ବିଜେପି ତରଫରୁ ଶିକ୍ଷୟିତ୍ରୀ ମମିତା ମେହେରଙ୍କୁ ହତ୍ୟା ଘଟଣାକୁ ବିରୋଧ କରି ଗଜପତି ଜିଲ୍ଲାରେ ବନ୍ଦ ପାଳନ

0 229

ବିଜେପି ତରଫରୁ ମହାଲିଙ୍ଗ ପବ୍ଲିକ ସ୍କୁଲ୍‌ର ଶିକ୍ଷୟିତ୍ରୀ ମମିତା ମେହେରଙ୍କୁ ଅପହରଣ ଓ ହତ୍ୟା ଘଟଣାର ବିରୋଧ କରି ୧୨ଘଣ୍ଟିଆ ଗଜପତି ଜିଲ୍ଲା ବନ୍ଦପାଳନ କରାଯାଇଛି । ଏହି ବନ୍ଦ ପାଳନକୁ ସମଗ୍ର ଜିଲ୍ଲାରେ ବ୍ୟାପକ ଜନସମର୍ଥନ ମିଳିଥିବାର ଲକ୍ଷ୍ୟ କରାଯାଇଥିଲା । ଏହି ବନ୍ଦପାଳନ ଯୋଗୁଁ ଜିଲ୍ଲାରେ ସମ୍ପୂର୍ଣ୍ଣ ଭାବେ ବିଭିନ୍ନ ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ, ଯାନବାହାନ ଓ ବ୍ୟବସାୟିକ ପ୍ରତିଷ୍ଠାନ ଗୁଡିକ ବନ୍ଦ ରହିଥିଲା । ଗଜପତି ଜିଲ୍ଲା ବିଜେପି ସଭାପତି ତଥା ପାରଳାଖେମୁଣ୍ଡି ବିଧାୟକ କେ ନାରୟଣ ରାଓଙ୍କ ତତ୍ତ୍ୱାବଧାନରେ ଯୋଜନାବଦ୍ଧ ଭାବେ ବନ୍ଦପାଳନ କରାଯାଇଥିଲା । ପାରଳାଖେମୁଣ୍ଡି ସହରରେ ବ୍ୟବସାୟିକ ପ୍ରତିଷ୍ଠାନ, ସରକାରୀ ଓ ବେସରକାରୀ କାର୍ଯ୍ୟାଳୟ ଗୁଡିକ ପିକେଟିଂ କରି ବନ୍ଦ କରିଥିଲେ । ସେହିପରି ସହରକୁ ସଂଯୋଗ କରୁଥିବା ପ୍ରମୁଖ ରାସ୍ତା ଗୁଡିକୁ ବିଜେପି କର୍ମୀମାନେ ଅବରୋଧ କରିଥିବାର ଦେଖିବାକୁ ମିଳିଥିଲା । ଜିଲ୍ଲା ଉପସଭାପତି ଜଗନ୍ନାଥ ମହାପାତ୍ର, ଜିଲ୍ଲା ସମ୍ପାଦକ ଅରୁଣିମା ସାହୁ,ମହିଳା ମୋର୍ଚ୍ଚା ସଭାପତି ପି ଲତା ଓ ପାରଳାଖେମୁଣ୍ଡି ପଞ୍ଚାୟତ ସମିତିର ପୂର୍ବତନ ଅଧ୍ୟକ୍ଷା ଜେ ଭାରତୀଙ୍କ ନେତୃତ୍ୱରେ ବହୁ ମହିଳା କର୍ମୀ ଆଇଟିଡିଏ , ମୃତ୍ତିକା ସଂରକ୍ଷଣ , ଉପଜିଲ୍ଲାପାଳ ଓ ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥା କାର୍ଯ୍ୟାଳୟରେ ପିକେଟିଂ କରି କର୍ମଚାରୀଙ୍କୁ ବାହାର କରିବା ସହ ବନ୍ଦ କରିଥିଲେ । ଶେଷରେ ସେମାନେ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ କୋଠା ପରିସରରେ ଥିବା ବିଭିନ୍ନ ବିଭାଗର ଅଫିସ ଗୁଡିକ କର୍ମଚାରୀ ମାନଙ୍କୁ ବାହାର କରି ବନ୍ଦ କରୁଥିବା ବେଳେ ଅତିରିକ୍ତ ଜିଲ୍ଲାପାଳଙ୍କ ଯୁକ୍ତିତର୍କ ହୋଇଥିଲା । ଏହି ଖବର ପାଇ ବହୁସଂଖ୍ୟକ ବିଜେପି ନେତା ଓ କର୍ମୀ ଜିଲ୍ଲାପଳଙ୍କ କାର୍ଯ୍ୟାଳୟରେ ପହଞ୍ଚି ସମସ୍ତ ଅଫିସ ଗୁଡିକ ବନ୍ଦ କରିଥିଲେ । ଏପରିକି ଜିଲ୍ଲାପାଳଙ୍କ ଭିଡିଓ କନଫେରେନ୍ସିଂ ହଲ୍‌ରେ ଯୋଗାଣ ବିଭାଗର ଭର୍ଚୁଆଲ ବୈଠକ ଚାଲିଥିବା ବିଜେପି ନେତା ଓ କର୍ମୀମାନେ ଜୋରଜବରଦସ୍ତ ଧସେଇ ପଶି ଉପସ୍ଥିତ ଥିବା କର୍ମଚାରୀଙ୍କୁ ବାହାର କରିଥିବାର ଦେଖିବାକୁ ମିଳିଥିଲା । ଏଥିରେ ବିଜେପି ଜିଲ୍ଲା ସାଧାରଣ ସମ୍ପାଦକ ନୃସିଂହ ଚରଣ ପଟନାୟକ, ଯୁବମୋର୍ଚ୍ଚା ସଭାପତି ସନ୍ତୋଷ ଜେନା, କୃଷକ ମୋର୍ଚ୍ଚା ସଭାପତି ପ୍ରଶାନ୍ତ କୁମାର ପାଳ, ବାବୁନା ବେହେରା,ଏମ ଲୋକନାଥମ, ଚିତ୍ତରଞ୍ଜନ ପଣ୍ଡା, ବାରିକ ଜେନାଙ୍କ ସମେତ ବହୁ ସଂଖ୍ୟକ ଦଳୀୟ ନେତା ଓ କର୍ମୀ ଉପସ୍ଥିତ ଥିଲେ । କାଶିନଗର ଠାରେ ପଞ୍ଚୟତ ସମିତି ଅଧ୍ୟକ୍ଷ ସିଏଚ ସିମାଦ୍ରୀ, ଗୋଷାଣି ଠାରେ ପାରଳାଖେମୁଣ୍ଡି ପଞ୍ଚାୟତ ସମିତି ଅଧକ୍ଷା ସିଏଚ ତାରକେଶ୍ୱରୀ,ଗୁମ୍ମା ବ୍ଲକ ବିଜେପି ସଭାପତି କୃଷ୍ଣଚନ୍ଦ୍ର ବିଶୋୟୀ, ରାୟଗଡ ବ୍ଲକ ବିଜେପି ସଭାପତି ଜଗନ୍ନାଥ ଖାଡଙ୍ଗାଲୁଙ୍କ ନେତୃତ୍ୱରେ ବନ୍ଦପାଳନ କରାଯାଇଥିଲା । ସେହିପରି ମୋହନା ବ୍ଲକର ମୋହନା, ଲୁହାଗିଡି, ଚନ୍ଦ୍ରଗିରି, ଆର ଉଦୟଗିରି ବ୍ଲକର ଆର ଉଦୟଗିରି, ରାମଗିରି ଓ ନୂଆଗଡ ବ୍ଲକର ନୂଆଗଡ ଠାରେ ବନ୍ଦପାଳନ ହୋଇଥିଲା ।ଆଇନଶୃଙ୍ଖଳା ପରିସ୍ଥିତିକୁ ନିୟନ୍ତ୍ରଣ କରିବା ନିମନ୍ତେ ପାରଳାଖେମୁଣ୍ଡି ସମେତ ସମଗ୍ର ବ୍ୟାପକ ପୁଲିସ ମୁତୟନ ହୋଇଥିଲେ ।

ଗଜପତି ଜିଲା ଇପିଏ ରୁ ଦିଲ୍ଲୀପ କୁମାର ଶତପଥି ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.