ବିଜେଡିରୁ ଇସ୍ତଫା ଦେଲେ ପୂର୍ବତନ ମନ୍ତ୍ରୀ ସଂଜୀବ ସାହୁ

0 16

ଚାରିଥର ବିଜେଡିରୁ ନିର୍ବାଚିତ ହୋଇଥିବା ପୂର୍ବତନ ବିଧାୟକ ତଥା ପୂର୍ବତନ ମନ୍ତ୍ରୀ ସଂଜୀବ ସାହୁ ବିଜେଡି ଦଳରୁ ଇସ୍ତଫା ଦେଇଛନ୍ତି l ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁର ବିଧାନସଭା ଆସନରୁ ଦୁଇଥରବିଜେଡି ରୁ ନିର୍ବାଚିତ ହୋଇଥିଲେ l ପ୍ରଥମେ ଏହି ଆସନ ରୁ ଉପ ନିର୍ବାଚନ ରେ ବିଧାୟକ ଭାବରେ ନିର୍ବାଚିତ ହୋଇଥିଲେ l ଅନୁଗୁଳ ଜିଲ୍ଲା ଆଠମଲ୍ଲିକ ବିଧାନସଭା ଆସନରୁ ମଧ୍ୟ ଦୁଇଥର ନିର୍ବାଚିତ ହୋଇଥିଲେ l

ଶ୍ରୀଯୁକ୍ତ ସାହୁ ରାଜ୍ୟ ମନ୍ତ୍ରୀ ମଣ୍ଡଳରେ ମଧ୍ୟ ସ୍ଥାନ ପାଇଥିଲେ l ଆଜି ନିଜର ଏକ ପୃଷ୍ଠା ର ଇସ୍ତଫା ପତ୍ର ବିଜେଡି ସୁପ୍ରିମୋ ତଥା ମୁଖ୍ୟ ମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କୁ ପଠାଇ ଦେଇଛନ୍ତି l ବିଜେଡି ର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଲି ବୋଲି ପତ୍ର ରେ ଉଲ୍ଲେଖ କରିଛନ୍ତି l

ସୁବର୍ଣ୍ଣପୁର ଜିଲ୍ଲା ଇପିଏ ରୁ ଉଗ୍ରସେନ କର୍ମୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.