ବାଲ୍ୟ ବିବାହ ରୋକିବା ନିମନ୍ତେ ଜିଲ୍ଲା ପ୍ରଶାସନ ତରଫରୁ “ପ୍ରଚେଷ୍ଟା” ଅଭିଯାନ ମାଧ୍ୟମରେ କର୍ମଶାଳା

0 6

କିଶୋର ଓ କିଶୋରୀମାନଙ୍କୁ ନେଇ ଜିଲ୍ଲାସ୍ତରୀୟ ମଞ୍ଚର ବୈଠକ

ରାୟଗଡ ଜିଲ୍ଲା ପ୍ରଶାସନ, ଆକ୍ସନଏଡ ଓ ୟୁନିସେଫ ଓଡିଶାର ମିଳିତ ଉଦ୍ୟମରେ ପ୍ରଚେଷ୍ଟା ଅଭିଯାନ ମାଧ୍ୟମରେ ଆଜି ରାୟଗଡ ସ୍ଥିତ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା ର ସମ୍ମିଳନୀ କକ୍ଷ ଠାରେ ରାୟଗଡ ଜିଲ୍ଲାର ସମସ୍ତ ୧୧ଟି ବ୍ଳକର କିଶୋର ଓ କିଶୋରୀ ମାନଙ୍କୁ ନେଇ ଏକ କର୍ମଶାଳା ଅନୁଷ୍ଠିତ ହୋଇଥିଲା I
ରାୟଗଡ ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ଧର୍ମାନନ୍ଦ ବେହେରା ଏହି କର୍ମଶାଳାରେ ଯୋଗଦେଇ କିଶୋର ଓ କିଶୋରୀ ମାନଙ୍କ ସଶକ୍ତିକରଣ ନିମନ୍ତେ ଆୟୋଜିତ କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଶିଶୁ ମଙ୍ଗଳ ସମିତିର ଅଧ୍ୟକ୍ଷ ଶ୍ରୀ ରାଜକିଶୋର ସାହୁ, ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ଯାଜ୍ଞସେନୀ ବେହେରା, ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ରମେଶ ଚନ୍ଦ୍ର ନାୟକ, ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଶ୍ରୀ ବସନ୍ତ କୁମାର ପ୍ରଧାନ, ଜିଲ୍ଲା କର୍ମ ସଂସ୍ଥାନ ଅଧିକାରୀ ଶ୍ରୀ ରାଜେନ୍ଦ୍ର ପ୍ରସାଦ ଟେଟେ, ରାୟଗଡା ଓରମାସର ଡେପୁଟି ସି ଇ ଓ ଶ୍ରୀ ମନୋଜ କୁମାର ପାତ୍ର, ଆକ୍ସନଏଡର ବାଲ୍ୟ ବିବାହ ନିଷେଧ ଜିଲ୍ଲା ପରାମର୍ଶଦାତା ରତ୍ନେଶ୍ୱର ସାହୁ ଓ ୟୁନିସେଫର ସନ୍ତୋଷ କୁମାର ବେହେରା, ୟୁନିଏଫପିଏ ର ଜିଲ୍ଲା ପରାମର୍ଶଦାତ୍ରୀ ଇତିଶ୍ରୀ ଜେନା ପ୍ରମୁଖ ଉପସ୍ଥିତ ଥିଲେ I ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଶ୍ରୀମତୀ ଯାଜ୍ଞସେନୀ ବେହେରା ଏହି କର୍ମଶାଳାର ଉଦ୍ଦେଶ୍ୟ ବିଷୟରେ ଆଲୋକପାତ କରି କିଶୋର ଓ କିଶୋରୀମାନେ ସଂଗଠିତ ହୋଇ ପାରିଲେ ହିଁ ରାୟଗଡ ଗୋଟିଏ ବାଲ୍ୟ ବିବାହ ମୁକ୍ତ ଜିଲ୍ଲା ଭାବେ ପରିଗଣିତ ହୋଇ ପାରିବ ବୋଲି ଗୁରୁତ୍ୱ ଦେଇଥିଲେ I ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ଶ୍ରୀ ରମେଶ ଚନ୍ଦ୍ର ନାୟକ ଶିଶୁ ମାନଙ୍କ ସୁରକ୍ଷା ପାଇଁ ପ୍ରଶାସନ ତରଫରୁ ନିଆଯାଉଥିବା ବିଭିନ୍ନ କ୍ଷେପ ଗୁଡିକୁ ଆଲୋକପାତ କରିଥିଲେ I

ପ୍ରକାଶ ଥାଉକି ଯେ, ଉଭୟ ରାଜ୍ୟ ସରକାର ଓ ରାୟଗଡ ଜିଲ୍ଲା ପ୍ରଶାସନ, ଆକ୍ସନଏଡ ଏବଂ ୟୁନିସେଫର ମିଳିତ ଉଦ୍ୟମରେ ଜିଲ୍ଲାରେ ପ୍ରତ୍ୟେକ ସ୍ତରରେ ସଚେତନ କରାଇବା, ପ୍ରତ୍ୟେକ ଶିଶୁ କିପରି ନିୟମିତ ବିଦ୍ୟାଳୟକୁ ଯିବେ ଓ ପାଠ ପଢିବେ ତାହା ନିଶ୍ଚିତ କରାଇବା, ଅପପୁଷ୍ଟିକୁ ରୋକିବା, ପ୍ରାକ ବିଦ୍ୟାଳୟ ଶିକ୍ଷା ନିଶ୍ଚିତ କରାଇବା, ଶିଶୁ ମାନଙ୍କ ପାଇଁ ଶିଶୁ ଉପଯୋଗୀ ପରିବେଶ ନିଶ୍ଚିତ କରାଇବା, ଶିଶୁ ସୁରକ୍ଷାର ବିଭିନ୍ନ ବ୍ୟବସ୍ଥା ଗୁଡିକୁ ଉପଲବ୍ଧ କରାଇବା, କିଶୋର ଓ କିଶୋରୀ ମାନଙ୍କୁ ଦକ୍ଷତା ବିକାଶ କାର୍ଯ୍ୟକ୍ରମ ଗୁଡିକରେ ସାମିଲ କରାଇବା, ସ୍ୱାସ୍ଥ୍ୟ ସୁବିଧାକୁ ନିଶ୍ଚିତ କରାଇବା ଓ କୌଣସି ଶିଶୁ ଯେପରି ଶିଶୁ ଶ୍ରମିକ ନ ହେବେ ସେଥି ପ୍ରତି ଗୁରୁତ୍ୱ ଦେଇ ବିଭିନ୍ନ ବିଭାଗ ସହିତ ମିଳିତ ଆଲୋଚନା କ୍ରମେ “ପ୍ରଚେଷ୍ଟା” ଅଭିଯାନ ମାଧ୍ୟମରେ ଏକ ଜିଲ୍ଲା ସ୍ତରୀୟ କାର୍ଯ୍ୟ ଖସଡା ପ୍ରସ୍ତୁତ ହୋଇଛି I
ଏହି ସବୁ କାର୍ଯ୍ୟକ୍ରମକୁ ପ୍ରତ୍ୟେକ ସ୍ତରରେ ତଦାରଖ କରିବା ପାଇଁ ଜିଲ୍ଲାପାଳ ଶ୍ରୀ ସରୋଜ କୁମାର ମିଶ୍ରଙ୍କ ଅଧକ୍ଷତାରେ ଏକ ଜିଲ୍ଲା ସ୍ତରୀୟ ଟାସ୍କ ଫୋର୍ସ ଗଠନ ହୋଇଛି I ଏହି କାର୍ଯ୍ୟ ଖସଡାର ଅଂଶ ସ୍ୱରୁପ ଆଜି ଜିଲ୍ଲାର ସମସ୍ତ ୧୧ଟି ବ୍ଳକର କିଶୋର ଓ କିଶୋରୀମାନେ ଏକଜୁଟ ହୋଇ ବାଲ୍ୟ ବିବାହ ରୋକିବା ଦିଗରେ ସେମାନଙ୍କ ଭୂମିକା ଓ ଏଥିରେ ସମ୍ମୁଖୀନ ହେଉଥିବା ସମସ୍ୟା ଓ ତାର ସମାଧାନ ପାଇଁ ଜିଲ୍ଲା ପ୍ରଶାସନକୁ ପ୍ରସ୍ତାବ ଦେଇଥିଲେ I ଉପସ୍ଥିତ କିଶୋର ଓ କିଶୋରୀ ମାନଙ୍କୁ ନେଇ ଜିଲ୍ଲା ସ୍ତରରେ ସଂଗଠିତ ହୋଇ ବାଲ୍ୟ ବିବାହ ରୋକିବା ନିମନ୍ତେ ଜନ ସଚେତନତା ସୃଷ୍ଟି କରିବା ଜାରି ରଖିବା ସହିତ ଆଇନ ଉଲ୍ଲଂଘନକାରୀଙ୍କ ପ୍ରତି କଠୋର ପଦକ୍ଷେପ ନିଆଯିବା ନିମନ୍ତେ ନିଷ୍ପତ୍ତି ନିଆଯାଇଥିଲା । ଆଗାମୀ ୧୪ ତାରିଖ ଶିଶୁ ଦିବସ ଦିନ ସମଗ୍ର ଜିଲ୍ଲାରେ ଗାଁ ଠାରୁ ଆରମ୍ଭ କରି ସହର ପର୍ଯ୍ୟନ୍ତ ସବୁ ବର୍ଗର ଲୋକ ମାନଙ୍କୁ ନେଇ ମାନବ ଶ୍ରୁଙ୍ଖଳ ମାଧ୍ୟମରେ ଗଣ ଶପଥ ପାଠ କରାଯିବା ନିମନ୍ତେ ନିଷ୍ପତ୍ତି ନିଆଗଲା । ଗତ ଦିନ ମାନଙ୍କରେ ଯେଉଁ କିଶୋରୀ ମାନଙ୍କର ବାଲ୍ୟ ବିବାହ ରୋକା ଯାଇଛି ତାହା ସମୀକ୍ଷା କରିବା ସହିତ ସେମାନଙ୍କୁ ବିଭିନ୍ନ ଦକ୍ଷତା ବୃଦ୍ଧି ତାଲିମ କାର୍ଯ୍ୟକ୍ରମରେ ସାମିଲ କରିବା ନିମନ୍ତେ ଅତିରିକ୍ତ ଜିଲ୍ଲାପାଳ ନିର୍ଦ୍ଦେଶ ଦେଇଥିଲେ ଓଡିଶା ଜୀବିକା ମିଶନ ସହିତ ସମନ୍ଵୟ ରଖିବା ନିମନ୍ତେ ନିଷ୍ପତ୍ତି ନିଆଯାଇଥିଲା । ବିଭିନ୍ନ ବ୍ଲକରେ ବାଲ୍ୟ ବିବାହ ରୋକିବା ଦିଗରେ ପ୍ରମୁଖ ଭୂମିକା ଗ୍ରହଣ କରିଥିବା ସମୁଦାୟ ୪୪ ଜଣ କିଶୋର କିଶୋରୀ ମାନଙ୍କୁ ଜିଲ୍ଲା ପ୍ରଶାସନ ଦ୍ଵାରା ପ୍ରୋତ୍ସାହିତ କରାଯାଇଥିଲା । ଶେଷରେ ସମନ୍ଵିତ ଶିଶୁ ବିକାଶ ଯୋଜନାର କାର୍ଯ୍ୟକ୍ରମ ଅଧିକାରୀ ଶ୍ରୀମତୀ କାମାକ୍ଷୀ ମଞ୍ଜରି ପାଢୀ ଧନ୍ୟବାଦ ଅର୍ପଣ କରିଥିଲେ I

ରାୟଗଡା ଇପିଏ ରୁ ତିରୁମାଲା ପ୍ରସାଦ ପଟ୍ଟନାୟକଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.