ବିଜୁ ଜନତା ଦଳ ର କର୍ମୀ ଙ୍କ ଦ୍ୱାରା ଛାତ୍ର କଂଗ୍ରେସ କର୍ମୀ ଙ୍କ ଉପରେ ଆକ୍ରମଣ ଘଟଣାରେ ସୁବର୍ଣ୍ଣପୁର ଜିଲ୍ଲା ଛାତ୍ର କଂଗ୍ରେସ ପକ୍ଷରୁ ପ୍ରତିବାଦ

0 4

ଓଡ଼ିଶାର ଛାତ୍ର କଂଗ୍ରେସ ପକ୍ଷରୁ ଗଣତାନ୍ତ୍ରିକ ପଦ୍ଧତିରେ ଓଡିଶାର ବିଭିନ୍ନ ସ୍ଥାନ ମାନଙ୍କରେ ମନ୍ତ୍ରୀ ମାନଙ୍କୁ ବିରୋଧ ପ୍ରଦର୍ଶନ କରାଯାଉଛି l ମମିତାଙ୍କୁ ନ୍ୟାୟ ପାଇଁ ସାରାରାଜ୍ୟ ରେ କଂଗ୍ରେସ ପକ୍ଷରୁ ଗଣତାନ୍ତ୍ରିକ ପଦ୍ଧତିରେ ବିକ୍ଷୋଭ ପ୍ରଦର୍ଶନ କରାଯାଉଛି l ମାତ୍ର ରାଜ୍ୟ ପୋଲିସ ଶାସକ ବିଜୁ ଜନତା ଦଳ ର ହାତବାରିସୀ ସାଜି କଂଗ୍ରେସ କର୍ମକର୍ତ୍ତା ଙ୍କୁ ଗିରଫ କରୁଛି l ମାଡ଼ ମଧ୍ୟ ମାରୁଛି l ରାଜ୍ୟ ଗୃହ ମନ୍ତ୍ରୀ କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ର ଙ୍କୁ ଆଜି ପର୍ଯ୍ୟନ୍ତ ତଦନ୍ତ ପରିସରଭୁକ୍ତ କରି ନାହିଁ କି ଗିରଫ ମଧ୍ୟ କରି ନାହିଁ l ବିଜୁ ଜନତା ଦଳର କର୍ମୀ ମାନେ ବରଗଡ଼ ଜିଲ୍ଲା ଛାତ୍ର କଂଗ୍ରେସ ସଭାପତି ଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ l ବରଗଡ଼ ଜିଲ୍ଲା ଅତାବିରା ଠାରେ କଂଗ୍ରେସ କର୍ମୀଙ୍କୁ ମନ୍ତ୍ରୀ ସ୍ନେହାଙ୍ଗିନୀ ଛୁରିଆଙ୍କ ପିଏସଓ ସମସ୍ତଙ୍କ ସାମ୍ନାରେ ବନ୍ଧୁକ ଦେଖାଇ ଦେଖାଇ ଧମକ ଦେବା ସହ ଝାରସୁଗୁଡା ଜିଲ୍ଲା ଛାତ୍ର କଂଗ୍ରେସ ସଭାନେତ୍ରୀ ନବନୀତ କୌର ଙ୍କୁ ପୋଲିସ ଅଗଣତାନ୍ତ୍ରିକ ପଦ୍ଧତିରେ ଉଠାଇନେଇଥିଲେ l ଏହାର ପ୍ରତିବାଦ ରେ ଆଜି ସୁବର୍ଣ୍ଣପୁର ଜିଲ୍ଲା ଛାତ୍ର କଂଗ୍ରେସ ପକ୍ଷରୁ ଏକ ଦାବି ପତ୍ର ଆରକ୍ଷୀ ଅଧିକ୍ଷକ ଙ୍କ ଜରିଆରେ ଓଡିଶାର ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟ ରେ ପ୍ରଦାନ କରାଯାଇଛି l ରାଜ୍ୟ ଛାତ୍ର କଂଗ୍ରେସ ସାଧାରଣ ସମ୍ପାଦକ ଗୋବିନ୍ଦା ଝାଙ୍କର ଙ୍କ ନେତୃତ୍ୱ ରେ ଜିଲ୍ଲା କଂଗ୍ରେସ କମିଟି ସଭାପତି ଗୌରୀଶ୍ୟାମ ପଣ୍ଡା, ଟିକୁ ହୋତା, ଗଣେଶ ଗୁରୁ, ଶ୍ରୀତମ, ପ୍ରଶାନ୍ତ ପଣ୍ଡା, ଟିଟୁ ନାୟକ, ରାଜେଶ ମିଶ୍ର, ବିଜୟ ଭୋଇ, ରାମଗୋପାଳ ହୋତା, ସୁମିତ ମେହେର ପ୍ରମୁଖ ଯୋଗ ଦେଇଥିଲେ l

ସୁବର୍ଣ୍ଣପୁର ଇପିଏ ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.