ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ସ୍ମାର୍ଟକାର୍ଡ ବଣ୍ଟନ ପାଇଁ ପ୍ରସ୍ତୁତି ବୈଠକ

0 2

ବୌଦ୍ଧ : ତା ୨୦.୧୧.୨୦୨୧ ରିଖ ଦିନ ଜିଲାପାଳ ଲଲାଟେନ୍ଦୁ ମିଶ୍ରଙ୍କ ଅଧ୍ୟକ୍ଷତାରେ ତା ୨୫.୧୧.୨୦୨୧ ରିଖ ଦିନ ଆଭାସି ଜରିଆରେ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନାରେ ମୁଖ୍ୟମନ୍ତ୍ରୀଙ୍କ ଦ୍ୱାରା ବିଭିନ୍ନ ପ୍ରକଳ୍ପର ଶୁଭ ଉଦଘାଟନ ସହ ଭିତ୍ତିପ୍ରସ୍ତର ସ୍ଥାପନ ଏବଂ ନୂଆ ସ୍ମାର୍ଟକାର୍ଡ ବଣ୍ଟନ କରାଯିବାକୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ପ୍ରଥମରେ ଜିଲାପାଳ ଶ୍ରୀମିଶ୍ର ଏହି କାର୍ଯ୍ୟକ୍ରମର ସଫଳତା ପାଇଁ ଉପସ୍ଥିତ ସମସ୍ତ ଅଧିକାରୀଙ୍କ ସହଯୋଗ କାମନା କରିଥିଲେ । ଏହି କାର୍ଯ୍ୟକ୍ରମ ଅବସରରେ ଆସନ୍ତା ୨୬ ତାରିଖ ଦିନ ସକାଳ ୮ ଘଣ୍ଟାଠାରୁ ଜିଲାର ୬୯ଟି ପଞ୍ଚାୟତ ଓ ବୌଦ୍ଧ ଏନଏସି ର ସ୍ମାର୍ଟକାର୍ଡ ବଣ୍ଟନ କରାଯିବ । କେଉଁ ପଞ୍ଚାୟତର କେଉଁସ୍ଥାନରେ ଏହି ସ୍ମାର୍ଟ କାର୍ଡ ବଣ୍ଟନ କରାଯିବ ସ୍ଥିର କରି ଗୋଷ୍ଠୀ ଉନ୍ନୟନ ଅଧିକାରୀମାନେ ତୁରନ୍ତ ତାଲିକା ପ୍ରଦାନ କରିବାକୁ ଜିଲାପାଳ ନିର୍ଦ୍ଦେଶ ଦେଇଥିଲେ । ସ୍ମାର୍ଟକାର୍ଡ ବଣ୍ଟନ ପାଇଁ ନିର୍ଦ୍ଧାରିତ ସ୍ଥାନମାନଙ୍କରେ ପାନୀୟଜଳ,ଶୃଙ୍ଖଳା ଓ ସୂରକ୍ଷା ବ୍ୟବସ୍ଥା,ଟେଣ୍ଟ ବ୍ୟବସ୍ଥା,ପୂର୍ବଦିନ ଆଶା ଓ ଅଙ୍ଗନବାଡି କର୍ମୀମାନଙ୍କ ଦ୍ୱାରା ଚିଠା ବଣ୍ଟନ ପାଇଁ ତାଲିମ ପ୍ରଦାନ କରାଯିବାକୁ ନିଷ୍ପତି ଗ୍ରହଣ କରାଯାଇଥିଲା । ଏହି ସ୍ମାର୍ଟକାର୍ଡ ଯୋଜନା ସଂପର୍କରେ ଜିଲାପାଳ ଶ୍ରୀମିଶ୍ର ସମସ୍ତଙ୍କୁ ସୂଚନା ପ୍ରଦାନ କରିଥିଲେ । ସ୍ମାର୍ଟକାର୍ଡ ବଣ୍ଟନକୁ ଶୃଙ୍ଖଳିତ ଭାବରେ କରାଯିବାକୁ ଅଧିକାରୀମାନଙ୍କୁ ସ୍ୱତନ୍ତ୍ର ଭାବରେ ଦାୟିତ୍ୱ ପ୍ରଦାନ କରାଯାଇଥିଲା l

ସୁବର୍ଣ୍ଣପୁର ଇପିଏ ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.