ଭୁବନେଶ୍ୱର : ଓଡ଼ିଆରେ ଏକ ଢଗ ଅଛି “ମତେ ଯେତେ ମାଠିବୁ ମାଠ, ମୁଁ ସେହି ଦରପୋଡ଼ା କାଠ।” ହେଲେ ଏଠି ଆମେ ଯାହାଙ୍କ କଥା କହୁଛୁ ଆପଣ ସେମିତି ଭାବି ପାରିବେନି। ବରଂ କହିପାରନ୍ତି ସଂଖ୍ୟା ବଳ ଅଛି ମାନେ ଆମେ ଯାହା କହିବୁ ସେୟା। ବାଘକୁ ଛେଳି ଏବଂ ଛେଳିକୁ ବାଘ କହି ପାରିବୁ। କିଏ ଆମର ଭୁଲ ଦର୍ଶାଇଲେ ମାନିବୁ ନାହିଁ। ତ୍ରୁଟି ସଂଶୋଧନର ବି ପ୍ରଶ୍ନ ଉଠୁ ନାହିଁ। ବୋଧ ହୁଏ ଏମିତି ଏକ ମାନିସିକତାରେ ବିଜୁ ଛାତ୍ର ଜନତା ଦଳ (ବିସିଜେଡି) ବଶବର୍ତ୍ତୀ ହୋଇଛି। ଏକଥାର ପ୍ରମାଣ ହେଉଛି ବିସିଜେଡି ପକ୍ଷରୁ କରାଯାଇଥିବା ଏକ ଟ୍ୱିଟକୁ ନ ସୁଧାରିବାର ଜିଦରେ ଅଟଳ ରହିବା। ଲୋକେ ଭୁଲ କଥାଟିକୁ ଧରି କେତେ କଟାକ୍ଷ କେତେ ସମାଲୋଚନା କଲେଣି। ହେଲେ ସୁଧାରିବାର ପ୍ରଶ୍ନ ଉଠୁନି। ବରଂ କିଛି ଫରକ ବି ପଡ଼ୁନି।
ଯାଜପୁର ଜିଲ୍ଲା କୋରେଇ ନିର୍ବାଚନ ମଣ୍ଡଳୀର ଧନେଶ୍ବର ଠାରେ ବିଧାୟକ ଅଶୋକ ବଳଙ୍କ ନେତୃତ୍ଵରେ ବିଜୁ ଛାତ୍ର ଜନତା ଦଳର ଏକ ସମାବେଶ ଅନୁଷ୍ଠିତ ହୋଇଥିଲା । ଏହି ସମାବେଶରେ ଜଣେ ଛାତ୍ର ନେତା ନିଜ ଭାଷଣରେ କଣ କରିଛନ୍ତି ତାହା ସମସ୍ତଙ୍କୁ ବିସ୍ମିତ କରିଛି । ସେହିପରି ଗତ ଅକ୍ଟୋବର ୩୧ ତାରିଖରେ ଭାରତର ଲୌହମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲଙ୍କ ଜନ୍ମ ଦିନ ଥିଲା। ଏହି ଦିବସଟିକୁ ରାଷ୍ଟ୍ରୀୟ ଏକତା ଦିବସ ରୂପେ ପାଳନ କରାଯାଏ। ସମସ୍ତେ ଜାଣନ୍ତି ଭାରତର ଲୌହମାନବ ସର୍ଦ୍ଦାର ବଲ୍ଲଭ ଭାଇ ପଟେଲ ଭାରତର ପ୍ରଥମ ଉପ ପ୍ରଧାନମନ୍ତ୍ରୀ ଥିଲେ।
ଇପିଏ ରୁ ବିରଂଚି ନାରାୟଣ ପତ୍ରୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )