ବିଜୁ ପଟ୍ଟନାୟକ ମହିଳା ଡିଗ୍ରୀ ମହାବିଦ୍ୟାଳୟ ରେ ୨୪ ଘଣ୍ଟା ଯାଏ ପ୍ରଶାସନ ର ଇନଭେନଟୋରୀ କାର୍ଯ୍ୟାନୁଷ୍ଠାନ

0 6

ଏବେ ଵି ଅସ୍ପଷ୍ଟ ଅନେକ ବିଷୟ

ସୁବର୍ଣ୍ଣପୁର – ଆର୍ଥିକ ଅନିୟମିତତା, କାର୍ଯ୍ୟ ରେ ମନ୍ଥରତା ଓ ଅବହେଳା, କର୍ମଚାରୀ ଙ୍କ ଇ ପି ଏଫ ବନ୍ଦ ଏବଂ କଲେଜ ଛାତ୍ରୀ ଓ ହଷ୍ଟେଲ ଛାତ୍ରୀ ମାନଙ୍କ ବିଭିନ୍ନ ଅଭିଯୋଗ କୁ ଭିତ୍ତି କରି କାର୍ଯ୍ୟାଳୟ ଚିଠି ନମ୍ବର 8077 ତା.19.08.2021 ଅନୁସାରେ ମହାବିଦ୍ୟାଳୟ ପରିଚାଳନା କମିଟି ସଭାପତି ତଥା ଅତିରିକ୍ତ ଜିଲ୍ଲାପାଳ ଶ୍ରୀଯୁକ୍ତ ସୂର୍ଯ୍ୟ ନାରାୟଣ ଦାସ, ମହାବିଦ୍ୟାଳୟ ର ଅଧ୍ୟକ୍ଷା ସୁଶ୍ରୀ ବୈଜୟନ୍ତୀ ନାୟକ ଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିଥିଲେ ଓ ସିନିଅର ଅଧ୍ୟାପିକା ଶ୍ରୀମତୀ ରିତାରାଣୀ ପୂଜାରୀ ଙ୍କୁ ଅଧ୍ୟକ୍ଷା ଦାୟିତ୍ୱ ହସ୍ତାନ୍ତର ପାଇଁ ତୁରନ୍ତ ନିର୍ଦେଶ କରିଥିଲେ l ଶ୍ରୀମତୀ ରିତାରାଣୀ ପୂଜାରୀ ଦାୟିତ୍ୱ ନେବା ପରେ କାର୍ଯ୍ୟାଳୟ ର ସମସ୍ତ ଦାୟିତ୍ୱ ଯଥା, ସବୁ ଆଲମାରୀ ର ଚାବି, କେସ ବୁକ, ଚେକ ବୁକ, ପାସ ବୁକ ଓ ଅନ୍ୟାନ୍ୟ ଗୁରୁତ୍ୱପୂର୍ଣ କାଗଜ ପତ୍ର ହସ୍ତାନ୍ତର କରିବା ପାଇଁ ପୂର୍ବତନ ଅଧ୍ୟକ୍ଷା ସୁଶ୍ରୀ ବୈଜୟନ୍ତୀ ନାୟକ ଙ୍କୁ ବାରମ୍ବାର ଚିଠି କରିବା ସତ୍ତ୍ୱେ ସେ ଆଦୌ କର୍ଣ୍ଣପାତ ନ କରିବାରୁ ମହାବିଦ୍ୟାଳୟ ର ପରିଚାଳନା କମିଟି ସଭାପତି ଙ୍କୁ ଜଣାଇଥିଲେ l ଅତିରିକ୍ତ ଜିଲ୍ଲା ପାଳ ତଥା ପରିଚାଳନା କମିଟିର ସଭାପତି ଙ୍କ ଚିଠି ନମ୍ବର 8626 ତା.02.09..2021 ଅନୁସାରେ ସଭାପତି ପୂର୍ବତନ ଅଧ୍ୟକ୍ଷା ଙ୍କୁ 05.09.2021 ତାରିଖ ସୁଦ୍ଧା ସମସ୍ତ ଦାୟିତ୍ୱ ହସ୍ତାନ୍ତର କରିବାକୁ କଡା ନିର୍ଦ୍ଧେଶ କରିଥିଲେ l

କିନ୍ତୁ ପୂର୍ବତନ ଅଧ୍ୟକ୍ଷା ତାଙ୍କ ନିର୍ଦ୍ଧେଶ କୁ ଅବମାନନା କରିବାରୁ ଉପଜିଲ୍ଲାପାଳ ସୋନପୁର ଙ୍କୁ ଅଧ୍ୟକ୍ଷା ଙ୍କ ବିରୋଧ ରେ ଇନଭେନଟୋରୀ କାର୍ଯ୍ୟାନୁଷ୍ଠାନ ନେବାପାଇଁ ଜଣାଇଥିଲେ l ସୋନପୁର ଉପଜିଲ୍ଲାପାଳ ଙ୍କ ନିର୍ଦ୍ଧେଶ ଅନୁସାରେ ଅତିରିକ୍ତ ତହସିଲଦାର ଶ୍ରୀଯୁକ୍ତ ପ୍ରମୋଦ କୁମାର ମେହେର ଓ ମହାବିଦ୍ୟାଳୟ ର ସମସ୍ତ କର୍ମଚାରୀଙ୍କ ଉପସ୍ଥିତି ରେ ଗତ କାଲି ଦୀର୍ଘ 10 ଘଣ୍ଟା ଯାଏ ଇନଭେନଟୋରୀ କାର୍ଯ୍ୟାନୁଷ୍ଠାନ ନିଆଯାଇ ରାତି 8 ଟା ବେଳେ ଇନଭେନଟୋରି ର ପ୍ରଥମ ପର୍ଯ୍ୟାୟ ସମାପ୍ତ ହୋଇଥିଲା l 4 ଗୋଟି ଗଦରେଜ ଓ ଅଧ୍ୟକ୍ଷା ଙ୍କ ଡ୍ରୟର କୁ ତାଲା ଭାଙ୍ଗି ସେଥିରେ ଥିବା ସବୁ କାଗଜପତ୍ର କୁ କାଲି ପର୍ଯ୍ୟାୟ କ୍ରମେ ତାଲିକା ଭୁକ୍ତ କରାଯାଇଥିଲା l ପ୍ରାୟତଃ ଜରୁରୀ ଓ ମୂଲ୍ୟବାନ କାଗଜ ପତ୍ର ମିଳିସାରିଥିବା ବେଳେ ଆହୁରି ଅନେକ କର୍ମଚାରୀ ଙ୍କ ବ୍ୟକ୍ତିଗତ ସର୍ଭିସ ବୁକ, ଫାଇଲ ଓ ଅନେକ ଗୁରୁତ୍ୱପୂର୍ଣ କାଗଜ ପତ୍ର ମିଳି ନ ଥିବାରୁ ଚିନ୍ତା ରେ ପ୍ରଶାସନ ଓ କର୍ମଚାରୀ l ଗତ କାଲି ଉଦ୍ଧାର ହୋଇଥିବା ସମସ୍ତ କାଗଜ ପତ୍ର ଓ ଜିନିଷ ର ସମ୍ପୂର୍ଣ ବିବରଣୀ ଏଡିଏମ ଙ୍କୁ ରିପୋର୍ଟ ପ୍ରଦାନ କରିବାକୁ କାଲିଠୁ ଏବେ ଯାଏ ରିପୋର୍ଟ ପ୍ରସ୍ତୁତି ଚାଲିଥିବା ବେଳେ ଦୀର୍ଘ ବର୍ଷ ରୁ ଅପଡେଟ ହୋଇ ନ ଥିବା କେଶ ବୁକ, ଚେକ ବୁକ ଓ ଆର୍ଥିକ ବ୍ୟୟ ଅଟକାଳ ର ହିସାବ କୁ କଲେଜ ଏକାଉଣ୍ଟସ ସେକ୍ସନ ର କର୍ମଚାରୀ ପୁଙ୍ଖାନୁପୁଙ୍ଖ ଭାବେ ଅନୁଧ୍ୟାନ ଜାରି ରଖିଥିବା ର ଅପଡେଟ ଖବର ଆଜି ସୂଚନା ମିଳିଛି l

ସୁବର୍ଣ୍ଣପୁର ଇପିଏ ରୁ ଉଗ୍ରସେନ କର୍ମୀ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ନ ପ୍ରେସ ଏଜେନ୍ସି )

Leave A Reply

Your email address will not be published.