ବିଜେପି ସଂଗଠନ ଘୁମୁସର ଜିଲ୍ଲା ପକ୍ଷରୁ ଗଞ୍ଜାମ ଏସପି ଙ୍କ କାର୍ଯ୍ୟାଳୟ ଘେରାଉ-ପୋଲିସ ସହ ଧସ୍ତାଧସ୍ତି


ରାଜ୍ୟରେ ବହୁ ଚର୍ଚ୍ଚିତ କଳାହାଣ୍ଡି ଜିଲ୍ଲା ମହାଲିଙ୍ଗମ ସ୍ଥ ସନସାଇନ୍ ପୁବ୍ଲିକ ସ୍କୁଲ୍ ର ମମିତା ମେହେର ଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟାକାଣ୍ଡ ଘଟାଇଥିବା ମୁଖ୍ୟଅଭିଯୁକ୍ତ ଗୋବିନ୍ଦ ସାହୁ ଙ୍କୁ ବିଳମ୍ବରେ ଗିରଫ କରାଯାଇଥିବା ବେଳେ ଏକ୍ଷେତ୍ରରେ ସଂଶ୍ଳିଷ୍ଟ ତଥା ପ୍ରୋତ୍ସାହନା ଯୋଗାଇଥିବା ମାନ୍ୟବର ମନ୍ତ୍ରୀ ଦିବ୍ୟ ଶଙ୍କର ମିଶ୍ର ଙ୍କ ପଦବୀ ରଦ୍ଧ କରାଯିବା ଏବଂ ତାଙ୍କୁ ଗିରଫ କରିବା ଦାବୀ ନେଇ ଦୃଢ଼ ଲବି ଚଲାଇଛି ବିରୋଧୀ ଭାଜପା ଦଳ । ସମସ୍ତ ଜିଲ୍ଲା ପୋଲିସ ମୁଖ୍ୟାଳୟ ରେ ଆରମ୍ଭ ହୋଇଛି, ମାସ ରାଲି,ଜିଲ୍ଲା ଏସପି ଙ୍କ କାର୍ଯ୍ୟାଳୟ କୁ ଘେରାଉ, ବିକ୍ଷୋଭ ପ୍ରଦର୍ଶନ । ଏହି ମୁଖ୍ୟ ଦାବୀ ପୂରଣ ନ ହେବା ଯାଏଁ, ମମିତା ମେହେର ଙ୍କୁ ଉଚିତ ନ୍ୟାୟ ନ ଦେବା ଯାଏଁ ଜନଆନ୍ଦୋଳନ, ବିକ୍ଷୋଭ ଜାରୀ ରହିବ ବୋଲି ବିଜେପି ଦଳୀୟ ନେତାମାନେ ଛତ୍ରପୁର ରେ ରାଜ୍ୟ ସରକାର ଙ୍କୁ କଟୁକ୍ତି ର ସହ କହିଛନ୍ତି । ଉକ୍ତ ପରିସ୍ଥିତିରେ ସିବିଆଇ ତଦନ୍ତ ହେବା ଜରୁରୀ ବୋଲି ବିଜେପି ନେତ୍ତୃ ବର୍ଗ କହିଛନ୍ତି ।
ଗଞ୍ଜାମ ଜିଲ୍ଲା ପୋଲିସ ମୁଖ୍ୟାଳୟର ଜିଲ୍ଲା ଆରକ୍ଷୀ ଅଧୀକ୍ଷକ ଙ୍କ କାର୍ଯ୍ୟାଳୟକୁ ଗୁରୁବାର ଭାଜପା ସଂଗଠନ ଘେରାଉ କରିଛି । ବିଜେପି କର୍ମୀ ଓ ନେତ୍ତୃବର୍ଗଙ୍କ ପକ୍ଷରୁ ବିଶାଳ ରାଲି ଗଞ୍ଜାମ
ଜିଲ୍ଲାପାଳଙ୍କ ବାସଭବନ ଠାରୁ ବାହାରି ଜିଲ୍ଲା ଏସପି ଙ୍କ କାର୍ଯ୍ୟାଳୟ କୁ ଯାଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ ଏବଂ ଉତ୍ୟକ୍ତ ହୋଇ ପୋଲିସ ବାହିନୀ ସହ ବିଜେପି ନେତା ଓ କର୍ମୀଙ୍କ ମଧ୍ୟରେ ଧସ୍ତାଧସ୍ତି ଜୋରଯାର ଭାବେ ଦୀର୍ଘସମୟ ଧରି ହୋଇଥିବା ଦେଖାଯାଇଥିଲା । ବିଜେପି ସଂଗଠନ ଘୁମୁସର ଜିଲ୍ଲା ଓ ଗଞ୍ଜାମଜିଲ୍ଲା ମିଳିତଭାବେ ଏହି ବିକ୍ଷୋଭ ରେ ଅଂଶଗ୍ରହଣ କରିଥିଲେ । ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ତଥା ଛତ୍ରପୁର ନିର୍ବାଚନ ମଣ୍ଡଳୀର ନେତା ପ୍ରଶାନ୍ତ କର ଙ୍କ ନେତ୍ତୃତ୍ୱରେ ସଂଗଠିତ ଏହି ରାଲିରେ ଘୁମୁସର-ଖଣ୍ଡ ଜିଲ୍ଲା ସଭାପତି ମିଟୁ ମଲ୍ଲିକ, ଯୁବମୋର୍ଚ୍ଚା ସାଧାରଣ ସମ୍ପାଦକ ଓଁମ ପ୍ରସାଦ ମିଶ୍ର, ଯୁବମୋର୍ଚ୍ଚା ସମ୍ପାଦକ ସିଦ୍ଧାନ୍ତ ଗଙ୍ଗଦେବ, ଛତ୍ରପୁର ମଣ୍ଡଳ ସଭାପତି, ସଞ୍ଜିତ କୁମାର ରାଉଳ ପ୍ରମୁଖ ଏହି ବିକ୍ଷୋଭ ରେ ସକ୍ରୀୟ ଅଂଶଗ୍ରହଣ କରିଥିଲେ । ଏନେଇ ଜିଲ୍ଲା-ପୋଲିସ ପକ୍ଷରୁ ବ୍ୟାପକ କଡ଼ା ସୁରକ୍ଷା ବଳୟ ତଥା ପୋଲିସ ବ୍ୟବସ୍ଥିତ ମୁତୟନ ବନ୍ଦୋବସ୍ତ ହୋଇଥିଲା । ଏଥିରେ ୪ ଅତିରିକ୍ତ ଏସ୍ପି, ୬ ଡିଏସ୍ପି, ୧୦ ଥାନାର ଅଧିକାରୀ, ୧୫ ଏସ୍ଆଇ/ଏଏସ୍ଆଇ ଏବଂ ୬ ପ୍ଲାଟୁନ ଫୋର୍ସ ମୁତୟନ ହୋଇଥିଲେ। ଛତ୍ରପୁର ଥାନା ଅଧିକାରୀ ସତ୍ୟରଞ୍ଜନ ପ୍ରଧାନ ଏହି ରାଲିରେ ପରିଚାଳନା ଦାୟିତ୍ୱରେ ଥିଲେ ।
ଗଂଜାମ ଇପିଏ ରୁ କେ.ସତ୍ୟନାରାୟଣ ରେଡ୍ଡୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )