ବିଜୁ ସାସ୍ଥ୍ୟ କଲ୍ୟାଣ ଯୋଜନାରେ ଯୋଡ଼ିହେଲା ଭଦ୍ରକ ଜିଲ୍ଲା କାର୍ଡ଼ ପାଇବେ ୩ଲକ୍ଷ ୨୬ ହଜାର ୧୯୨ ହିତାଧୁରୀ

0 7

ଭଦ୍ରକ ଜିଲ୍ଲା ପୂର୍ବ ପ୍ରସ୍ତୁତି ଓ ନିର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ଆଜି ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କର କମଳରେ ଆଭାସି ଜରିଆରେ ଭଦ୍ରକ ଜିଲ୍ଲାପାଇଁ ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ୱାସ୍ଥ୍ୟ କାର୍ଡ଼ ବଣ୍ଟନର ଶୁଭାରମ୍ଭ କରାଯିବା ସହ ୨୯୦ କୋଟି ୭୫ ଲକ୍ଷ ଟଙ୍କାର ବିଭିନ୍ନ ପ୍ରକଳ୍ପର ଭିଭି ପ୍ରସ୍ତର ଓ ଶୁଭ ଉଦ୍‌ଘାଟନ କରାଗଲା ।

ଏଥି ଉପଲକ୍ଷେ ଭଦ୍ରକର ନେହେରୁ ଷ୍ଟାଡ଼ିୟମ ପଡ଼ିଆରେ ଜିଲ୍ଲାସ୍ତରୀୟ ଉତ୍ସବର ଆୟୋଜନ କରାଯାଇଥିଲା ।ନେହେରୁ ଷ୍ଟାଡ଼ିୟମ ପଡ଼ିଆରେ ଆୟୋଜିତ ଜିଲ୍ଲା କାର୍ଯ୍ୟକ୍ରମରେ ଖାଦ୍ୟ , ଯୋଗାଣ ଓ ସମବାୟ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ , ଭଦ୍ରକ ଜିଲ୍ଲା ଯୋଜନା ବୋର୍ଡ଼ର ଅଧ୍ୟକ୍ଷ ତଥା ଚାନ୍ଦବାଲି ବିଧାୟକ ଡ଼ . ବ୍ୟୋମକେଶ ରାୟ , ଭଦ୍ରକ ସାଂସଦ ମଞ୍ଜୁଲତା ମଣ୍ଡଳ , ଭଦ୍ରକ ବିଧାୟକ ସଂଜୀବ ମଲ୍ଲିକ ପ୍ରମୁଖ ଯୋଗ ଦେଇଥିଲେ । ସନ୍ଧ୍ୟା ଘ ୫.୩୦ମି ସମୟରେ ଆରମ୍ଭ ହୋଇଥିବା ଏହି କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀଙ୍କ ଦ୍ବାରା ଆଭାସି ଜରିଆରେ କାର୍ଡ଼ ବଣ୍ଟନ ଓ ପ୍ରକଳ୍ପ ଗୁଡ଼ିକର ଶିଳାନ୍ୟାସର ଉଦ୍‌ଘାଟନ କରାଗଲା । ଶ୍ରୀଯୁକ୍ତ ରାୟ ଜିଲ୍ଲାବାସୀଙ୍କ ତରଫରୁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇବା ସହ ଧନ୍ୟବାଦ ଅର୍ପଣ କରିଥିଲେ । ଜିଲ୍ଲାପାଳ ତ୍ରିଲୋଚନ ମାଝୀଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ଏସ୍.ପି. ଚରଣସିଂ ମୀନା , ଅତିରିକ୍ତ ଜିଲ୍ଲାପାଳ ଅରୁଣ ମହାପାତ୍ର , ପ୍ରକଳ୍ପ ନିର୍ଦ୍ଦେଶକ ଇନ୍ଦ୍ରମଣି ନାୟକ , ଉପଜିଲ୍ଲାପାଳ ମନୋଜ କୁମାର ପାତ୍ର , ଭଦ୍ରକ ବିଡ଼ିଓ ମନୋଜ କୁମାର ବେହେରା , କାର୍ଯ୍ୟ ନିର୍ବାହୀ ଅଧିକାରୀ ଦେବୀ ପ୍ରସାଦ ରାଉତ ପ୍ରମୁଖ ଆନୁଷଙ୍ଗିକ ଦାୟିତ୍ବ ନିର୍ବାହ କରିଥିଲେ । ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତ ରାୟ , ବିଜେଡ଼ି ଜିଲ୍ଲା ସଭାପତି ଜଗନ୍ନାଥ ସ୍ବାଇଁ , ପୂର୍ବତନ ବିଧାୟକ ମୁକ୍ତିକାନ୍ତ ମଣ୍ଡଳ ପ୍ରଭୃତିଙ୍କ ସହ ଅନ୍ୟ ଜନପ୍ରତିନିଧୂମାନେ ଏଥିରେ ଯୋଗ ଦେଇଥିଲେ ।

ଭଦ୍ରକ ଜିଲ୍ଲା ଇପିଏ ରୁ ଲିପିକା ରାଉତ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.