ବିକାଶ ପାଇଁ କୁଚିଣ୍ଡା ବିକାଶ ଅଭିଯାନ ପକ୍ଷରୁ ଉପଜିଲ୍ଲାପାଳଙ୍କୁ ୧୬ଦଫା ଦାବିପତ୍ର ପ୍ରଦାନ

କୁଚିଣ୍ଡା ତଥା ଏହାର ଆଖପାଖ ଅଞ୍ଚଳର ସର୍ବାଙ୍ଗୀନ ଉନ୍ନତି ପାଇଁ କୁଚିଣ୍ଡା ବିକାଶ ଅଭିଯାନ ପକ୍ଷରୁ ସ୍ଥାନୀୟ ଉପଜିଲ୍ଲାପାଳଙ୍କୁ ଏକ ୧୬ଦଫା ସମ୍ବଲିତ ଦାବୀପତ୍ର ପ୍ରଦାନ କରିଛନ୍ତି।କୁଚିଣ୍ଡା ବିକାଶ ଅଭିଯାନର ଆବାହକ ଗଜେନ୍ଦ୍ର ଭୋଇ,ପ୍ରମୋଦ ଛୁରିଆ, ସଂଯୋଜକ ଗଗନ ଶର୍ମା, ସହ ସଂଯୋଜକ ରାଜେଶ ଶର୍ମା, ପ୍ରବକ୍ତା ତପନଦାସ, କୋଷାଧ୍ୟକ୍ଷ ଗଣେଷ ଅଗ୍ରୱାଲ, ଜଗଦିଶ ଖଣ୍ଡେଲଓ୍ବାଲ,ସଞ୍ଜୟ ମିଶ୍ର,ରାଜେନ୍ଦ୍ର ସୋନି, ସନ୍ତୋଷ ପଟେଲ,ମହେଶ ରାୟ,ଆନନ୍ଦ ଅଗ୍ରୱାଲ, ବାବୁନି ମହାନ୍ତି, ଲମ୍ବୋଧର ପଧାନ,ପ୍ରଫୁଲ୍ଲ ବେହେରା, ସଂଜିତ ଶର୍ମା, ପ୍ରଦୀପ ସାହୁ, କାର୍ତ୍ତିକ ମିସ୍ତ୍ରୀ, ଦିଲିପ ଗୁପ୍ତା,ଦିନେଶ ନନ୍ଦ, ତନ୍ମୟ ମହାପାତ୍ର ବରିଷ୍ଠ ନାଗରିକ ଗଗନ ପଣ୍ଡା, ଧୀରେନ୍ଦ୍ର ମହାନ୍ତି,ଫକିର ମୋହନ ବରିହା,ବିରଷ୍ଠ ଓକିଲ ବ୍ରଜମୋହନ ଅଗ୍ରୱାଲ, ରାଜେଶ ଅଗ୍ରୱାଲ, ସଞ୍ଜୟ ପାଣିଗ୍ରାହୀ, ଯୁବ ଛାତ୍ର ର ସଦସ୍ୟ ମାନେ ଶତାଧିକ ନାଗରିକ କୁଚିଣ୍ଡା ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ଠାରେ ପହଞ୍ଚି ବ୍ରିଟିଶ ଅମଳରୁ ଭାଙ୍ଗି ପଡିଥିବା ଝୁଲେନ ପୋଲ ନିର୍ମାଣ, ଜାତୀୟ ରାଜପ ସହିତ ସହରର ଦୁଇପଟରେ ନଦୀ କୂଳେ କୂଳେ ବାଇପାସ ରାସ୍ତା କୁ ସଂଯୋଗ କରି ରାସ୍ତା ନିର୍ମାଣ କରିବା, ସାତକମା ବ୍ରିଜରୁ ସାତକମା ଆରଡି ରାସ୍ତା ନିର୍ମାଣ କରିବା, କୁଚିଣ୍ଡା ରେ ଏକ ଜବହାର ନବୋଦୟ,ଏକ ସେଣ୍ଟ୍ରାଲ ସ୍କୁଲ,ଏକ ସରକାରୀ ଆଇଟିଆଇ, ଏକ ପଲିଟେକନିକ ସ୍କୁଲ, ଏକ ଇଏସଆଇ ଡାକ୍ତରଖାନା,ଭେଡେନ ଓ ଖର୍ଲା ନଦୀ ରେ ପ୍ରସ୍ତାବିତ ଆନିକଟ ନିର୍ମାଣ, ଝାରସୁଗୁଡା, କୁଚିଣ୍ଡା ଓ ଦେବଗଡକୁ ସଂଯୋଗ କରି ଏକ ନୂତନ ଟ୍ରେନ ଲାଇନ ନିର୍ମାଣ କରିବା,କୁଚିଣ୍ଡା ସହରରେ ଏକ ରେଲ ଟିକେଟ ବୁକିଂ କାଉଣ୍ଟର ଖୋଲିବା, କୁଚିଣ୍ଡା ଡାକ୍ତରଖାନା ତଥା ଗ୍ରାମାଞ୍ଚଳର ଡାକ୍ତରଖାନାରେ ଖାଲିଥିବା ଡାକ୍ତର,ନର୍ସ,କର୍ମଚାରୀ ପଦବୀ ପୁରଣ କରିବା, କୃଷି ର ବିକାଶ ପାଇଁ କୁଚିଣ୍ଡା ଉପଖଣ୍ଡ ରେ ସରକାରୀ ଶୀତଲ ଭଣ୍ଡାର ଫୁଡ ପ୍ରୋସେସିଙ୍ଗ ୟୁନିଟ ସ୍ଥାପନ କରିବା, ଉପଖଣ୍ଡ ରେ ଗଢିଉଠୁଥିବା ଉଦ୍ୟାନ ଚାଷକୁ ପ୍ରହୋତ୍ସାନ ଯୋଗାଇବା,ଉପଖଣ୍ଡ କୃଷି ବିଭାଗ ରେ ଖାଲିଥିବା କୃଷି ପଦବୀ ପୁରଣ କରିବା, ସହିତ ଏହାର ମାର୍କେଟିଂ ବ୍ୟବସ୍ଥା କରିବା।ଆଗାମୀ ଖରିଫ ଧାନ ବିକ୍ରୟ ସମୟରେ ଚାଷୀଙ୍କ ଠାରୁ ସିଧାସଳଖ ଧାନଖରିଦକରିବା ସହିତ ସ୍ବଛତା ପାଇଁ ୟାର୍ଡ ଗୁଡିକରେ ସିସି କେମେରା ଲଗାଇବା,କୁଚିଣ୍ଡା ଉପଖଣ୍ଡ ର ଶ୍ରମିକ ମାନଙ୍କ ନାମ ପଞ୍ଜିକରଣ କରି ସେମାନଙ୍କ ସୁବିଧା ପାଇଁ ସମସ୍ତ ବ୍ୟବସ୍ଥା କରିବା ତଥା କୁଚିଣ୍ଡା ଉପଖଣ୍ଡ କୁ ଏକ ସ୍ବତନ୍ତ୍ର ଜିଲ୍ଲା ଘୋଷଣାକରିବା ବିଭିନ୍ନ ଦାବି ନେଇ ଉପଜିଲ୍ଲାପାଳଙ୍କ ଅନୁପସ୍ଥିତି ରେ ଡେପୁଟି କଲେକ୍ଟର ହରମେନ୍ଦ୍ର ଭୋଇ ଙ୍କୁ ଦାବିପତ୍ର ପ୍ରଦାନ ଶକରାଯାଇଥିଲା।
କୁବହୁଣ୍ଡା ଇପିଏ ରୁ ଗଗନ ଶର୍ମା ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )