ବିଜେଡ଼ି ରେ ବିଶ୍ଵ ସାମିଲ

0 42

ବିଜେପି ରୁ ଇସ୍ତଫା ଦେଇଥିବା ଯାଜପୁର ଜିଲ୍ଲା ବରୀ ନିର୍ବାଚନ ମଣ୍ଡଳୀ ର ବିଜେପି ବିଧାୟକ ପ୍ରାର୍ଥୀ ବିଶ୍ଵ ରଞ୍ଜନ ମଲ୍ଲିକ ଆନୁଷ୍ଠାନିକ ଭାବେ ବିଜେଡ଼ି ଦଳ ରେ ଯୋଗ ଦେଇଛନ୍ତି। ଏହି ମିଶ୍ରଣ ପର୍ବ ରେ ବିଜେଡ଼ି ସାଙ୍ଗଠନିକ ସମ୍ପାଦକ ତଥା ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ,ଧର୍ମଶାଳା ବିଧାୟକ ପ୍ରଣବ ବଳବନ୍ତ ରାୟ,ବରୀ ବିଧାୟିକା ସୁନନ୍ଦା ଦାସ ଏବଂ ବରୀ ବ୍ଲକ ବିଜେଡ଼ି ସଂଯୋଜକ ଦେବେନ୍ଦ୍ର ଦାସ ଉପସ୍ଥିତ ଥିଲେ। ପୁରୁଣା ନୂଆ ଭେଦ ଭାବ ଯୋଗୁ ଦଳ ଛାଡ଼ି ସେ ପ୍ରତିକ୍ରିୟା ରେ କହିଥିଲେ। ତେବେ ବିଧାୟିକା ଙ୍କ ସହ ମିଶି ସେ ବରୀ ର ବିକାଶ ଧାରା କୁ ଆଗେଇ ନେବା ପାଇଁ ପ୍ରତିକ୍ରିୟା ରଖିଥିବା ବେଳେ ବିଜେପି ସଂଗଠନ କୁ ସୁଦୃଢ଼ କରିଥିବା ପୁରୁଣା ଯୋଡ଼ି ବିଶ୍ଵ ରଞ୍ଜନ ମଲ୍ଲିକ ଏବଂ ଦେବେନ୍ଦ୍ର ଦାସ ଙ୍କ ଉଦ୍ୟମ ରେ ବରୀ ରେ ବିଜେଡ଼ି ସଂଗଠନ ସୁଦୃଢ଼ ହେଉଛି କି ନାହିଁ ତାହା ଦେଖିବାକୁ ବାକି ରହିଲା।

ଇପିଏ ରୁ ଧର୍ମେନ୍ଦ୍ର ବାରିକ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.