ବିଦ୍ୟାଳୟ ପରିଚାଳନା ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ

0 14

ରାଜ୍ୟ ସରକାର ଙ୍କ ପ୍ରଦତ୍ତ ବିଦ୍ୟାଳୟ ପରିଚାଳନା କମିଟି ର କର୍ମକର୍ତ୍ତା ତଥା ଅଭିଭାବକ ମାନଙ୍କୁ ନେଇ ସାରା ରାଜ୍ୟରେ ଆୟୋଜିତ ହେଉଥିବା ବିଦ୍ୟାଳୟ ପରିଚାଳନା କମିଟି (ଏସ.ଏମ.ସି) ତାଲିମ କାର୍ଯ୍ୟକ୍ରମ ପଦ୍ମପୁର ଉପଖଣ୍ଡ ପାଇକମାଳ ବ୍ଳକ ଅନ୍ତର୍ଗତ ଚର୍ଦାପାଲି ଗ୍ରାମପଞ୍ଚାୟତ ଅଧିନରେ ଯାଉଥିବା ଚଙ୍ଗରିଆ ସରକାରୀ ପ୍ରାଥମିକ ବିଦ୍ୟାଳୟ ରେ ଅନୁଷ୍ଠିତ ହୋଇଯାଇଛି lକାର୍ଯ୍ୟକ୍ରମ ଉତଘାଟନୀ ଉତ୍ସବରେ ଗ୍ରାମ ପଞ୍ଚାୟତ ର ସରପଞ୍ଚ ଶ୍ରୀମାନ ଗିରିଶ ଚନ୍ଦ୍ର ନାୟକ ମୁଖ୍ୟ ଅତିଥି ଏବଂ ସମ୍ମାନିତ ଅତିଥି ଭାବେ ଲଖମରା କ୍ଳଷ୍ଟର ର ସି.ଆର.ସି.ସି ଶ୍ରୀଯୁକ୍ତ ସୁବାଷ ଚନ୍ଦ୍ର ସାହୁ,ଲହଣ୍ଡିପୁର ପ୍ରାଥମିକ ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଧନଞ୍ଜୟ ସୁନା, ଚଙ୍ଗରିଆ ସ୍କୁଲ ର ପ୍ରଧାନ ଶିକ୍ଷକ ଶ୍ରୀଯୁକ୍ତ ଶାନ୍ତିଲାଲ ବରିହା ଯୋଗଦାନ କରି ସରକାରୀ ବିଦ୍ୟାଳୟ ତଥା ଶିକ୍ଷା ର ଉନ୍ନତି ନିମନ୍ତେ ବିଦ୍ୟାଳୟ ପରିଚାଳନା କମିଟି ର ଭୂମିକା ଉପରେ ଆଲୋକପାତ କରିଥିଲେ lଶିକ୍ଷକ ଶ୍ରୀଯୁକ୍ତ ମଣି ମହାନନ୍ଦ କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ, ସ୍କୁଲ ପରିଚାଳନା କମିଟି ର ସଦସ୍ୟ/ସଦସ୍ୟା ମାନେ ଯୋଗଦାନ କରି ସ୍କୁଲ ର ସାମୁହିକ ବିକାଶ ଦିଗରେ ଆମେ ଯତ୍ନବାନ ହେବୁ ବୋଲି ମତ ପ୍ରଦାନ କରିଥିଲେ lପରିଶେଷରେ ଲୁହୁରାକୋଟ ଉ.ପ୍ରା ବିଦ୍ୟାଳୟ ର ସହକାରୀ ଶିକ୍ଷକ ଧନ୍ୟବାଦ ଅର୍ପଣ କରି ଉଦଘାଟନୀ ଉତ୍ସବର ପରିସମାପ୍ତି କରିଥିଲେ l

ପଦ୍ମପୁର ଇପିଏ ରୁ ନିରଞ୍ଜନ ତ୍ରିପାଠୀ ଙ୍କ ରିପୋର୍ଟ
ଇପିଏ ନିଉଜ ( ଇଷ୍ଟର୍ଣ୍ଣ ପ୍ରେସ୍ ଏଜେନ୍ସି )

Leave A Reply

Your email address will not be published.