ବିଜୁ ପଟ୍ଟନାୟକ ମହିଳା ଡିଗ୍ରୀ ମହାବିଦ୍ୟାଳୟ ରେ ନବାଗତା ଛାତ୍ରୀ ଙ୍କ ସ୍ୱାଗତ ସମାରୋହ ରେ ଯୋଗ ଦେଲେ ଜ଼ିଲ୍ଲାପାଳ

0 4

ସୁବର୍ଣ୍ଣପୁର ବିଜୁ ପଟ୍ଟନାୟକ ମହିଳା ମହାବିଦ୍ୟାଳୟ ର ନଵାଗତ ଛାତ୍ରୀ ଙ୍କପାଈଁ ଅନୁଷ୍ଠିତ ହୋଇଥବା ସ୍ୱାଗତ ସମାରୋହ ଉସ୍ସବ ରେ ମୁଖ୍ୟ ଅତିଥି ରୂପେ ଯୋଗ ଦେଇ ଭଲ ପାଠ ପଢିବାକୁ ଓ ଜୀବନ ର ସବୁ ପରିସ୍ଥିତି ର ମୁକାବିଲା ପାଈଁ ନିଜ କୁ ଶାରୀରିକ ଓ ମାନସିକ ସ୍ତର ରେ ଷ୍ଟ୍ରଙ୍ଗ ରହିବାକୁ ପରାମର୍ଶ କରି ନିଜ କ୍ୟାରିୟର ଓ ଭବିଷ୍ୟତ ଉପରେ କେବେ ବି କମ୍ପରମାଇଜ ନ କରିବାକୁ ଛାତ୍ରୀ ମାନଙ୍କୁ ଉତ୍ସାହିତ କରିଥିଲେ l ଏବଂ ଛାତ୍ରୀ ମାନଙ୍କ ଅନେକ ପ୍ରଶ୍ନ ର ଉତ୍ତର ଦେଇ ଖୁବ ସୁନ୍ଦର ଭାବେ ବୁଝାଇଥିଲେ l ସମ୍ମାନିତ ଅତିଥି ଭାବେ କଲେଜ ପରିଚାଳନା କମିଟି ସଭାପତି ତଥା ଏଡିଏମ ସୂର୍ଯ୍ୟ ନାରାୟଣ ଦାଶ ଯୋଗ ଦେଇ ଆଧୁନିକ ଯୁଗର ତାଳ ଦେଇ ଚାଲିବାକୁ ମନା ନାହିଁ ହେଲେ ଆମ ସଂସୃତି ପରମ୍ପରା କୁ ସମାଜ ପ୍ରତି ଥିବା ଆମ ଦାଇତ୍ୱ କର୍ତ୍ତବ୍ୟ କୁ କେବେ ଭୁଲି ଯାଅନି ବୋଲି ବୋଲି ମତ ରଖିଥିଲେ l ସ୍କିଲ ଡଭଲପମେଣ୍ଟ ଉପରେ ବିଭିନ୍ନ ଟିପ୍ସ ପ୍ରଦାନ କରି ଫ୍ରେସର ଵା ବିୟୁଟି କୁ ଶ୍ରୀକୃଷ୍ଣ ଙ୍କ କଳା, ସୌନ୍ଦର୍ଯ୍ୟତା ଓ ଭକ୍ତି,ଶାନ୍ତି ଓ ପ୍ରେମ କଥା ର ଉଦାହରଣ ଦେଇଥିଲେ l ଡିଗ୍ରୀ କଲେଜ ଅଧ୍ୟକ୍ଷା ରିତା ରାଣୀ ପୁଜାରୀ ଙ୍କ ଅଧ୍ୟକ୍ଷତା ରେ ଓ ଇଂରାଜୀ ଅଧ୍ୟାପକ ମଦନ ସୁନ୍ଦର ଖେତୀ ଙ୍କ ସଂଯୋଜନା ରେ ଅନୁଷ୍ଠିତ ଏହି ସଭାରେ ଓଡ଼ିଆ ଅଧ୍ୟାପିକା ପୁର୍ଣିମା ମିଶ୍ର ଧନ୍ୟବାଦ ଅର୍ପଣ କରିଥିଲେ l ଏବଂ ଗୋଟାଏ ନବଜାତ ଶିଶୁ ଟିଏ ଜନ୍ମ ହେଲା ପରି ଫ୍ରେସର ଙ୍କ ପାଈଁ ଆଜି କଲେଜ ରେ ସତମୁଖର ହୋଇଉଠିଛି ବୋଲି ଖୁବ ସୁନ୍ଦର ଶୈଳୀ ରେ ଶ୍ରୀମତୀ ମିଶ୍ର ଉପସ୍ଥାପନା କରିଥିଲେ l ଜ଼ିଲ୍ଲାପାଳ ଅ ବୋଲି ସୁନୀଲ ନର୍ଭଣେ ସରସ୍ବତୀ ଙ୍କ ଫଟୋଚିତ୍ର ରେ ଦୀପ ପ୍ରଜ୍ବଳନ କରି କାର୍ଯ୍ୟକ୍ରମ କୁ ଉଦଘାଘାଟନ କରିଥିବା ବେଳେ କଲେଜ ଛାତ୍ରୀ ଙ୍କ ଦ୍ୱାରା ଜ଼ିଲ୍ଲାପାଳ ଓ ଏଡିଏମ ଙ୍କୁ କଲେଜ ଫାଟକ ରୁ ମଞ୍ଚ ଯାଏ ଭବ୍ୟ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଥିଲା l ଛାତ୍ରୀ ଆଂଶିତା, ମମତା, ଲିଟେଶ୍ବରୀ, ରିମି, ମୌସୁମୀ, ଦୟାମୟୀ, ଆକାଂକ୍ଷା, ରଚନା ଓ ସାଥି ଙ୍କ ଦ୍ୱାରା ସ୍ୱାଗତ ସଂଗୀତ ପରିବେଷଣ କରାଯାଇଥିବା ବେଳେ ଆଂଶିତl, ଦୟାମୟୀ, ସ୍ବପ୍ନl, ପୁର୍ଣିମା, ସୋନିଆ ସ୍ୱାଗତ ନୃତ୍ୟ ପରିବେଷଣ କରିଥିଲେ l ଅଲ ରାଉଣ୍ଡ୍ସ ଟେଲେଣ୍ଟ ପ୍ରଦର୍ଶନ କୁ ଦେଖି ବିଚାରକ ମାନେ ପ୍ରଥମ ବର୍ଷ ର ମିସ ଫ୍ରେସର 2021/22 ଭାବେ ଶିବାନୀ ପଣ୍ଡା, ଓ ମିସ ଦିବା ଭାବେ ପ୍ରିୟା ପ୍ରିୟ ଦର୍ଶନୀ ସାହୁ ଙ୍କୁ ଏବଂ ଦ୍ଵିତୀୟ ବର୍ଷ ର ମିସ ଫ୍ରେସର ଭାବେ ଛାତ୍ରୀ ସ୍ମିତା ରାଣୀ ପଣ୍ଡା, ଓ ମିସ ଦିବା ଭାବେ ଗୀତାଞ୍ଜଳୀ ମାଝୀ ଙ୍କୁ ମନୋନୀତ କରିଥିଲେ l ଏହି ଚାରିଜଣ କୃତି ଟପ ଛାତ୍ରୀ ଙ୍କୁ ଅତିଥି ଙ୍କ ଦ୍ୱାରା ସମ୍ବର୍ଦ୍ଧିତ କରାଯାଇଥିଲା l କାର୍ଯ୍ୟକ୍ରମ ରେ ସମସ୍ତ ମିଡ଼ିଆ ଯୋଗ ଦେଇଥିବା ବେଳେ କଲେଜ ର ତୃତୀୟ ବର୍ଷ ଓ ପୁରାତନ ଛାତ୍ରୀ ଙ୍କ ସମେତ ସମସ୍ତ ଅଧ୍ୟାପକ ଅଧ୍ୟାପୀକା, କର୍ମଚାରୀ ସହଯୋଗ କରିଥିଲେ l

ସୁବର୍ଣ୍ଣପୁର ଇପିଏ ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.