଇ ଥିଲେ। ତେବେ ୧୨ ଚକିଆ ଟ୍ରକଟି ଟାଟା ରୁ ସିମେଣ୍ଟ ବୋଝେଇ କରି ଭଦ୍ରକ ଯାଉଥିବା ସମୟରେ ଗୋଡଭଙ୍ଗା ଘାଟିର ଠାକୁରାଣୀ ଶାଳ ନିକଟରେ ଭାରସାମ୍ୟ ହରାଇ ରାସ୍ତା କଡରେ ଓଲଟି ପଡିଥିଲା।ଏହି ସ୍ଥାନରେ ବାରମ୍ବାର ଦୁର୍ଘଟଣା ଘଟୁଥିବାର ଦେଖାଯାଇଛି।

ତେବେ ଶନିବାର ପୂର୍ବାହ୍ନରେ ସାତକୋଶିଆ ଘୋଡାଘାଟିରେ ଆମ୍ବୁଲାନ୍ସ ଭାରସାମ୍ୟ ହରାଇବା ଓ ଅପରାହ୍ନରେ ଗୋଡଭଙ୍ଗା ଘାଟିରେ ଟ୍ରକ ଭାରସାମ୍ୟ ହରାଇବା ନିଶ୍ଚିତ କରୁଛି ଯେ ରାସ୍ତାର ତୃଟି କେଉଁଠି ରହିଛି। ତେବେ ନିର୍ମାଣ ଦାୟିତ୍ୱ ରେ ଥିବା ବିଭାଗ ଏହାର କାରଣ ଖୋଜି ସମାଧାନ ନ କଲେ ଆଗାମୀ ଦିନ ମାନଙ୍କ ରେ ଅନେକ ଧନ ଜୀବନ କ୍ଷତି ହେବାର ସମ୍ଭାବନା କୁ ଏଡାଇ ଦିଆ ଯାଇ ନ ପାରେ । ପ୍ରକାଶ ଥାଉକି ଘାଟିଦୁଇଟିର ଦୂରତା ପ୍ରାୟ ୪/୫କିମି ହେବ।

ମୟୂରଭଞ୍ଜ ଜିଲ୍ଲା ଇପିଏ ରୁ ମାନଗୋବିନ୍ଦ ପାଣିଗ୍ରାହୀଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.