ବିଜେପି ଯୁବମୋର୍ଚ୍ଚା ତରଫରୁ ଗଜପତି ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ଘେରାଉ

0 191

ମହାଲିଙ୍ଗ ସନସାଇନ୍ ପବ୍ଲିକ ସ୍କୁଲ ଶିକ୍ଷୟିତ୍ରୀ ମମିତା ମେହେରଙ୍କ ହତ୍ୟାରେ ସମ୍ପୃକ୍ତ ଗୃହରାଷ୍ଟ ମନ୍ତ୍ରୀ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ରଙ୍କ ବହିଷ୍କାର,ଗିରଫ ଓ ଘଟଣାର ସିବିଆଇ ତଦନ୍ତ ଦାବୀରେ ବିଜେପି ଯୁବମୋର୍ଚ୍ଚା ତରଫରୁ ଗଜପତି ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ଘେରାଉ କରାଯାଇଥିଲା । ଜିଲ୍ଲା ବିଜେପି ଯୁବମୋର୍ଚ୍ଚା ସଭାପତି ସନ୍ତୋଷ କୁମାର ଜେନାଙ୍କ ନେତୃତ୍ୱରେ କରାଯାଇଥିଲା । ଏଥିରେ ଗଜପତି ଜିଲ୍ଲା ବିଜେପି ସଭାପତି ତଥା ପାରଳାଖେମୁଣ୍ଡି ବିଧାୟକ କେ ନାରାୟଣ ରାଓ ସାମିଲ ହୋଇ ରାଜ୍ୟରେ ଆଇନ ଶୃଙ୍ଖଳା ଦିନକୁଦିନ ଖରାପ ହେବାରେ ଲାଗିଛି । ମହିଳା ମାନେ ନିଜକୁ ସୁରକ୍ଷିତ ମଣୁନାହାନ୍ତି । ଆଇନଶୃଙ୍ଖଳା ବିଗାଡିବାରେ ରାଜ୍ୟ ସରକାରଙ୍କ ଭୂମିକା ସନ୍ଦେହଘେରକୁ ଆସୁଛି । କଳାହାଣ୍ଡି ଜିଲ୍ଲା ମହାଲିଙ୍ଗ ସନସାଇନ ପବ୍ଲିକ ସ୍କୁଲର ଶିକ୍ଷୟିତ୍ରୀ ମମିତା ମେହେରଙ୍କ ହତ୍ୟାରେ ଗୃହରାଷ୍ଟ୍ର ମନ୍ତ୍ରୀ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ରଙ୍କ ସମ୍ପୃକ୍ତି ରହିଥିବାର ଅଭିଯୋଗ ହୋଇଛି । ତାଙ୍କ ବିରୋଧରେ ପ୍ରମାଣ ରହିଥିଲେ ବି ପୋଲିସ ଚାପର ବଶବର୍ତ୍ତୀ ହୋଇ କୌଣସି କାଯ୍ୟାନୁଷ୍ଠାନ ଗ୍ରହଣ କରୁନାହିଁ । ରାଜ୍ୟରେ ମହିଳାଙ୍କ ବିକାଶ ଓ ସୁର କ୍ଷା ଦେବା ନିମନ୍ତେ ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଇଛି ବୋଲି ସରକାର ଡିଣ୍ଡିମ ପିଟୁଛନ୍ତି । କିନ୍ତୁ ଶିକ୍ଷୟିତ୍ରୀ ମମିତା ମେହେରଙ୍କ ହତ୍ୟା ଘଟଣାରେ ସମ୍ପୃକ୍ତି ଥିବା ଗୃହରାଷ୍ଟ୍ର ମନ୍ତ୍ରୀ କ୍ୟାପଟେନ୍ ଦିବଶଙ୍କର ମିଶ୍ରଙ୍କ ବିରୋଧରେ ମୁଖ୍ୟମନ୍ତ୍ରୀ କାହିଁକି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନାହାନ୍ତି ବୋଲି ପ୍ରଶ୍ନ କରିଛନ୍ତି । ତୁରନ୍ତ ଗୃହରଷ୍ଟ୍ର ମନ୍ତ୍ରୀଙ୍କୁ ମନ୍ତ୍ରୀ ମଣ୍ଡଳରୁ ବହିଷ୍କାର ସହ ତାଙ୍କୁ ଗିରଫ କରିବା ଏବଂ ଘଟଣାର ସିବିଆଇ ତଦନ୍ତ କରିବାକୁ ଶ୍ରୀ ରାଓ ଦାବୀ କରିଛନ୍ତି । ଏହାପୂର୍ବରୁ ମନ୍ତ୍ରୀ ପ୍ରତାପ ଜେନାଙ୍କ ସମେତ ରାଜ୍ୟ ସରକାରରେ ପ୍ରତିନିଧିତ୍ୱ କରୁଥିବା ବହୁ ମନ୍ତ୍ରୀ ହତ୍ୟା ସମେତ ଅନ୍ୟାନ୍ୟ ଗୁରୁତର ମାମଲା ଗୁଡିକରେ ସମ୍‌ୃକ୍ତି ରହିଥିବାର ଅଭିଯୋଗ ହେବାସହ ସମଗ୍ର ରାଜ୍ୟରେ ବ୍ୟାପକ ସ୍ୱରଉତ୍ତୋଳନ ଓ ପ୍ରତିବାଦ ହୋଇଛି । କିନ୍ତୁ ସେଗୁଡିକ ମଧ୍ୟରୁ ଅଧିକାଂଶ ମାମଲା କ୍ରାଇମବ୍ରାଞ୍ଚ ତଦନ୍ତ କରୁଛି, ସେଗୁଡିକର ଚାର୍ଜଶିଟ(ଅଭିଯୋଗ ଫର୍ଦ୍ଦ) ଦାଖଲ ହୋଇପାରୁନି ବୋଲି ଅଭିଯୋଗ କରିଛନ୍ତି । ଶେଷରେ ଜିଲ୍ଲା ଆରକ୍ଷୀ ଅଧିକ୍ଷକଙ୍କ କାର୍ଯ୍ୟାଳୟ ସମ୍ମୁଖରେ ବିଜେପି ଯୁବମୋର୍ଚ୍ଚା ସମେତ ଦଳୀୟନେତା ଓ କର୍ମୀ ଉପସ୍ଥିତ ରହି ଗୃହରାଷ୍ଟ୍ର ମନ୍ତ୍ରୀ କ୍ୟାପଟେନ୍ ଦିବ୍ୟଶଙ୍କର ମିଶ୍ରଙ୍କ କୁଶ ପୁତ୍ତଳିକା ଦାହ କରିଥିଲେ । ଏହି କାର୍ଯ୍ୟକ୍ରମରେ ବିଜେପି ଜିଲ୍ଲା ସାଧାରଣ ସମ୍ପାଦକ ନୃସିଂହ ଚରଣ ପଟନାୟକ(ବାବୁଲା), ଉପସଭାପତି ଜଗନ୍ନାଥ ମହାପାତ୍ର, ସମ୍ପାଦକ କେ ପୂଣ୍ୟବତୀ, ମହିଳା ମୋର୍ଚ୍ଚା ସଭାପତି ପି ଲତା, କୃଷକ ମୋର୍ଚ୍ଚା ସଭାପତି ପ୍ରଶାନ୍ତ କୁମାର ପାଳ, ବିଜେପି ଯୁବମୋର୍ଚ୍ଚାର ଜିଲ୍ଲା ପ୍ରଭାରୀ ରାଧାମାଧବ ପରିଡା, କାଶିନଗର ପଞ୍ଚାୟତ ସମିତି ଅଧ୍ୟକ୍ଷ ଚିତ୍ରି ସିମାଦ୍ରୀ, ବରିଷ୍ଠ ବିଜେପି ନେତା ଏମ ଗୋପାଳ ରାଓ, ଗୁମ୍ମା ବିଜେପି ମଣ୍ଡଳ ସଭାପତି କୃଷ୍ଣଚନ୍ଦ୍ର ବିଷୋୟୀ, ଏମ ଲୋକନାଥମ(ସୁବାଷ),ଅରୁଣିମା ସାହୁଙ୍କ ସମେତ ବହୁ ଦଳୀୟ କର୍ମୀ ଓ ନେତା ସାମିଲ ହୋଇଥିଲେ । ଆଇନଶୃଙ୍ଖଳା ପରିସ୍ଥିତିକୁ ଦୃଷ୍ଟିରେ ରଖି ପାରଳାଖେମୁଣ୍ଡି ଉପଖଣ୍ଡ ଆରକ୍ଷୀ ଅଧିକ୍ଷକ ରାମକୃଷ୍ଣ ପତି ପ୍ରତ୍ୟକ୍ଷ ତତ୍ତ୍ୱାବଧାନ ଓ ଥାନାଧିକାରୀ ବିବେକାନନ୍ଦ ସ୍ୱାଇଁଙ୍କ ନେତୃତ୍ୱରେ ଜିଲ୍ଲା ଆରକ୍ଷୀ କାର୍ଯ୍ୟାଳୟ ସମ୍ମୁଖରେ ବହୁ ପୋଲିସ ମୁତୟନ ହୋଇଥିଲେ ।

ଗଜପତି ଇପିଏରୁ ଦିଲ୍ଲୀପ କୁମାର ଶତପଥି ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.