ବିଜୁ ଯୁବ ଓ ଛାତ୍ର ଜନତା ଦଳ ପକ୍ଷରୁ ସଫେଇ କାର୍ଯ୍ୟକ୍ରମ

0 2

ବିଜୁ ଛାତ୍ର ଜନତା ଦଳ ପକ୍ଷରୁ ଆଜି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପରିସରରେ ଏକ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି l ।ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଗତ ଅକ୍ଟୋବର 2 ତାରିଖରୁ ନଭେମ୍ବର 2 ତାରିଖ ପର୍ଯ୍ୟନ୍ତ ସାରା ଜିଲ୍ଲାରେ ଶ୍ରମଦାନ ଓ ରକ୍ତ ଦାନ କାର୍ଯ୍ୟକ୍ରମ ଆଦି କରାଯାଉଥିବା ବେଳେ ଆଜି ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ପିରସରକୁ ସଫା ସୁତୁରା କରି ଶ୍ରମଦାନ କରାଯାଇଛି ।ବିଜୁ ଯୁବ ଜନତା ଦଳ ସଭାପତି ଅଶୋକ ନନ୍ଦ ଓ ଛାତ୍ର ଜନତା ଦଳ ସଭାପତି ଶାସ୍ବତ ମିଶ୍ରଙ୍କ ନେତୃତ୍ବର କାର୍ଯ୍ୟକର୍ତ୍ତାମାନେ ଏହି ସଫେଇ କାର୍ଯ୍ୟକ୍ରମରେ ସାମିଲ ହୋଇ ଶ୍ରମଦାନ କରିଥିଲେ ।ଆଗାମୀ ଦିନରେ ଜିଲ୍ଲାର ସମସ୍ତ ଚିକିତ୍ସାଳୟମାନଙ୍କୁ ସଫେଇ କାର୍ଯ୍ୟକ୍ରମ କରାଯିବା ସହିତ ଗାଁ ଗାଁରେ ରକ୍ତଦାନ ଶିବିରର ଆୟୋଜନ କରାଯିବ ବୋଲି ସୁଚନା ଦେଇଛନ୍ତି ।

ସୁବର୍ଣ୍ଣପୁର ଇପିଏ ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.