ବାଲି ବୋଝେଇ ଟ୍ରାକ୍ଟର ଜବତ, ଚାଳକ ଗିରଫ

0 6

ମୟୁରଭଞ୍ଜ-ତୋଟାପଡା ରାସଗୋବିନ୍ଦପୁର ପୋଲିସ ବିଭିନ୍ନ ସ୍ଥାନରୁ ବେଆଇନ ବାଲି ବୋଝେଇ କରି ଯାଉଥିବା ୬ ଟି ଟ୍ରା କ୍ଟର କୁ ଜବତ କରିଛି।ଖବର ନେବାରେ ଜଣା ପଡ଼ିଛି ଯେ ପ୍ରାୟତଃ ଭୋର ସମୟରେ ରାଜସ୍ବ ଫାଙ୍କିବା ପାଇଁ ବାଲି ଅନ୍ୟତ୍ର ଚାଲାଣ କରାଯାଉଛି ତେବେ ପୋଲିସ ପହରା ବେଳେ ନଳଗଜା ନିକଟରେ ଦୁଇଟି, ବାଛୁରୀ ପାଳ ନିକଟରୁ ଦୁଇଟି,ଏବଂ ପଥରଚାଟିଆ ନିକଟରୁ ଦୁଇଟି ବାଲି ବୋଝେଇ ଟ୍ରାକ୍ଟର ଜବତ୍ କରାଯାଇଥିବା ଜଣା ପଡିଛି।ଏନେଇ ରାସଗୋବିନ୍ଦପୁର ଥାନାରେ ପୃଥକ୍ ମାମଲା ରୁଜୁ କରାଯାଇ,ଚାଳକ ଙ୍କୁ କୋର୍ଟ ଚାଲାଣ କରାଯାଇଛି।ରାଜସ୍ବ ବିଭାଗ ର କାମ ଏବେ ପୋଲିସ କୁ ଅତିରିକ୍ତ ଦାୟିତ୍ଵ ଦିଆଯାଇଥିବାରୁ ଚୋରା ବାଲି ଚାଲାଣ କରୁଥିବା ଟ୍ରାକ୍ଟର ମାଲିକ ଏବଂ ବାଲି ବ୍ୟବସାୟୀ ମାନଙ୍କ ମଧ୍ୟରେ ଛନକା ଦେଖାଦେଇଛି।
ମୟୁରଭଞ୍ଜ ଜିଲ୍ଲା ଇପିଏରୁ ମାନଗୋବିନ୍ଦ ପାଣିଗ୍ରାହୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ନ ପ୍ରେସ ଏଜେନ୍ସି )

Leave A Reply

Your email address will not be published.