ବିଜେଡିକୁ ଫେରିଲେ ଯୁବନେତା ଦୀପ୍ତିମାନ

0 16

ମୋତେ ମାନ୍ୟବର ମୁଖ୍ୟମନ୍ତ୍ରୀ ନ୍ୟାୟ ଦେଇଥିବାରୁ ମୁଁ ତାଙ୍କ ନିକଟରେ ଋଣୀ : ଦୀପ୍ତିମାନ ବଳ

ରାଇରଙ୍ଗପୁର : ରାଇରଙ୍ଗପୁର ସହରର ଟାଣୁଆ ଯୁବନେତା ଦୀପ୍ତିମାନ ବଳଙ୍କୁ ବିଜୁ ଜନତା ଦଳ ପୁଣି ତାଙ୍କୁ କୋଳେଇନେଇଛିIତାଙ୍କ ଉପରେ ଥିବା ଦଳୀୟ ନିଲମ୍ବନକୁ ଦଳର ସୁପ୍ରିମୋ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରତ୍ୟାହାର କରିଛନ୍ତି।ଆଜି ଏ ନେଇ ବିଜୁ ଜନତା ଦଳର ମିଡିଆ ପ୍ରଭାରୀ ମାନସ ମଙ୍ଗରାଜ ଏକ ପ୍ରେସ ବିବୃତି ଜାରି କରିଛନ୍ତି।ଦଳକୁ ଫେରି “ମୁ ନିଜ ଘରକୁ ଫେରିଲି ବୋଲି ଦୀପ୍ତିମାନ ଖୁସିର ସହ କହିଛନ୍ତି, ଦଳ ମୋ ପାଇଁ ପରିବାର ଭଳି, ମୁ ଦଳରେ ଥିଲି ଆଗକୁ ମଧ୍ୟ ରହିବି।ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକ ଓ ମୟୁରଭଞ୍ଜ ଜିଲ୍ଲା ପ୍ରଭାରୀ ଶ୍ରୀଯୁକ୍ତ ପ୍ରଣବ ପ୍ରକାଶ ଦାସ ମୋ ପ୍ରତି ଆସ୍ଥା ପ୍ରକଟ କରିଥିବାରୁ ଶ୍ରୀ ବଳ ତାଙ୍କୁ କୃତଜ୍ଞତା ଜଣାଇଛନ୍ତିI ସୂଚନାଯୋଗ୍ୟ ବିଜୁ ସ୍ୱାସ୍ଥ୍ୟ କାର୍ଡ ଯୋଜନା ବଣ୍ଟନ ସମୟରେ ବିଭିନ୍ନ ୱାର୍ଡରେ ଶ୍ରୀ ବଳଙ୍କ ଉଲ୍ଲେଖନୀୟ ସହଯୋଗ ପାଇଁ ଦଳର ପର୍ଯ୍ୟବେକ୍ଷକ ମୁକ୍ତିକାନ୍ତ ମଣ୍ଡଳ ମଧ୍ୟ ତାଙ୍କୁ ପ୍ରଶଂସା କରିଥିଲେI ଦଳର ସମସ୍ତ ପଦାଧିକାରୀ ଶ୍ରୀ ବଳଙ୍କର ଆବଶ୍ୟକତାକୁ ଅନୁଭବ କରିପାରିଥିବାରୁ ତାଙ୍କର ନୀଲମ୍ବନ ଆଦେଶ ପ୍ରତ୍ୟାହୃତ ହୋଇଥିଲା।ଏତଦ୍ ବ୍ୟତୀତ ତାଙ୍କ ଖରାପ ସମୟରେ ଛିଡା ହୋଇଥିବା ସମସ୍ତ ସାଙ୍ଗ ସାଥି, ଗୁରୁଜନ,କନିଷ୍ଠ ବନ୍ଧୁ ମାନଙ୍କୁ ମଧ୍ୟ ଶ୍ରୀ ବଳ କୃତଜ୍ଞତା ଜ୍ଞାପନ ଜଣାଇଛନ୍ତି। ଆଗାମୀ ଦିନରେ ରାଇରଙ୍ଗପୁର ସହରରେ ଉନ୍ନତି ମୂଳକ କାମ କରିବା ସହିତ ଦଳକୁ ଶକ୍ତିଶାଳୀ କରିବା ପାଇଁ କଠିନ ପରିଶ୍ରମ କରିବି ବୋଲି ପ୍ରକାଶ କରିଛନ୍ତିI

ରାଇରଙ୍ଗପୁର ଇପିଏ ରୁ ନିଗମାନନ୍ଦ ପଟ୍ଟନାୟକ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.