ବିଦୁତ ସଂସ୍ପର୍ଶରେ ଆସି ମୃତ୍ୟୁ ହୋଇଥିବା ତିନିଜଣ ମା, ଝିଅ, ଓ ବାପ ପଞ୍ଚ ଭୂତରେ ଲିନ ହେଲେ

0 47

ଏକହୃଦୟ ବିଦାରକ ଘଟଣା ଘଟିଥିଲା ଗତ କାଲି ସଂଧ୍ୟାରେ । ମୃତ ବ୍ୟକ୍ତି ହେଲେ ୩୨ ବର୍ଷ ବୟସ୍କ ପିନ୍ଟୁ ସ୍ୱାଇଁ ,ତାଙ୍କ ଧର୍ମ ପତ୍ନୀ ୨୮ ବର୍ଷୀୟ କାମିନୀ ସ୍ୱାଇଁ ଏବଂ ୧୦ ବର୍ଷର କୁନି ଝିଆ ପାପାଲି ସ୍ୱାଇଁ ଙ୍କ ମର ଶରୀର କୁ ତିର୍ତୋଲ ପୋଲିସ ପୋଷ୍ଟମଟମ ପରେ ପରିବାର କୁ ଶବ ଗୁଡିକ ହସ୍ତାନ୍ତର କରିଥିଲା
ଗ୍ରାମରେ ମୃତ ପରିବାର ର ଶବକୁ ଦେଖି ଶୋକାକୂଳ ପରିବେଶ ସୃଷ୍ଟି ହୋଇ ଥିଲା, ବିଜୁଳି ଆଘାତ ରେ ଦୃଘଟଣା ଗ୍ରସ୍ଥ ପରିବାର କୁ ସମ ବେଦନା ଜଣାଇବା ପାଇଁ ପାରାଦୀପ ବିଧାୟକ ଶ୍ରୀ ସମ୍ବିତି ରାଉତରାୟ ଓ ପାରାଦୀପ ନିର୍ବାଚନ ମଣ୍ଡଳୀ ର ବିଜେପି ନେତା ସମ୍ପଦ।ସ୍ୱାଇଁ ପହଞ୍ଚି ଦୁଖି ପରିବାର କୁ ସାନ୍ତନା ଦେଇଥିଲେ। ପାରାଦୀପ ବିଧାୟକ ସମ୍ବିତି ରାଉତରାୟ ମୃତ ପରିବାରର ଏକ ମାତ୍ର ପୂଅ ସାଇ(୬)ବର୍ଷ କୁ ପୋଷ୍ୟ ଭାଭେ ଗ୍ରହଣ କରିବା ର ପ୍ରତି ଶୃତି ଦେଇଛନ୍ତି ଶୋକାକୂଳ ପରିବେଶ ରେ ଶବ ଗୁଡିକୁ ଗାଁ ମଶାଣି ରେ ଦୁଇଟି ଜୁଇ କରି ଗୋଟିକରେ ମା,ଝିଅ ଓ ଅନ୍ୟ ଟିରେ ବାପ କୁ ରଖି ଶେଷ କୃତ୍ୟ ସମ୍ପର୍ଣ କରାଯାଇଛି। ସମସ୍ତ ଆତ୍ମୟ ନେତା ,ପୋଲିସ ସାମ୍ବାଦିକ ଓ ଗ୍ରାମ ବାସୀଙ୍କ ସମୁଖରେ ବିଦ୍ୟୁତ ଆଘାତ ରେ ମୃତ ପରିବାର ପଞ୍ଚ ଭୃତରେ ଲିନ ହୋଇଛନ୍ତି।ପୂତ୍ର ସାଇ ମା ବାପା ଓ ଭଉଣୀ ଙ୍କୁ ମୂଖାଗ୍ନି ଅର୍ପଣ କରିଛି।

ତିର୍ତୋଲ ଇପିଏ ରୁ ଶ୍ରୀବତ୍ସ ପାଢ଼ୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.