ବିଜେପି ଗଞ୍ଜାମ ଜିଲ୍ଲା ଯୁବ ମୋର୍ଚା ପକ୍ଷରୁ ବିକ୍ଷୋଭ ପ୍ରଦର୍ଶନ

0 21

ବ୍ରହ୍ମପୁର : କଳାହାଣ୍ଡି ଜିଲ୍ଲାର ଶିକ୍ଷୟିତ୍ରୀ ମମିତା ମେହେରଙ୍କୁ ଅପହରଣ ପରେ ଜୀବନ ପୋଡ଼ି ହତ୍ୟା ଘଟଣା ରେ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର ଇସ୍ତଫା ଓ ଗିରଫ ଦାବୀ ରେ ବିଜେପି ଗଞ୍ଜାମ ଜିଲ୍ଲା ଯୁବ ମୋର୍ଚା ସଭାପତି ଏଲ୍ ମୋହନ ଦାସ ଙ୍କ ନେତୃତ୍ବରେ ଏକ ବିକ୍ଷୋଭ ପ୍ରଦର୍ଶନ ବିଜିପୁର ଛକରେ ଅନୁଷ୍ଠିତ ହୋଇଥିଲା । ନବୀନ ସରକାର ମହିଳା ଙ୍କ ସୁରକ୍ଷା ଦେବାରେ ବିଫଳ ହୋଇଥୁବା ଅଭିଯୋଗ କରି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଙ୍କ ସମେତ ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର କୁଶପୁତ୍ତଳିକା ଦାହ କରାଯାଇଥୁଲା ।

ମନ୍ତ୍ରୀ ମିଶ୍ର ଙ୍କ ସହଯୋଗୀ ଗୋବିନ୍ଦ ସାହୁଙ୍କ ସିଧାସଳଖ ସଂପୃକ୍ତିରେ ହିଁ ଏହି ଜଘନ୍ୟ କାଣ୍ଡ ଘଟିଛି । ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ଙ୍କ ଇସ୍ତଫା ସହ ଗିରଫ ନ ହେବା ପର୍ଯ୍ୟନ୍ତ ଆନ୍ଦଳନ ଜାରି ରହିବ ବୋଲି ଯୁବମୋର୍ଚା ସଭାପତି ଏଲ୍‌ ମୋହନ ଦାସ ଗଣମାଧ୍ଯମ କୁ କହିଥିଲେ । ଆଜିର ଆୟାଜିତ କାର୍ଯ୍ୟକ୍ରମ ରେ ଜିଲ୍ଲା ବିଜେପି ପୂର୍ବତନ ସଭାପତି କାହ୍ନୁ ଚରଣ ପତି, ରାଜ୍ୟ କୃଷକ ମୋର୍ଚା ସଂଯୋଜକ ତ ମଧୁସୂଦନ ସାହୁ, ରାଜ୍ୟ ଯୁବମୋର୍ଚ୍ଚା ସମ୍ପାଦକ ସିଦ୍ଧାନ୍ନ ଗଙ୍ଗଦେବ, ବିଜେପି ବରିଷ୍ଠ ନେତା ମନୋଜ କୁମାର ପଟ୍ଟନାୟକ, ରାମ କୁମାର ପାତ୍ର, ଗଙ୍ଗା ଶତପଥୀ,ସୁବାସିନୀ ପଟ୍ଟନାୟକ, ମଧୁ ସୁଦନ ସାହୁ, ପ୍ରଭାତ କିରଣ ଷଡଙ୍ଗୀ, ଆଙ୍ଗୁଲି ମଣ୍ଡଳ ସଭାପତି ଶିବ ନାୟକ, କିରଣ କୁମାର ସାହୁ, ସୁଜିତ୍ ନାୟକ, କେ ରବି ରାଓ,ଟୁଙ୍ଗରୁ ପାତ୍ର, ସୁମିତ୍ ପାତ୍ର, ଶିବ ଶଙ୍କର ଶତପଥୀ, ରବିନ୍ଦ୍ର ସାହୁ, ସୁଶାନ୍ତ ସାହୁ, ଚନ୍ଦ୍ର ଶେଖର ଦାସ, ଏସ୍ ରାଣୀ ସମେତ ବହୁ ବିଜେପି ନେତା କର୍ମୀ ଉପସ୍ଥିତ ରହିଥିଲେ ।

ଗଂଜାମ ଇପିଏ ରୁ ନରସିଂହ ଡାକୁଆଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.